Cyclone: ସମ୍ଭାବ୍ୟ ବାତ୍ୟା ପାଇଁ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ; ପ୍ରସ୍ତୁତି ନେଇ ସୂଚନା ଦେଲେ ରାଜସ୍ବ ମନ୍ତ୍ରୀ
ଆସନ୍ତା ସପ୍ତାହରେ ହେବାକୁ ଥିବା ସମ୍ଭାବ୍ୟ ବାତ୍ୟା ନେଇ ଓଡ଼ିଶା ସରକାର ପ୍ରସ୍ତୁତି ଜାରି ରଖିଛନ୍ତି। ଆସନ୍ତାକାଲି ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରିଦେଇଛନ୍ତି। ନିୟମ ନମାନି ଛୁଟିରେ ଯାଉଥିବା କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବେ।

ଭୁବନେଶ୍ବର: ଆସନ୍ତା ସପ୍ତାହରେ ହେବାକୁ ଥିବା ସମ୍ଭାବ୍ୟ ବାତ୍ୟା ନେଇ ଓଡ଼ିଶା ସରକାର ପ୍ରସ୍ତୁତି ଜାରି ରଖିଛନ୍ତି। ଆସନ୍ତାକାଲି ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରିଦେଇଛନ୍ତି। ନିୟମ ନମାନି ଛୁଟିରେ ଯାଉଥିବା କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବେ। ସେହିପରି ପୁରୀ ଜିଲ୍ଲାରେ ୨୦୨୬ ଅକ୍ଟୋବର ୨୯ ପର୍ଯ୍ୟନ୍ତ ସରକାରୀ କର୍ମଚାରୀଙ୍କ ଛୁଟି ଘୋଷଣା କରାଯାଇଛି। ବିନା ଅନୁମତିରେ କର୍ମଚାରୀମାନେ ବାହାରକୁ ଯାଇପାରିବେ ନାହିଁ।
ସମ୍ଭାବ୍ୟ ବାତ୍ୟା ନେଇ ଓଡ଼ିଶା ସରକାର ପ୍ରସ୍ତୁତ ଅଛନ୍ତି। ଆନ୍ଧ୍ରପ୍ରଦେଶର କାକିନଡା ଏବଂ ଓଡ଼ିଶାର ଗୋପାଳପୁର ମଧ୍ୟରେ ବାତ୍ୟା ସ୍ଥଳଭାଗ ଛୁଇଁପାରେ। ଓଡ଼ିଶା ଦେଇ ବାତ୍ୟା ଛତିଶଗଡ଼ ଅଭିମୁଖେ ଯିବ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପ୍ରସ୍ତୁତି ଜୋର୍ କରିଦେଇଛନ୍ତି। ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଶୁକ୍ରବାର ଏହା କହିଛନ୍ତି।
ରାଜସ୍ବ ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି ଯେ, ରାଜ୍ୟର ୩ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ସେହିପରି ଅନ୍ୟ ଜିଲ୍ଲାଗୁଡ଼ିକରେ ମଧ୍ୟ ସାମାନ୍ୟରୁ ମଧ୍ୟମଧରଣର ବର୍ଷା ହେବାର ସମ୍ଭାବନା ରହିଛି। ତେଣୁ ନଦୀଗୁଡ଼ିକର ଜଳସ୍ତର ବୃଦ୍ଧି ପାଇପାରେ। ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରରୁ ଫେରିଆସିବାକୁ ପରାମର୍ଶ ଦିଆଯାଇଛି। ବାତ୍ୟା ପରିବର୍ତ୍ତୀ ସ୍ଥିତି ନେଇ ପ୍ରସ୍ତୁତ ଅଛୁ। ଓଡ୍ରାଫ, ଏନ୍ଡିଆରଏଫ୍, ଅଗ୍ନିଶମ ବାହିନୀ ଏବଂ ପୁଲିସ ସତର୍କ ଅଛନ୍ତି। ସରକାର ହ୍ବାଟ୍ସଆପ୍ ଏବଂ ଏସ୍ଏମ୍ଏସ୍ ଜରିଆରେ ଲୋକଙ୍କୁ ପ୍ରତି ମୁହୂର୍ତ୍ତରେ ସୂଚନା ଦିଆଯିବ। ତେଣୁ ଲୋକେ ବିଚଳିତ ହେବାର କୌଣସି କାରଣ ନାହିଁ।
ସୌଜନ୍ୟ ସମ୍ବାଦ




