ରାଜ୍ୟ

Cyclone Arnab: ସ୍ଥଳଭାଗ ଛୁଇଁଲା ବେଳକୁ ବାତ୍ୟାର ଘଣ୍ଟା ପିଛା ବେଗ ରହିବ ୧୫୦କିମି!

ଭାରତୀୟ ପାଣିପାଗ ବିଭାଗ ସାମୁଦ୍ରିକ ଝଡ଼ ‘ଅର୍ଣବ’କୁ ନେଇ ଚେତାବନୀ ଜାରି କରିଛି। ବାତ୍ୟା ଚେତାବନୀ କେନ୍ଦ୍ରର ନିର୍ଦ୍ଦେଶକ ପି.ଏଲ୍‌.ଏନ୍‌ ମୂର୍ତ୍ତିଙ୍କ ଅନୁସାରେ ‘ଅର୍ଣ୍ଣବ’ ଏବେ ବାତ୍ୟାର ବିପଦପୂର୍ଣ୍ଣ ବର୍ଗରେ ସାମିଲ ହୋଇଛି।

ନୂଆଦିଲ୍ଲୀ/ଭୁବନେଶ୍ବର: ଭାରତୀୟ ପାଣିପାଗ ବିଭାଗ ସାମୁଦ୍ରିକ ଝଡ଼ ‘ଅର୍ଣବ’କୁ ନେଇ ଚେତାବନୀ ଜାରି କରିଛି। ବାତ୍ୟା ଚେତାବନୀ କେନ୍ଦ୍ରର ନିର୍ଦ୍ଦେଶକ ପି.ଏଲ୍‌.ଏନ୍‌ ମୂର୍ତ୍ତିଙ୍କ ଅନୁସାରେ ‘ଅର୍ଣ୍ଣବ’ ଏବେ ବାତ୍ୟାର ବିପଦପୂର୍ଣ୍ଣ ବର୍ଗରେ ସାମିଲ ହୋଇଛି। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଏହି ଘୁର୍ଣ୍ଣିବଳୟ ଘଣ୍ଟା ପିଛା ୨୩କିମି ବେଗରେ ସ୍ଥଳଭାଗ ଆଡ଼କୁ ଅଗ୍ରସର ହେଉଛି। ଆଜି ଏହାର ରୂପରେଖ ଆହୁରି ବଦଳିଛି।

ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଆରମ୍ଭରୁ ଏହା ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ବଢ଼ିବ ଏବଂ ପରେ ଉତ୍ତର-ପଶ୍ଚିମ ଅଭିମୁଖେ ଦିଗ ବଦଳାଇ ବାପଟଲା ଏବଂ ବିଶାଖାପାଟଣା ମଧ୍ୟରେ ୟାନମ ନିକଟରେ ସ୍ଥଳଭାଗ ଅତିକ୍ରମ କରିବ। ସ୍ଥଳଭାଗ ସ୍ପର୍ଶ କଲା ବେଳକୁ ବାତ୍ୟାର ଘଣ୍ଟା ପିଛା ପବନର ବେଗ ୧୨୫ରୁ ୧୩୫କିମି ରହିବାର ଅନୁମାନ କରାଯାଉଛି। କିନ୍ତୁ ଏହା ଘଣ୍ଟା ପିଛା ୧୫୦କିମି ପହଞ୍ଚି ପାରେ।

ଡା. ମୂର୍ତ୍ତି ମତ୍ସ୍ୟଜୀବୀମାନଙ୍କ ପାଇଁ ସ୍ପଷ୍ଟ ଚେତାବନୀ ଜାରି କରିଛନ୍ତି ଯେ, ଅକ୍ଟୋବର ୩୦ ତାରିଖ ସକଳା ପର୍ଯ୍ୟନ୍ତ ମାଛ ଧରିବାକୁ ସମୁଦ୍ର ଭିତରକୁ ଯାଆନ୍ତୁ ନାହିଁ। ସମୁଦ୍ରର ସ୍ଥିତି ଏବେ ଖରାପ ରହିବ। ବନ୍ଦରଗୁଡ଼ିକ ପାଇଁ ମଧ୍ୟ ବିପଦ ସଂକେତ ଜାରି କରାଯାଇଛି। ଆନ୍ଧ୍ରପ୍ରଦେଶର କାକିନାଡା ବନ୍ଦରକୁ ଜିଡି-୧୦ ବର୍ଗରେ ରଖାଯାଇଛି।

Cyclone: ବାତ୍ୟା ମୁକାବିଲା ପାଇଁ ଗଞ୍ଜାମ ଜିଲ୍ଲାରେ ପ୍ରସ୍ତୁତି ଜୋରଦାର, ଜରୁରୀକାଳୀନ ବ୍ୟବସ୍ଥା ସୁଦୃଢ଼

ବିଶାଖାପାଟଣା ଏବଂ ଗଂଗାୱରମକୁ ଜିଡି-୯ ତଥା ମଛଲିପାଟନମ ଏବଂ ନିଜାମାପଟ୍ଟନମକୁ ଜିଡି-୯ ସଂକେତ ମିଳିଛି। କଲିଙ୍ଗପାଟନମ, କୃଷ୍ଣାପଟନମ ଏବଂ ଭଡାରେବୁ ଭଳି ଅନ୍ୟ ବନ୍ଦରକୁ ଏଲ୍‌ସି-୩ ଜାରି କରାଯାଇଛି। ଏହି ସଂକେତର ଅର୍ଥ ହେଲା ଯେ, ଜାହାଜ ଏବଂ ଡଙ୍ଗାକୁ ସୁରକ୍ଷିତ ରଖିବା। ଜାହାଜ ଚଳାଚଳ ନିୟନ୍ତ୍ରଣ ରହିବ।

ଏହି ବାତ୍ୟା କାରଣରୁ ଆନ୍ଧ୍ରପ୍ରଦେଶର ଉପକୂଳ ଜିଲ୍ଲାଗୁଡ଼ିକରେ ବହୁତ କ୍ଷତି ହେବାର ଆଶଙ୍କା ରହିଛି। ପ୍ରବଳ ପବନ ଯୋଗୁଁ ଗଛଗୁଡ଼ିକ ଉପୁଡ଼ି ପାରେ। ବିଦ୍ୟୁତ ପରିଚାଳନା ବ୍ୟବସ୍ଥା ମଧ୍ୟପ୍ରଭାବିତ ହୋଇପାରେ। ସେହିପରି ଦୁର୍ବଳ ଭିତ୍ତିଭୂମିକୁ ମଧ୍ୟ ଅସୁବିଧା ପହଞ୍ଚାଇପାରେ। ସମୁଦ୍ରର ଜଳସ୍ତରବୃଦ୍ଧି କାରଣରୁ ତଳିଆ ଅଞ୍ଚଳକୁ ବନ୍ୟ ବିପଦ ରହିଛି।

 

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button