Cyclone Arnab Preparedness: ବାତ୍ୟା ‘ଅର୍ଣ୍ଣବ: ମାଲକାନଗିରିରେ ସରଜମିନ ସ୍ଥିତି ସମୀକ୍ଷା କଲେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ
ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’କୁ ନେଇ ମାଲକାନଗିରିରେ ପ୍ରସ୍ତୁତି ସମୀକ୍ଷା କଲେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ୯୫ ଗର୍ଭବତୀ ମହିଳାଙ୍କୁ ମା’ ଗୃହରେ ରଖାଯାଇଥିବା ବେଳେ ୩୭ ଜଣଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ଏବଂ ୧୦୦୧ ଜଣଙ୍କୁ ଆଶ୍ରୟସ୍ଥଳୀରେ ରଖାଯାଇଛି।

ମାଲକାନଗିରି (ପ୍ରେମେନ୍ଦ୍ର ପରିଚ୍ଛା): ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’ର ମୁକାବିଲା ନିମନ୍ତେ ପ୍ରଶାସନ ପକ୍ଷରୁ କରାଯାଉଥିବା ପ୍ରସ୍ତୁତିର ସମୀକ୍ଷା ନିମନ୍ତେ ଆଜି (ମଙ୍ଗଳବାର) ମାଲକାନଗିରିରେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ପହଞ୍ଚିଛନ୍ତି। ସେ ଏକାଧିକ ବାତ୍ୟା ଆଶ୍ରୟସ୍ଥଳ ଓ ବାତ୍ୟା ମୁକାବିଲା ନିମନ୍ତେ ପ୍ରସ୍ତୁତ ରହିଥିବା ଓଡ୍ରାଫ୍ ଟିମ୍କୁ ଭେଟି ସ୍ଥିତି ପରଖିଛନ୍ତି।
ଆଜିର ଗସ୍ତରେ, ମନ୍ତ୍ରୀ ମାଥିଲି ବ୍ଲକର ଢୁଙ୍ଗିଆପୁଟ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀରେ ପହଞ୍ଚି ସେଠାରେ ରହିଥିବା ଜରୁରୀକାଳୀନ ବ୍ୟବସ୍ଥାର ଅନୁଧ୍ୟାନ କରିଥିଲେ। ଏହି ସମୀକ୍ଷା ସମୟରେ ବରିଷ୍ଠ ଆଇଏଏସ୍ ଅଧିକାରୀ ଡ. ୟେଦୁଲା ବିଜୟ ଓ ଜିଲ୍ଲା ପ୍ରଶାସନର ଅଧିକାରୀମାନେ ଉପସ୍ଥିତ ଥିଲେ।
ପ୍ରଶାସନ ଠାରୁ ମିଳିଥିବା ସୂଚନାନୁସାରେ, ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ନଜରରେ ରଖି ଜିଲ୍ଲାର ବିପଦପୂର୍ଣ୍ଣ ଅଞ୍ଚଳ ଓ ବଣଘାଟି ଅଞ୍ଚଳ ଉପରେ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନଜର ରଖାଯାଇଛି। ପାଙ୍ଗାମ ପୋଲ ଉପରେ କଡ଼ା ନଜର ରଖିବା ସହ ଆବଶ୍ୟକ ସ୍ଥଳେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିବାକୁ ନିର୍ଦ୍ଦେଶ ରହିଛି।
ସୌଜନ୍ୟ ସମ୍ବାଦ




