Dara: ଦାରାଙ୍କ ଆଗୁଆ ମୁକ୍ତି ଆବେଦନ ଖାରଜ
ଗ୍ରାହାମ୍ ଷ୍ଟେନ୍ସ ଓ ତାଙ୍କ ଦୁଇ ନାବାଳକ ପୁଅଙ୍କ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଦାରା ସିଂହଙ୍କ ଆଗୁଆ ମୁକ୍ତି ଆବେଦନକୁ ଓଡ଼ିଶା ସରକାର ପ୍ରତ୍ୟାଖ୍ୟାନ କରିଛନ୍ତି। ଗତ ଅଗଷ୍ଟ ୩୧ରେ ଅନୁଷ୍ଠିତ ରାଜ୍ୟ ସେଣ୍ଟେନ୍ସ ରିଭ୍ୟୁ ବୋର୍ଡର...

ଭୁବନେଶ୍ୱର: ଗ୍ରାହାମ୍ ଷ୍ଟେନ୍ସ ଓ ତାଙ୍କ ଦୁଇ ନାବାଳକ ପୁଅଙ୍କ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଦାରା ସିଂହଙ୍କ ଆଗୁଆ ମୁକ୍ତି ଆବେଦନକୁ ଓଡ଼ିଶା ସରକାର ପ୍ରତ୍ୟାଖ୍ୟାନ କରିଛନ୍ତି। ଗତ ଅଗଷ୍ଟ ୩୧ରେ ଅନୁଷ୍ଠିତ ରାଜ୍ୟ ସେଣ୍ଟେନ୍ସ ରିଭ୍ୟୁ ବୋର୍ଡର ସ୍ବତନ୍ତ୍ର ସମୀକ୍ଷା ବୈଠକରେ ତାଙ୍କୁ ଏବେ ମୁକ୍ତି ନ ଦେବାକୁ ନିଷ୍ପତ୍ତି ହୋଇଛି। ତେବେ ଅଗଷ୍ଟ ୧୯ ତାରିଖର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବା ପାଇଁ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ହେମନ୍ତ ଶର୍ମାଙ୍କ ଅଧ୍ୟକ୍ଷତାରେ ଅଗଷ୍ଟ ୩୧ ତାରିଖ ସନ୍ଧ୍ୟାରେ ରାଜ୍ୟ ସେଣ୍ଟେନ୍ସ ରିଭ୍ୟୁ ବୋର୍ଡର ଏକ ଜରୁରୀ ସ୍ୱତନ୍ତ୍ର ବୈଠକ କରାଯାଇଥିଲା। ଏଥିରେ ରାଜ୍ୟ ଆଇନ ସଚିବ ପବିତ୍ର ମୋହନ ସାମଲ, ଖୋର୍ଦ୍ଧାଜିଲ୍ଲା ଦୌରାଜଜ୍ ବିରଞ୍ଚି ନାରାୟଣ ମହାନ୍ତି, କ୍ରାଇମବ୍ରାଞ୍ଚ ଆଇଜି ସାର୍ଥକ ଷଡ଼ଙ୍ଗୀ, ସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟର ଅତିରିକ୍ତ ନିର୍ଦ୍ଦେଶକ ଡାକ୍ତର ପରେଶ ଚନ୍ଦ୍ର ମିଶ୍ର ଓ ଜେଲ୍ ଡିଜି ତଥା ବୋର୍ଡ ସଦସ୍ୟ ସଚିବ ସୁଶାନ୍ତ କୁମାର ନାଥ ଉପସ୍ଥିତ ରହି ଦାରା ସିଂହଙ୍କ ପୂରା ଫାଇଲ୍ ସମୀକ୍ଷା କରିଥିଲେ।
ସୌଜନ୍ୟ ସମ୍ବାଦ




