ରାଜ୍ୟ

Death: ବିସିଇଟିରେ ଛାତ୍ରୀଙ୍କ ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ

ବିସିଇଟିରେ ଦ୍ୱିତୀୟ ବର୍ଷର ଜଣେ ଛାତ୍ରୀଙ୍କ ମୃତଦେହ ଉଦ୍ଧାର। ସୋର ଥାନା ଗୋପୀନାଥପୁର ଅଞ୍ଚଳର ଛାତ୍ରୀଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ପୁଲିସ ଘଟଣାର ତଦନ୍ତ କରୁଛି।

ସୋର/ବାହାନଗା: ବିସିଇଟିରେ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କାରଣ ଅସ୍ପଷ୍ଟ। ଛାତ୍ରୀ ଜଣଙ୍କ ବିସିଇଟିରେ ଦ୍ଵିତୀୟ ବର୍ଷର ଛାତ୍ରୀ ଅଟନ୍ତି।

ପୁଲିସକୁ ଖବର ଦେଇଥିଲେ

ଆଜି ରାତିରେ ଶୋଇବା ଘର ଫ୍ୟାନରେ ଆପ୍ରୋନ ସାହାଯ୍ୟରେ ଝୁଲିପଡିଥିଲେ। ଅନ୍ୟମାନେ  ଏହା ଦେଖି ତୁରନ୍ତ କଲେଜ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇବା ସହ ପୁଲିସକୁ ଖବର ଦେଇଥିଲେ। ଛାତ୍ରୀଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ଅଛି।

ବାଲେଶ୍ୱର ଜିଲ୍ଲା  ଖନ୍ତାପଡ଼ା ଥାନା ସେରଗଡ଼ ଅଞ୍ଚଳରେ ଥିବା ଏକ ଘରୋଇ  କଲେଜର ଜଣେ ଛାତ୍ରୀଙ୍କ  କଲେଜ କ୍ୟାମ୍ପସ ହଷ୍ଟେଲରେ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିବା  ଜଣାପଡ଼ିଛି ।। ଛାତ୍ରୀ ଜଣକ ନୀଳଗିରି ପଂଚଲିଙ୍ଗେଶ୍ୱର  ଅଞ୍ଚଳର ଭାଗ୍ୟଶ୍ରୀ ରାଉତ ବୋଲି ଜଣାପଡିଛି । ସେ ସେହି  କଲେଜ କଂପ୍ୟୁଟର ସାଇନ୍ସର ଦ୍ଵିତୀୟ ବର୍ଷର ଛାତ୍ରୀ ବୋଲି ଜଣାପଡିଛି । ସେ ହଷ୍ଟେଲ ଏକ ରୁମରେ ରହୁଥିବା ବେଳେ ନିଜ ରୁମରେ  ଫ୍ୟାନରେ ଫାଶୀ ଦେଇ ଝୁଲି ପଡିଥିବା   ପାଖ  ଘରେ ରହୁଥିବା ଛାତ୍ରୀ ମାନେ ଆସି ଦେଖିଥିଲେ । ଏଘଟଣା ରାତି ୯.୩୦ରେ ଘଟିଥିବା ବେଳେ  ଘଟଣା ସ୍ଥଳରେ ପରିବାର ଲୋକେ ପହଞ୍ଚି ଥିବା ଜଣାପଡିଛି । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ଖବର ପାଇ ଖନ୍ତାପଡ଼ା ପୁଲିସ ପହଞ୍ଚି ପ୍ରାଥମିକ ତଦନ୍ତ କରୁଥିବା ସୂଚନା ମିଳିଛି ।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button