Kandhamal: କନ୍ଧମାଳକୁ ଯକ୍ଷ୍ମା ଡର: ୬ ବର୍ଷରେ ମଲେଣି ୩୪୭
ଆଦିବାସୀବହୁଳ କନ୍ଧମାଳ ଜିଲ୍ଲାରେ ଯକ୍ଷ୍ମା ରୋଗ ଆତଙ୍କ ସୃଷ୍ଟି କରିଛି। ଖଣି ଓ କଳ କାରଖାନା ନଥାଇ ବି ଏଠାରେ ସଂକ୍ରମିତଙ୍କ ସଂଖ୍ୟା ଅସ୍ବାଭାବିକ ଭାବେ ବଢ଼ିବା ଚିନ୍ତାର ବିଷୟ ପାଲଟିଛି।

ଫୁଲବାଣୀ: ଆଦିବାସୀବହୁଳ କନ୍ଧମାଳ ଜିଲ୍ଲାରେ ଯକ୍ଷ୍ମା ରୋଗ ଆତଙ୍କ ସୃଷ୍ଟି କରିଛି। ଖଣି ଓ କଳ କାରଖାନା ନଥାଇ ବି ଏଠାରେ ସଂକ୍ରମିତଙ୍କ ସଂଖ୍ୟା ଅସ୍ବାଭାବିକ ଭାବେ ବଢ଼ିବା ଚିନ୍ତାର ବିଷୟ ପାଲଟିଛି। ଗତ ୬ ବର୍ଷରେ ଜିଲ୍ଲାରେ ଯକ୍ଷ୍ମାରୋଗରେ ୩୪୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧,୦୦୦ ଜଣ ସଂକ୍ରମିତ ଅଛନ୍ତି। ଜିଲ୍ଲା ଯକ୍ଷ୍ମା ରୋଗ ବିଭାଗରୁ ମିଳିଥିବା ତଥ୍ୟ ଅନୁସାରେ, ୨୦୨୦ରେ କନ୍ଧମାଳରେ ୬୩ ଜଣ ରୋଗୀ ପ୍ରାଣ ହରାଇଥିଲେ। ସେହିପରି ୨୦୨୧ରେ ୭୦ ଜଣ, ୨୦୨୨ରେ ୬୩ ଜଣ, ୨୦୨୩ରେ ୫୧ଜଣ, ୨୦୨୪ରେ ୭୦ ଜଣ ଏବଂ ୨୦୨୫ରେ ୩୦ ଜଣ ରୋଗୀଙ୍କ ମୃତ୍ୟୁ ଘଟିଛି। ସେହିପରି ବର୍ତ୍ତମାନ ବାଲିଗୁଡ଼ା ବ୍ଲକରେ ୫୮ ଜଣ, ଚକାପାଦରେ ୪୬ ଜଣ, ଦାରିଙ୍ଗବାଡ଼ିରେ ୯୦ ଜଣ, ଘୁ.ଉଦୟଗିରିରେ ୪୭ ଜଣ, ଖଜୁରିପଡ଼ାରେ ୨୨ ଜଣ, କୋଟଗଡ଼ରେ ୪୬ ଜଣ, କ.ନୂଆଗାଁରେ ୪୮ ଜଣ, ଫିରିଙ୍ଗିଆରେ ୫୩ ଜଣ, ଫୁଲବାଣୀରେ ୩୩ ଜଣ, ରାଇକିଆରେ ୪୪ ଜଣ, ଟିକାବାଲିରେ ୫୮ ଜଣ, ତୁମୁଡ଼ିବନ୍ଧରେ ୪୧ ଜଣ ଓ ଫୁଲବାଣୀ ପୌରପାଳିକାରେ ୬୪ ଜଣ ଯକ୍ଷ୍ମା ରୋଗୀ ଅଛନ୍ତି ବୋଲି ସୂଚନା ମିଳିଛି।
ସୌଜନ୍ୟ ସମ୍ବାଦ




