ଦେଶ ବିଦେଶ

Delhi: ହୃଦୟ ବିଦାରକ ଘଟଣା: ଝୁଲନ୍ତା ଅବସ୍ଥାରେ ବାପାର ଓ ଶେଯରେ ପଡ଼ିଥିବା ପୁଅର ମୃତଦେହ ଉଦ୍ଧାର

ନୂଆଦିଲ୍ଲୀ: ଉତ୍ତର-ପୂର୍ବ ଦିଲ୍ଲୀର ଜ୍ୟୋତି ନଗରରେ ଶନିବାର ସକାଳେ ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି। ଜଣେ ୫୪ ବର୍ଷୀୟ ବ୍ୟକ୍ତିଙ୍କୁ ତାଙ୍କ ଘରେ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିବାବେଳେ ତାଙ୍କର ୧୩ ବର୍ଷର ପୁଅର ଶବ ଶେଯରେ ପଡ଼ିଥିବା ଦେଖିବାକୁ ମିଳିଛି। ପୁଲିସ ଏହି ଘଟଣାରେ ବିଏନ୍‌ଏସ୍‌ ଧାରା ୧୯୪ ଅନୁଯାୟୀ ତଦନ୍ତ ଆରମ୍ଭ କରିଛି। ଫୋରେନସିକ୍‌ ଟିମ୍‌ ପ୍ରମାଣ ଯୋଗାଡ଼ କରୁଛି।

୫୪ ବର୍ଷୀୟ ପ୍ରବୀଣ ଶର୍ମାଙ୍କୁ ତାଙ୍କ ଘରେ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲା। ନିକଟରେ ୧୩ ବର୍ଷର ପୁଅକୁ ମୃତ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ମିଳିଥିଲା।ଘଟଣା ସମ୍ପର୍କରେ ସୂଚନା ପାଇ ଜ୍ୟୋତି ନଗର ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ପୁଲିସ କହିଛି ଯେ, ପ୍ରବୀଣ ଶର୍ମା ତେଜବୀର ସିଂହଙ୍କ ପୁଅ ଓ ଦିଲ୍ଲୀର ଉତ୍ତର ଛାଜ୍ଜୁପୁରର ବାସିନ୍ଦା। ଘଟଣାସ୍ଥଳକୁ ଫରେନସିକ୍ ଦଳ ଡକାଯାଇଥିଲା। ଫରେନସିକ୍ ବିଶେଷଜ୍ଞମାନେ ଘଟଣାସ୍ଥଳରୁ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ସଂଗ୍ରହ କରିଛନ୍ତି। ଉଭୟ ବାପପୁଅଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ମୃତଦେହ ବ୍ୟବଚ୍ଛେଦ ହେବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ। ଏହି ମାମଲାର ଅଧିକ ତଦନ୍ତ ଚାଲିଛି। ପୁଲିସ ଘଟଣା ପଛର ଉଦ୍ଦେଶ୍ୟ ଜାଣିବାକୁ ଚେଷ୍ଟା କରୁଛି। ଏହା ଏକ ଆତ୍ମହତ୍ୟା ମାମଲା ହୋଇଥାଇ ପାରେ ବୋଲି ପୁଲିସ ସନ୍ଦେହ କରୁଛି।

 

 

ସୌଜନ୍ୟ ସମ୍ବାଦ

Show More
Back to top button