Delhi Bomb: ଦିଲ୍ଲୀ ବିଧାନସଭାକୁ ବୋମା ଧମକ, ବାଚସ୍ପତି ବିଜେନ୍ଦର ଗୁପ୍ତାଙ୍କ ପାଖକୁ ବି ଆସିଲା ଧମକପୂର୍ଣ୍ଣ ମେସେଜ୍

ଦିଲ୍ଲୀ ବଜେଟ୍ ଉପସ୍ଥାପନର କିଛି ସମୟ ପୂର୍ବରୁ ଜାତୀୟ ରାଜଧାନୀରେ ଏକ ବଡ଼ ଧରଣର ବୋମା ଧମକ ବ୍ୟାପକ ଆତଙ୍କ ଖେଳାଇ ଦେଇଛି। ମଙ୍ଗଳବାର ସକାଳ ପ୍ରାୟ ୭:୨୮ ସମୟରେ ଦିଲ୍ଲୀ ବିଧାନସଭାକୁ ଓ ୭:୪୯ରେ ବାଚସ୍ପତି ବିଜେନ୍ଦର ଗୁପ୍ତାଙ୍କ ସରକାରୀ ଇମେଲ୍ ଆଇଡିକୁ ପୃଥକ ଭାବେ ଧମକପୂର୍ଣ୍ଣ ବାର୍ତ୍ତା ଆସିଥିଲା।

ନୂଆଦିଲ୍ଲୀ: ଦିଲ୍ଲୀ ବଜେଟ୍ ଉପସ୍ଥାପନର କିଛି ସମୟ ପୂର୍ବରୁ ଜାତୀୟ ରାଜଧାନୀରେ ଏକ ବଡ଼ ଧରଣର ବୋମା ଧମକ ବ୍ୟାପକ ଆତଙ୍କ ଖେଳାଇ ଦେଇଛି। ମଙ୍ଗଳବାର ସକାଳ ପ୍ରାୟ ୭:୨୮ ସମୟରେ ଦିଲ୍ଲୀ ବିଧାନସଭାକୁ ଓ ୭:୪୯ରେ ବାଚସ୍ପତି ବିଜେନ୍ଦର ଗୁପ୍ତାଙ୍କ ସରକାରୀ ଇମେଲ୍ ଆଇଡିକୁ ପୃଥକ ଭାବେ ଧମକପୂର୍ଣ୍ଣ ବାର୍ତ୍ତା ଆସିଥିଲା। ଏହି ଇମେଲ୍ରେ କେବଳ ବିଧାନସଭା ନୁହେଁ, ବରଂ ନିକଟସ୍ଥ ବିଧାନସଭା ମେଟ୍ରୋ ଷ୍ଟେସନକୁ ମଧ୍ୟ ବୋମା ବିସ୍ଫୋରଣରେ ଉଡ଼ାଇ ଦେବାକୁ ଚେତାବନୀ ଦିଆଯାଇଛଇ। ନିଜକୁ “ଖାଲିସ୍ତାନୀ ନ୍ୟାସନାଲ ଆର୍ମି” କହୁଥିବା ଏକ ସଂଗଠନ ଏହି ଧମକ ପଛରେ ଥିବା ଜଣାପଡ଼ିଛି, ଯାହା ପରେ ସମଗ୍ର ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥାକୁ ଅତ୍ୟନ୍ତ କଡ଼ାକଡ଼ି କରାଯାଇଛି।

ଏହି ଇମେଲ୍ରେ ଦେଶର ଅନେକ ପ୍ରଭାବଶାଳୀ ନେତାଙ୍କୁ ଟାର୍ଗେଟ୍ କରାଯାଇଛି। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ, ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଓ ଦିଲ୍ଲୀ ଏଲଜି ତରନଜିତ ସିଂହ ସାନ୍ଧୁଙ୍କ ନାମ ରହିଛି। ଏହା ବ୍ୟତୀତ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଓ କ୍ୟାବିନେଟ୍ ମନ୍ତ୍ରୀ ମଞ୍ଜିନ୍ଦର ସିଂହ ସିରସାଙ୍କୁ ମଧ୍ୟ ସିଧାସଳଖ ଧମକ ଦିଆଯାଇଛି। ଇମେଲ୍ରେ “ନିଜକୁ ରକ୍ଷା କର” ଭଳି ଉତ୍ତେଜନାପୂର୍ଣ୍ଣ ଭାଷା ବ୍ୟବହାର କରାଯିବା ସହ ଖାଲିସ୍ତାନ ଗଣଭୋଟ ପ୍ରସଙ୍ଗ ଉଲ୍ଲେଖ କରାଯାଇଛି। ବର୍ତ୍ତମାନ ପୋଲିସ, ବୋମା ନିଷ୍କ୍ରିୟକାରୀ ଦଳ ଏବଂ ସୁରକ୍ଷା ଏଜେନ୍ସିମାନେ ଘଟଣାର ତଦନ୍ତ କରୁଛନ୍ତି। ବିଧାନସଭା ପରିସରରେ କଡ଼ା ଯାଞ୍ଚ ଜାରି ରହିଛି ଓ ଏହି ଇମେଲ୍ କେଉଁଠାରୁ ଆସିଛି ତାହା ଜାଣିବାକୁ ସାଇବର ସେଲ୍ ଚେଷ୍ଟା କରୁଛି।

ସୌଜନ୍ୟ ସମ୍ବାଦ

Exit mobile version