ରାଜ୍ୟ

Development Projects in Nayagarh ନୟାଗଡ଼ ବିକାଶ ପାଇଁ ୨୫ ପ୍ରମୁଖ ପ୍ରକଳ୍ପର ସମୀକ୍ଷା, ରାସ୍ତା-ରେଳ ସହ ସ୍ୱାସ୍ଥ୍ୟ ଓ ଶିକ୍ଷା ଭିତ୍ତିଭୂମି ଉପରେ ଗୁରୁତ୍ୱ

ନୟାଗଡ଼ରେ ୨୫ଟି ପ୍ରମୁଖ ବିକାଶ ପ୍ରକଳ୍ପର ସମୀକ୍ଷା। ରାସ୍ତା, ରେଳ, ସ୍ୱାସ୍ଥ୍ୟ, ଶିକ୍ଷା, ବିଦ୍ୟୁତ ଓ କ୍ରୀଡ଼ା ଭିତ୍ତିଭୂମି ଉପରେ ଗୁରୁତ୍ୱ। ପ୍ରକଳ୍ପଗୁଡ଼ିକର ଅଗ୍ରଗତି ନେଇ ଆଲୋଚନା। ହୋଇଛି।

ଭୁବନେଶ୍ୱର:     ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଖାରବେଳଭବନସ୍ଥିତ  ସମ୍ମିଳନୀ କକ୍ଷରେ ଆଜି (ମଙ୍ଗଳବାର) ସଚିବସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟର ଆର୍ଥିକ ପରିଚାଳନା, ବ୍ୟୟ ଅଗ୍ରଗତି, କର୍ମଚାରୀ ସାମାଜିକ ସୁରକ୍ଷା, ନ୍ୟାୟିକ ଆଦେଶର ଅନୁପାଳନ ଓ ଶୀଘ୍ର କାର୍ଯ୍ୟକାରିତା ଏବଂ ନୟାଗଡ଼ ଜିଲ୍ଲାର ପ୍ରମୁଖ ବିକାଶମୂଳକ ପ୍ରକଳ୍ପ ସମ୍ପର୍କରେ ଆଲୋଚନା ହୋଇଥିଲା। ଉନ୍ନୟନ କମିସନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓରଂଜନ କୁମାର ସିଂ ଙ୍କ ସମେତ ବିଭିନ୍ନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ , ପ୍ରମୁଖ ଶାସନ ସଚିବ ଓ ସଚିବମାନେ ଉପସ୍ଥିତ ଥିଲେ ।

ବୈଠକରେ ଗତମାସରୁ ଅଦ୍ୟାବଧି ରାଜ୍ୟର ବିଭିନ୍ନ କ୍ଷେତ୍ରରେ ହାସଲ ହୋଇଥିବା ପ୍ରମୁଖ ସଫଳତା ଓ ଅଗ୍ରଗତି ସମ୍ପର୍କରେ ଶ୍ରୀମତୀ ଗର୍ଗ ସଚିବସ୍ତରୀୟ ବୈଠକରେ ଆଲୋକପାତ କରିଥିଲେ  । ପର୍ଯ୍ୟଟନ, ଶିଳ୍ପ ଓ ନିବେଶ, ପରିବେଶ ସୁରକ୍ଷା, ମହିଳା ସଶକ୍ତିକରଣ, ଦକ୍ଷତା ବିକାଶ, ନିଯୁକ୍ତି, କୃଷି ଓ ଶିକ୍ଷା କ୍ଷେତ୍ରରେ ସଫଳତା ସଂପର୍କରେ ଆଲୋଚନା କରି ଆଗାମୀ ପଦକ୍ଷେପ ସମ୍ପର୍କରେ ଗୁରୁତ୍ୱାରୋପ କରିଥିଲେ ।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button