Protest: ଜ୍ଞାନେଶଙ୍କ ଗିରଫ ଦାବିରେ ଇଣ୍ଡି ମଂଟର ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ, ବିକ୍ଷୋଭ
ସିଇସି ଜ୍ଞାନେଶ କୁମାରଙ୍କ ଗିରଫ ଦାବିରେ ଭଦ୍ରକରେ ଆଜି ଜୋରଦାର ବିକ୍ଷୋଭ ପ୍ରଦର୍ଶନ ହୋଇଛି। ଆନ୍ଦୋଳନକାରୀମାନେ ଗଣତନ୍ତ୍ରର ହତ୍ୟାକାରୀ, ଆରଏସଏସର ଏଜେଣ୍ଟ ଅଭିଯୋଗ ଆଣି ଭାରତର ମୁଖ୍ୟ ନିର୍ବାଚନ କମିସନର...

ଭଦ୍ରକ (ହରିହର ନାୟକ): ସିଇସି ଜ୍ଞାନେଶ କୁମାରଙ୍କ ଗିରଫ ଦାବିରେ ଭଦ୍ରକରେ ଆଜି ଜୋରଦାର ବିକ୍ଷୋଭ ପ୍ରଦର୍ଶନ ହୋଇଛି। ଆନ୍ଦୋଳନକାରୀମାନେ ଗଣତନ୍ତ୍ରର ହତ୍ୟାକାରୀ, ଆରଏସଏସର ଏଜେଣ୍ଟ ଅଭିଯୋଗ ଆଣି ଭାରତର ମୁଖ୍ୟ ନିର୍ବାଚନ କମିସନର ଞ୍ଜାନେଶ କୁମାରଙ୍କୁ ଗିରଫ କରାଯାଉ ବୋଲି କହିଛନ୍ତି।
ସେହିପରି ମୁଖ୍ୟ ନିର୍ବାଚନ କମିଟିରେ ପ୍ରଧାନମନ୍ତ୍ରୀ ଲୋକସଭାର ବିରୋଧୀ ଦଳର ନେତା, ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିଙ୍କୁ ସାମିଲ, ଏସଆଇଆର ପ୍ରକ୍ରିୟାକୁ ସମ୍ପୂର୍ଣ ବାତିଲ, ବ୍ୟାଲଟ ପେପରରେ ଭୋଟ କରାଇବା, ଏମମଏମଡିଆର ସଂଶୋଧନ ଆଇନ- ୨୦୨୬ ବାତିଲ କରିବା, ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା, ଭଦ୍ରକ ଜିଲ୍ଲାରେ ବନ୍ୟା ମୃତକ ଓ ପୀଡ଼ିତଙ୍କ ପରିବାରମାନଙ୍କୁ ପର୍ଯ୍ୟାପ୍ତ କ୍ଷତିପୂରଣ ଦେବା, ସମସ୍ତ ଚାଷୀ ଓ ଭାଗଚାଷୀଙ୍କ କୃଷି ଋଣ ଛାଡ଼ କରିବା, ମତ୍ସ୍ୟଜୀବୀଙ୍କ ଋଣ ଛାଡ଼ କରିବା ଦାବି ନେଇ ଇଣ୍ଡିଆ ମାଂଟ ପକ୍ଷରୁ ଭଦ୍ରକ ରାଜଘାଟ ଛକ ସ୍ଥିତ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରୁ ବାହାରି ଶନି ମନ୍ଦିର ଛକ ଦେଇ ଏକ ବିଶାଳ ପଟୁଆର ବାହାରି ସହର ପରିକ୍ରମା କରିଥିଲା।
ପ୍ରଦର୍ଶନକାରୀମାନେ ଏକ ବିଶାଳ ପଟୁଆରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଂଚି ବିକ୍ଷୋଭପ୍ରଦର୍ଶନ କରିଥଲା। ଭଦ୍ରକ ଜିଲ୍ଲା କଂଗ୍ରେସ ସଭାପତି ନଳିନୀକାନ୍ତ ମହାନ୍ତି, ସିପିଆଇ ଏମ ଜିଲ୍ଲା ସଂପାଦକ ଦିବ୍ୟସିଂ ନାୟକ, ସିପିଆଇ ଏମଏଲର ଜିଲ୍ଲା ସଂପାଦକ ସମର ବଳଙ୍କ ନେତୃତ୍ବରେ ଓ କଂଗ୍ରେସର ବରିଷ୍ଠ ନେତା ଦେବରୂପ ମହାନ୍ତିଙ୍କ ସଂଯୋଜନାରେ ଏହି ସମାବେଶ ଅନୁଷ୍ଠିତ ହୋଇଥିଲା।
ସୌଜନ୍ୟ ସମ୍ବାଦ



