ରାଜ୍ୟ

Dhamra Hilsa Fish Turns Rare ଚିଙ୍ଗୁଡ଼ି ଘେରି ଖାଉଛି ଧାମରା ଇଲିସି, ଯାହା ମିଳୁଛି ଚାଲାଣ ହେଉଛି

ଭଦ୍ରକର ଧାମରା, ଚୂଡ଼ାମଣି ଓ କଶିଆ ମୁହାଣରେ ଇଲିସି ମାଛ ଦୁର୍ଲଭ ହୋଇପଡ଼ିଛି। ଚିଙ୍ଗୁଡ଼ି ଘେରି ଓ ଜଳବାୟୁ ପରିବର୍ତ୍ତନକୁ ଏହାର ପ୍ରମୁଖ କାରଣ କୁହାଯାଉଥିବା ବେଳେ କିଲୋ ପିଛା ଦର ୩ ହଜାର ଟଙ୍କାରେ ପହଞ୍ଚିଛି।

ଭଦ୍ରକ (ହରିହର ନାୟକ):  ଦିନଥିଲା, ଭଦ୍ରକ ଜିଲ୍ଲାର ଧାମରା ଓ ଚୂଡ଼ାମଣି  ଇଲିସି ମାଛ ପାଇଁ ପ୍ରସିଦ୍ଧି ଲାଭ କରିଥିଲା। ଜଳବାୟୁ ପରିବର୍ତ୍ତନ, ବଢ଼ୁଥିବା ଚିଙ୍ଗୁଡ଼ି ଘେରି ପାଇଁ ଇଲିସି ଆଉ ଜାଲରେ ପଡ଼ୁନାହାନ୍ତି। ଉଭୟ ଘାଟରେ ଏକଦା ଅଳ୍ପ କିଛି ଟଙ୍କାରେ ମିଳୁଥିବା ଇଲିସିର ଦର ଏବେ କିଲୋଗ୍ରାମ ପିଛା ୩ ହଜାର ଟଙ୍କାରେ ପହଞ୍ଚିଲାଣି।  ଫଳରେ ଧାମରା ଇଲିସି ଆଉ ଜିଲ୍ଲାର ଲୋକଙ୍କ ପାଇଁ ସାତସପନ ଭଳି ହୋଇଛି।

୩୦ରୁ ୪୦ ବର୍ଷ ତଳେ ଧାମରା, ଚୂଡ଼ାମଣି , କଷିଆରୁ ପର୍ଯ୍ୟାପ୍ତ ପରିମାଣର ଇଲିସି ଧରା ହେଉଥିଲା। ଏଠାକାର ଇଲିସି ବିଦେଶକୁ ମଧ୍ୟ ଚାଲାଣ ହେଉଥିଲା। ଦୈନିକ ୧୦୦ କୁଣ୍ଜାଲ ତୁ ଅଧିକ ଇଲସ ମିଳୁ ଥିଲା।  ସେତେବେଳେ ୧୦ ହଜାରରୁ ଅଧିକ ମତ୍ସ୍ୟଜୀବୀ ଓ ବ୍ୟବସାୟୀ ଇଲିସି ମାଛ କାରବାରରୁ ଜୀବିକା ନିର୍ବାହ କରୁଥିଲେ।  ବର୍ଷା ଦିନେ ଏତେ ପରିମାଣରେ ଇଲିସି ମିଳୁ ଥିଲା ଯେ ଲୋକେ ଭାରରେ ଧରି ଗାଁ ଗାଁ ବୁଲି ବିକ୍ରି କରୁଥିଲେ।  ସେ ସ୍ଥିତି ଆଜି ବଦଳି ଯାଇଛି।

କଶିଆ, ଚୁଡ଼ାମଣି ମୁହାଣରେ କିଲୋ ପିଛା ୩ ହଜାର ଦେଲେ ବି ମିଳୁନି। ଆଗରୁ  ଏହି ସବୁ ଘାଟ ରୁ ୧୦୦ ଟନ୍‌ରୁ ୫୦୦ ଟନ୍‌ ଇଲିସି ମିଳୁଥିଲା।  ସେତେବେଳେ ଅଧିକାଂଶ ସମୟରେ ମାତ୍ର ୫ ଟଙ୍କାରେ କିଲେ ଇଲିସି ମିଳି ଯାଉଥିଲା। ସମୟକ୍ରମେ ବଙ୍ଗୋପସାଗର, ବୈତରଣୀ, ସାଳନ୍ଦୀ, ମନ୍ତେଇ ନଦୀରେ ଚିଙ୍ଗୁଡ଼ିଘେରି ଗଢ଼ି ଉଠିଲା। ଏସବୁ ଘେରିରେ ବ୍ୟାପକ ରାସାୟନିକ ପଦାର୍ଥ ବ୍ୟବହାର ଯୋଗୁ ସମୁଦ୍ର ଜଳ ପ୍ରଦୂଷିତ ହେଲା। ଫଳରେ ଇଲିସି ମାଛ ସହ ବିଭିନ୍ନ ପ୍ରଜାତିର ମାଛ ଓ କଙ୍କଡ଼ା ଆଉ କୂଳ ମାଡ଼ିଲେ ନାହିଁ । ଫଳରେ ଧାମରା ସମୁଦ୍ର ମୁହାଣରୁ ଇଲିସି ମାଛ ମିଳିବା ସ୍ବପ୍ନ ପାଲଟିଗଲା।

 

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button