ମନୋରଞ୍ଜନ

The shooting of Vivah.com: ‘ବିବାହ ଡଟ୍‌ କମ୍’ର ସୁଟିଂ ଶେଷ

‘ସାତ ସୁରେ ବନ୍ଧା ଏ ଜୀବନ’, ‘ଡାଡି ଦ ଲିଭିଂ ଗଡ୍’, ‘ଓୟେ ଗିଟାର୍’ ଓ ‘ମାମା ୱେଡ୍‌ସ ପାପା’ ପରି ଚର୍ଚ୍ଚିତ ଛବିର ନିର୍ଦ୍ଦେଶକ ଆପୁ କାନୁନ୍‌ଗୋ ତାଙ୍କର ନୂଆ ସିନେମା ‘ବିବାହ ଡଟ୍‌ କମ୍’ର ସୁଟିଂ ଶେଷ କରିଛନ୍ତି।

‘ସାତ ସୁରେ ବନ୍ଧା ଏ ଜୀବନ’, ‘ଡାଡି ଦ ଲିଭିଂ ଗଡ୍’, ‘ଓୟେ ଗିଟାର୍’ ଓ ‘ମାମା ୱେଡ୍‌ସ ପାପା’ ପରି ଚର୍ଚ୍ଚିତ ଛବିର ନିର୍ଦ୍ଦେଶକ ଆପୁ କାନୁନ୍‌ଗୋ ତାଙ୍କର ନୂଆ ସିନେମା ‘ବିବାହ ଡଟ୍‌ କମ୍’ର ସୁଟିଂ ଶେଷ କରିଛନ୍ତି। ଏଥିରେ ଜଣାଶୁଣା ବଲିଉଡ୍‌ ଅଭିନେତା ରାଜେଶ ଶର୍ମା, ପ୍ରାନ୍ତିକା ଦାସ, ଅଭିଷେକ ଗିରି, ଅଙ୍କିତ କୁମାର, ପୁଷ୍ପା ପଣ୍ଡା, ଜୀବନ ପଣ୍ଡା ଓ ଶୁଭ୍ରାଂଶୁ ନାୟକ ପ୍ରମୁଖ ମୁଖ୍ୟ ଭୂମିକାରେ ଅଭିନୟ
କରିଛନ୍ତି। ଅରବିନ୍ଦ ମିଶ୍ର ଏହାର ପ୍ରଯୋଜକ। ଆପୁ କାନୁନଗୋ ଏହାର କାହାଣୀ ଓ ଚିତ୍ରନାଟ୍ୟ ପ୍ରସ୍ତୁତ କରିଥିବା ବେଳେ ଶଙ୍କର ତ୍ରିପାଠୀ ଏହାର ସଂଳାପକାର।

ବାପୁ ଗୋସ୍ବାମୀ ଗୀତ ରଚନା କରିଥିବା ବେଳେ ବିକାଶ ଦାସ ଏଥିରେ ସଙ୍ଗୀତ  ନିର୍ଦ୍ଦେଶନା ଦେଇଛନ୍ତି। ଧ୍ରୁବାନନ୍ଦ ପଣ୍ଡା ଏହାର ସିନେମାଟୋଗ୍ରାଫର୍ ଓ ରାଜେଶ ଦାସ ଏଡିଟର୍। ସିନେମାର କାହାଣୀ ଆଧୁନିକ ସମୟର ବାହାଘର ପ୍ରସଙ୍ଗକୁ ନେଇ ଗତିଶୀଳ।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button