ଦେଶ ବିଦେଶ

Drone Strike: ରୁଷ୍‌ର ଇ-କମର୍ସ କମ୍ପାନି ଗୋଦାମ ଉପରେ ୟୁକ୍ରେନର ଡ୍ରୋନ୍ ଆକ୍ରମଣ, ୧୫ ଆହତ

ରୁଷ୍‌ର ବୃହତ୍‌ ଇ-କମର୍ସ ରିଟେଲର ୱାଇଲ୍ଡବେରିଜ୍‌ର ଗୋଦାମ ଉପରେ ୟୁକ୍ରେନ ପୁଣି ଥରେ ବଡ଼ଧରଣର ଡ୍ରୋନ୍ ଆକ୍ରମଣ କରିଛି। ଗତକାଲି ରାତିରେ ହୋଇଥିବା ଏହି ଆକ୍ରମଣରେ ଦେଶର ଦକ୍ଷିଣ-ପଶ୍ଚିମରେ ଥିବା ୱାଇଲ୍ଡବେରିଜ୍‌ର ଦୁଇଟି ଗୋଦାମ ଜଳିଯାଇଛି।

ମସ୍କୋ: ରୁଷ୍‌ର ବୃହତ୍‌ ଇ-କମର୍ସ ରିଟେଲର ୱାଇଲ୍ଡବେରିଜ୍‌ର ଗୋଦାମ ଉପରେ ୟୁକ୍ରେନ ପୁଣି ଥରେ ବଡ଼ଧରଣର ଡ୍ରୋନ୍ ଆକ୍ରମଣ କରିଛି। ଗତକାଲି ରାତିରେ ହୋଇଥିବା ଏହି ଆକ୍ରମଣରେ ଦେଶର ଦକ୍ଷିଣ-ପଶ୍ଚିମରେ ଥିବା ୱାଇଲ୍ଡବେରିଜ୍‌ର ଦୁଇଟି ଗୋଦାମ ଜଳିଯାଇଛି। ଏଥିରେ ୧୫ ଜଣ ଆହତ ହୋଇଛନ୍ତି। ଗତ ୪ ଦିନ ମଧ୍ୟରେ ଦ୍ବିତୀୟ ଥର ପାଇଁ ୟୁକ୍ରେନ ଏହି କମ୍ପାନିର ଗୋଦାମ ଉପରେ ଦ୍ବିତୀୟ ଥର ପାଇଁ ଆକ୍ରମଣ କରିଛି। ଗତ ସପ୍ତାହରେ ତମ୍ବୋଭ ଓ ଇ‌ଲେକ୍ଟ୍ରୋଷ୍ଟଲରେ ଥିବା କମ୍ପାନିର ଗୋଦାମ ଉପରେ ହୋଇଥିବା ଆକ୍ରମଣରେ ୮ ଜଣଙ୍କର ମୃତ୍ୟୁ ହୋଇଥିଲା।

କ୍ରାସନୋଡାର ଓ ଷ୍ଟାଭ୍ରୋପୋଲ ଅଞ୍ଚଳରେ କମ୍ପାନିର ଲଜିଷ୍ଟିକ୍ସ କେନ୍ଦ୍ର ଉପରେ ଆକ୍ରମଣ ହୋଇଛି ବୋଲି ବୁଧବାର ୟୁକ୍ରେନ ରାଷ୍ଟ୍ରପତି ବୋଲଡିମିର ଜେଲେନସ୍କି କହିଛନ୍ତି। ଏହି କମ୍ପାନି ରୁଷ୍‌ ସେନାକୁ ଡ୍ରୋନ୍, ନାଭିଗେସନ୍‌ ଏବଂ ଅନ୍ୟାନ୍ୟ ଉପକରଣ ଯୋଗାଉଛି ବୋଲି ‌ସେ କହିଛନ୍ତି। କ୍ରାସନୋଡାର ଓ ଷ୍ଟାଭ୍ରୋପୋଲର ଲଜିଷ୍ଟିକ୍ସ କେନ୍ଦ୍ର ଉପରେ ଆକ୍ରମଣ ପରେ ସେଠାରୁ କର୍ମଚାରୀମାନଙ୍କୁ ବାହାର କରାଯାଇଛି।

ସାଧାରଣ ଲୋକ ଓ କର୍ମଚାରୀମାନଙ୍କ ଉପରେ ହୋଇଥିବା ଆକ୍ରମଣକୁ ନିନ୍ଦା କରାଯାଇଛି। କ୍ରାସନୋଡାର ରାଜ୍ୟପାଳ ଭ୍ଲାଦିମିର ଭ୍ଲାଦିମିରୋଭ କହିଛନ୍ତି, ନେଭିନୋମିସ୍କ ଉପକଣ୍ଠରେ ଥିବା ଗୋଦାମ ଉପରେ ହୋଇଥିବା ଆକ୍ରମଣରେ ୫ ଜଣ ଓ କ୍ରାସନୋଡାରରେ ହୋଇଥିବା ଆକ୍ରମଣରେ ୧୦ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ଅଛି ବୋଲି ରାଜ୍ୟପାଳ ସୂଚନା ଦେଇଛନ୍ତି। ଆକ୍ରମଣ ପରେ ଗୋଦାମ ଅଞ୍ଚଳର ଆକାଶ ନିଆଁ ଓ ଧୂଆଁମୟ ହୋଇ ଯାଇଥିଲା।

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button