Musk warns: ଭାରତରେ ପିଲା ଜନ୍ମ ହେବା ହାର ଧୀରେ ଧୀରେ କମିବାରେ ଲାଗିବା ନେଇ ମସ୍କ ଚେତାବନୀ ଦେଇଛନ୍ତି
ଭୁବନେଶ୍ବର: ଭାରତ ପାଇଁ ଏବେ ଏକ ବଡ଼ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି। ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଏଲନ୍ ମସ୍କ ଭାରତକୁ ନେଇ ଏକ ବଡ଼ ଚେତାବନୀ ଦେଇଛନ୍ତି। ମସ୍କ କହିଛନ୍ତି ଯେ, ଭାରତରେ ପିଲା ଜନ୍ମ ହେବା ହାର ଧୀରେ ଧୀରେ କମିବାରେ ଲାଗିଛି। ସେ ନିଜ ସୋସିଆଲ ମିଡିଆ ଆକାଉଣ୍ଟ ‘ଏକ୍ସ’ରେ ଲେଖିଛନ୍ତି ଯେ, ଭାରତରେ ଜନ୍ମହାର ଏବେ ଦୁଇ ଦଶମିକ ଏକ ପ୍ରତିଶତରୁ ତଳକୁ ଖସିଗଲାଣି। ଜନସଂଖ୍ୟାକୁ ସନ୍ତୁଳିତ ରଖିବା ପାଇଁ ଏହି ସ୍ତର ବହୁତ ଜରୁରୀ ଅଟେ। ମସ୍କଙ୍କ ମତରେ, ବିଶେଷ କରି ଭାରତର ପଢ଼ାଲେଖା କରିଥିବା ଶିକ୍ଷିତ ଲୋକଙ୍କ ମଧ୍ୟରେ ଏହି ସମସ୍ୟା ବହୁ ବର୍ଷ ପୂର୍ବରୁ ଆରମ୍ଭ ହୋଇସାରିଛି। ଆଜିକାଲି ଲୋକେ ଆଉ ପରିବାର ବଢ଼ାଇବାକୁ କିମ୍ବା ଅଧିକ ପିଲା ଜନ୍ମ କରିବାକୁ ଆଦୌ ଇଚ୍ଛା କରୁନାହାନ୍ତି। ଏଲନ୍ ମସ୍କ ଅନେକ ଦିନରୁ କହିଆସୁଛନ୍ତି ଯେ, ସାରା ଦୁନିଆରେ କମୁଥିବା ଜନ୍ମହାର ମାନବ ସଭ୍ୟତା ପାଇଁ ସବୁଠାରୁ ବଡ଼ ବିପଦ ଅଟେ। ଆଉ ଏବେ ଏହି ସମସ୍ୟା ଭାରତରେ ମଧ୍ୟ ଦେଖିବାକୁ ମିଳିଲାଣି।
ସୌଜନ୍ୟ ସମ୍ବାଦ




