ଦେଶ ବିଦେଶ

S-400: ରୁଷ୍‌ ପୁଣି ବନ୍ଧୁତା ନିଭାଇଲା;ଚତୁର୍ଥ ଏସ୍-୪୦୦ ସିଷ୍ଟମ୍ ଭାରତକୁ ପଠାଇଲା

ନୂଆଦିଲ୍ଲୀ: ‘ଅପରେସନ ସିନ୍ଦୂର’ର ପ୍ରଥମ ବର୍ଷ ପୂର୍ତ୍ତି ପୂର୍ବରୁ ଭାରତର ବାୟୁ ସୁରକ୍ଷା ସହ ଜଡ଼ିତ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ବହୁପ୍ରତୀକ୍ଷିତ ଚତୁର୍ଥ ଏସ୍-୪୦୦ ଏୟାର୍‌ ଡିଫେନ୍ସ ସିଷ୍ଟମ୍‌ ରୁଷିଆ ଭାରତକୁ ପଠାଇଛି। ମେ ମଧ୍ୟଭାଗ ସୁଦ୍ଧା ଏହା ଭାରତୀୟ ବନ୍ଦରରେ ପହଞ୍ଚିବ। ଏଥି ସହିତ ପଞ୍ଚମ ଏସ୍-୪୦୦ ସିଷ୍ଟମ୍ ଚଳିତ ବର୍ଷ ନଭେମ୍ବରରେ ଭାରତ ଆସିବାର ସମ୍ଭାବନା ରହିଛି।

‘ଅପରେସନ୍ ସିନ୍ଦୂର’ ସମୟରେ, ରୁଷ୍‌ର ଏସ୍-୪୦୦ ସିଷ୍ଟମ୍ ଏହାର ଅସ୍ତ୍ରଶସ୍ତ୍ରର ଜବରଦସ୍ତ ପ୍ରଦର୍ଶନ କରିଥିଲା। ଏହି ଅପରେସନରେ ଭାରତ ପାକିସ୍ତାନ ବିରୋଧରେ ୧୧ଟି ଦୂରଗାମୀ ଏସ୍-୪୦୦ କ୍ଷେପଣାସ୍ତ୍ର ନିକ୍ଷେପ କରିଥିଲା। ଏହି କ୍ଷେପଣାସ୍ତ୍ରଗୁଡ଼ିକ ଶତ୍ରୁ ଦେଶର ଯୁଦ୍ଧ ବିମାନ, ଏୟାର୍‌ବୋର୍ଣ୍ଣ ଆର୍ଲି ୱାର୍ଣ୍ଣିଂ ସିଷ୍ଟମ୍ (ଏଡବ୍ଲ୍ୟୁଏସିଏସ୍) ଓ ପରିବହନ ବିମାନକୁ ଖସାଇ ଦେଇଥିଲା। ଏସ୍-୪୦୦ର ଦୀର୍ଘ ଦୂରଗାମୀ ରାଡାର ଓ ଫାୟାର ପାୱାରର ଭୟ ଏତେ ଅଧିକ ଥିଲା ଯେ ପାକିସ୍ତାନ ବୁଝିପାରିଛି, ସିନ୍ଧୁ ନଦୀର ପୂର୍ବରେ ଥିବା ଏହାର କୌଣସି ଏୟାର୍‌ ପ୍ଲାଟଫର୍ମ ସୁରକ୍ଷିତ ନୁହେଁ। ଭାରତୀୟ କ୍ଷେପଣାସ୍ତ୍ର କବଳରୁ ରକ୍ଷା କରିବା ପାଇଁ ପାକିସ୍ତାନ ଏହାର ସମସ୍ତ ସକ୍ରିୟ ଯୁଦ୍ଧ ବିମାନ ଓ ଏୟାର୍‌ ପ୍ଲାଟଫର୍ମକୁ କ୍ୱେଟା ଓ ପେଶାୱାର ଏୟାର୍‌ବେସ୍‌କୁ ସ୍ଥାନାନ୍ତର କରିବାକୁ ବାଧ୍ୟ ହୋଇଥିଲା। ନିରାଶ ପାକିସ୍ତାନ ପଞ୍ଜାବ ଓ ଗୁଜରାଟରେ ଅବସ୍ଥାପିତ ଭାରତର ଦୁଇଟି ଏସ୍-୪୦୦ ସିଷ୍ଟମ୍‌କୁ ଟାର୍ଗେଟ୍ କରିବାକୁ ମଧ୍ୟ ଚେଷ୍ଟା କରିଥିଲା, ଯାହା ସମ୍ପୂର୍ଣ୍ଣ ବିଫଳ ହୋଇଥିଲା।

 

 

 

 

ସୌଜନ୍ୟ ସମ୍ବାଦ

Show More
Back to top button