ବର୍ତ୍ତମାନ ସେ ଓଡ଼ିଶା ‘କ୍ଲାଇମେଟ୍ ଆକ୍ସନ୍ ଟିମ୍‌’ର ନେତୃତ୍ୱ ନେଉଛନ୍ତି। ୟୁନିସେଫ୍, ୟୁଏନ୍‌ଇପି, ଡବ୍ଲୁଡବ୍ଲୁଏଫ୍, ସାତ୍ତ୍ୱିକ ସୋଲ୍ ଫାଉଣ୍ଡେସନ୍, ଏନ୍‌ୱାଇସିସି, ମେରି ଲାଇଫ୍, ଭାରତ ସରକାରଙ୍କ ଭଳି ଅନେକ ଜାତୀୟ ଓ ଅନ୍ତର୍ଜାତୀୟ ଅନୁଷ୍ଠାନ ସହିତ ଉତ୍ସାହର ସହିତ କାର୍ଯ୍ୟ କରୁଛନ୍ତି। ବିଭିନ୍ନ ସାମାଜିକ ଓ ପରିବେଶଗତ ଅଭିଯାନରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି। ସମ୍ପ୍ରତି ସେ ଅନ୍ତର୍ଜାତୀୟ ପ୍ରକୃତି ସଂରକ୍ଷଣ ସଂଘ (ଆୟୁସିଏନ୍‌) ଦ୍ୱାରା ଭାରତର ଜଣେ ଯୁବ ପରିବର୍ତ୍ତନକାରୀ ଭାବରେ ମନୋନୀତ ହୋଇଛନ୍ତି। ଏହାଛଡ଼ା ଆବୁଧାବିରେ ଅନୁଷ୍ଠିତ ଆୟୁସିଏନ୍‌ ବିଶ୍ୱ ସଂରକ୍ଷଣ କଂଗ୍ରେସ ୨୦୨୫ରେ ଭାରତର ଅଭିନବ ମଡେଲକୁ ପ୍ରତିନିଧିତ୍ୱ କରିଛନ୍ତି ଶିବାନୀ।