Examination: ମାଟ୍ରିକ ପରୀକ୍ଷାରେ କପି ଯୋଗାଇବା ଅଭିଯୋଗ: ହରଡ଼ଘଣାରେ ସୁପରିନଟେଣ୍ଡେଣ୍ଟ, ୨ ଶିକ୍ଷକ

Allegations of malpractice surfaced at a matric exam centre in Rayagada district, Odisha, where two teachers and the centre superintendent were accused of supplying cheating materials during the mathematics exam. Investigation is underway.

ରାୟଗଡା/ମୁକୁନ୍ଦପୁର: ମଙ୍ଗଳ ବିଭାଗ ଦ୍ବାରା ପରିଚାଳିତ  ରାୟଗଡା ଜିଲ୍ଲା କୋଲନରା ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କୈଳାଶପୁର ପରୀକ୍ଷା କେନ୍ଦ୍ରରେ କପି ଯୋଗାଇବା ଅଭିଯୋଗରେ ବିଦ୍ୟାଳୟର ସୁପରିନଟେଣ୍ଡେଣ୍ଟ ଓ ୨ ଶିକ୍ଷକ ହରଡଘଣାରେ ପଡିଥିବା ଜଣାପଡିଛି। ଏନେଇ ରାୟଗଡା ଜିଲ୍ଲା ଶିକ୍ଷା ଅଧିକାରୀ ରାମଚନ୍ଦ୍ର ନାହାକ ଚାନ୍ଦିଲି ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାପଡିଛି।

ସୂଚନା ଅନୁଯାୟୀ, ଆଜି ମାଟ୍ରିକ ବୋର୍ଡ ପରୀକ୍ଷାର ଅନ୍ତିମ ଦିନରେ  ଗଣିତ ପରୀକ୍ଷା ଚାଲିଥିବା ବେଳେ ହଠାତ୍ ବିଦ୍ୟାଳୟକୁ ସ୍କ୍ୱାଡ ଆସିଥିଲେ। ସ୍କ୍ବାଡ ରୂପେ ଆସିଥିବା ଅତିରୀକ୍ତ ଜିଲ୍ଲା ଶିକ୍ଷାଅଧିକାରୀ ଶାନ୍ତିଲତା ମୁନୀ ଓ ଅନ୍ୟ ଜଣେ ଏବିଇଓ  ସେହି ସମୟରେ କିଛି ଛାତ୍ରଛାତ୍ରୀଙ୍କୁ ଦୁଇଜଣ ଶିକ୍ଷକ  କପି ଦେବା ବେଳେ ସ୍କ୍ୱାର୍ଡଙ୍କ ନଜରରେ ପଡ଼ି ଯାଇଥିଲା। ଏବଂ ସେମାନଙ୍କ ପାଖରୁ କିଛି କପି ଚିଠି ଓ ଲେଖା ଥିବା କାଗଜ ପତ୍ର ଜବତ ହୋଇଥିବା କୁହାଯାଇଛି। ସୂଚନାରୁ ଜଣାପଡିଛି କପି ଯୋଗାଉଥିବା ଉଭୟ ଶିକ୍ଷକ ସେହି ବିଦ୍ୟାଳୟରେ ବେଆଇନ ଭାବେ ପ୍ରବେଶ କରି କପି ଯୋଗାଉଥିଲେ।

ଘଟଣା ପ୍ରକାଶ ପାଇବା ସହିତେ ପରୀକ୍ଷା କେନ୍ଦ୍ରରେ ଉତ୍ତେଜନା ଦେଖାଦେଇଥିଲା। ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ କହାଯାଇଛି ଯେ, ଯଦି ଅଭିଯୋଗ ସତ୍ୟ ପ୍ରମାଣିତ ହୁଏ, ତେବେ ସମ୍ପୃକ୍ତ ଶିକ୍ଷକମାନଙ୍କ ବିରୋଧରେ କଠୋର ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ପରୀକ୍ଷା ପ୍ରକ୍ରିୟାକୁ ସ୍ୱଚ୍ଛ ଓ ନିର୍ବିଘ୍ନ ରଖିବା ପାଇଁ ପ୍ରଶାସନ ପକ୍ଷରୁ କଡା ନଜର ରଖାଯାଇଛି ବୋଲି ଡିଇଓ ଶ୍ରୀ ନାହାକ ପ୍ରକାଶ କରିଛନ୍ତି। କପି  ସ୍କ୍ବାଡ ହାତରେ  ଧରା ପଡ଼ିଥିବା ଶିକ୍ଷକ ଦୁଇଜଣ ହେଲେ ବଡ ଖିଲାପଦର ବିଦ୍ୟାଳୟର ସହକାରୀ ଶିକ୍ଷକ ସ୍ବରାଜ ବେହେରା ଓ ଭୋଇମଡା ବିଦ୍ୟାଳୟର ସହକାରୀ ଶିକ୍ଷକ ଶୈଳେନ୍ଦ୍ର ସ୍ୱାଇଁ। ଏହା ସହ ପରୀକ୍ଷା ଦାୟିତ୍ୱରେ ସୁପରିଟେଣ୍ଡେଣ୍ଟ ଭାବେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଶିକେସନ୍ ବାଘ୍ ନାମରେ ଏତଲା ଦିଆଯିବା ନେଇ ଜଣାପଡିଛି। ସମସ୍ତଙ୍କ ଉପସ୍ଥିତି ଏବଂ  ପର୍ଯ୍ୟବେକ୍ଷକ ରହିଥିବା ବେଳେ ବାହାରୁ ୨ଜଣ ଶିକ୍ଷକ କିଭଳି ବିଦ୍ୟାଳୟ ଭିତରକୁ ପ୍ରବେଶ କରିଥିଲେ ତାକୁ ମଧ୍ୟ ତଦନ୍ତ ପରିସରକୁ ଅଣାଯାଇଛି। ଏଫଆଇଆର ପରେ ବିଦ୍ୟାଳୟର ସିସି ଟିଭି ଫୁଟେଜ ଦେଖିବା ପରେ ତଦନ୍ତ ଜାରି ରହିବ ବୋଲି ଚାନ୍ଦିଲି ଥାନା ଆଇଆଇସି ଉତ୍ତମ କୁମାର ସାହୁ ପ୍ରକାଶ କରିଛନ୍ତି ।

ସୌଜନ୍ୟ ସମ୍ବାଦ

Exit mobile version