ଜିଲ୍ଲାରାଜ୍ୟ

Fake Ghee: ଶ୍ରୀମନ୍ଦିରରୁ ନକଲି ଘିଅ ଜବତ, ଓମଫେଡ୍ ବଦଳରେ ଅନ୍ୟ ଘିଅ ନେଉଥିବାରୁ କଡ଼ା କାର୍ଯ୍ୟାନୁଷ୍ଠାନ

ଆଜି ରୋଷ ଘରକୁ ଘିଅ ନେବା ସମୟରେ ସୁରକ୍ଷା କର୍ମୀ ଯାଞ୍ଚ କରି ବନସ୍ପତି ଘିଅର ୩୦ଟି ପ୍ୟାକେଟ୍ ଧରିଥିଲେ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତୁରନ୍ତ ଘିଅ ଜବତ କରାଯିବା ସହ ଘଟଣାର ତଦନ୍ତ ଆରମ୍ଭ ହୋଇଛି।

ପୁରୀ: ଶ୍ରୀମନ୍ଦିର ରୋଷ ଘରକୁ ବେଆଇନ ଭାବେ ବନସ୍ପତି କମ୍ପାନୀର ନକଲି ଘିଅ ନେବା ବେଳେ ଶ୍ରୀମନ୍ଦିର ପ୍ରଶାସନ ୩୦ ପ୍ୟାକେଟ୍ ଘିଅ ଜବତ କରିଛି। ମହାପ୍ରସାଦ ପ୍ରସ୍ତୁତିରେ କେବଳ ଓମଫେଡ୍ ଘିଅ ବ୍ୟବହାର ପାଇଁ କଟକଣା ଥିବା ବେଳେ ନିୟମ ଉଲ୍ଲଂଘନ କରି ଅନ୍ୟ ବ୍ରାଣ୍ଡର ଘିଅ ନିଆଯାଉଥିବା ଜଣାପଡ଼ିଛି।

ସୁରକ୍ଷା କର୍ମୀ ବନସ୍ପତି ଘିଅର ୩୦ଟି ପ୍ୟାକେଟ୍ ଧରିଥିଲେ

ସୂଚନା ଅନୁସାରେ, ଆଜି ରୋଷ ଘରକୁ ଘିଅ ନେବା ସମୟରେ ସୁରକ୍ଷା କର୍ମୀ ଯାଞ୍ଚ କରି ବନସ୍ପତି ଘିଅର ୩୦ଟି ପ୍ୟାକେଟ୍ ଧରିଥିଲେ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତୁରନ୍ତ ଘିଅ ଜବତ କରାଯିବା ସହ ଘଟଣାର ତଦନ୍ତ ଆରମ୍ଭ ହୋଇଛି।
ଶ୍ରୀମନ୍ଦିରରେ ମହାପ୍ରସାଦ ପ୍ରସ୍ତୁତି ପାଇଁ କେବଳ ଓମଫେଡ୍ ଘିଅ ବ୍ୟବହାର କରିବାକୁ ପୂର୍ବରୁ ନିର୍ଦ୍ଦେଶ ରହିଛି। ଅନ୍ୟ କୌଣସି ଘିଅ ଶ୍ରୀମନ୍ଦିର ଭିତରକୁ ନେବା ଉପରେ ସମ୍ପୂର୍ଣ୍ଣ କଟକଣା ଲାଗୁ କରାଯାଇଛି।
କେଉଁ ସୁଆର ସେବକ ଏହି ନକଲି ଘିଅ ନେଉଥିଲେ ଏବଂ ଏହା ପଛରେ କାହାର ହାତ ଅଛି ସେନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତଦନ୍ତ ଜାରି ରହିଛି। ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରଶାସନ ସୂତ୍ରରୁ ପ୍ରକାଶ। ମହାପ୍ରସାଦର ଶୁଦ୍ଧତା ବଜାୟ ରଖିବା ପାଇଁ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯାଇଛି।

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button