ଜିଲ୍ଲାରାଜ୍ୟ

Free Bus Service: ନିଟ୍ (ୟୁଜି) ପୁନଃ ପରୀକ୍ଷାର୍ଥୀଙ୍କ ପାଇଁ ରାୟଗଡ଼I ଜିଲ୍ଲାରେ ମାଗଣା ବସ୍ ସେବା ବ୍ୟବସ୍ଥା

ଜିଲ୍ଲାର ବିଭିନ୍ନ ଦୁର୍ଗମ ଅଞ୍ଚଳ, ବ୍ଲକ ଓ ଗ୍ରାମ ପଞ୍ଚାୟତରୁ ବହୁ ସଂଖ୍ୟକ ଛାତ୍ରଛାତ୍ରୀ ଏହି ପରୀକ୍ଷାରେ ଅଂଶଗ୍ରହଣ କରିବେ ଏବଂ ସେମାନଙ୍କର ପରୀକ୍ଷା କେନ୍ଦ୍ର ରାୟଗଡ଼I ଜିଲ୍ଲା ମୁଖ୍ୟାଳୟ ସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ (କେ.ଭି.), ରାୟଗଡ଼Iରେ ନିର୍ଦ୍ଧାରିତ ହୋଇଛି।

ରାୟଗଡ଼I: ଆସନ୍ତା ୨୧ ଜୁନ ୨୦୨୬ (ରବିବାର) ଦିନ ଅନୁଷ୍ଠିତ ହେବାକୁ ଥିବା ନିଟ୍ (ୟୁଜି) ପୁନଃ ପରୀକ୍ଷା ୨୦୨୬ରେ ଅଂଶଗ୍ରହଣ କରୁଥିବା ପରୀକ୍ଷାର୍ଥୀମାନଙ୍କ ସୁବିଧା ଦୃଷ୍ଟିରୁ ରାୟଗଡ଼I ଜିଲ୍ଲାପାଳ  ଆଶୁତୋଷ କୁଲକର୍ଣ୍ଣୀଙ୍କ ନିର୍ଦ୍ଧେଶକ୍ରମେ ମାଗଣା ବସ୍ ସେବାର ବ୍ୟବସ୍ଥା କରାଯାଇଛି। ଜିଲ୍ଲାର ବିଭିନ୍ନ ଦୁର୍ଗମ ଅଞ୍ଚଳ, ବ୍ଲକ ଓ ଗ୍ରାମ ପଞ୍ଚାୟତରୁ ବହୁ ସଂଖ୍ୟକ ଛାତ୍ରଛାତ୍ରୀ ଏହି ପରୀକ୍ଷାରେ ଅଂଶଗ୍ରହଣ କରିବେ ଏବଂ ସେମାନଙ୍କର ପରୀକ୍ଷା କେନ୍ଦ୍ର ରାୟଗଡ଼I ଜିଲ୍ଲା ମୁଖ୍ୟାଳୟ ସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ (କେ.ଭି.), ରାୟଗଡ଼Iରେ ନିର୍ଦ୍ଧାରିତ ହୋଇଛି।

ପରୀକ୍ଷା ସମାପ୍ତିର ୩୦ ମିନିଟ୍ ପରେ ସମସ୍ତ ବସ୍ ସମ୍ପୃକ୍ତ ଅଞ୍ଚଳକୁ ପ୍ରତ୍ୟାବର୍ତ୍ତନ କରିବ

ପ୍ରକାଶିତ ରୁଟ୍ ମ୍ୟାପ୍ ଅନୁଯାୟୀ ଗୁଣୁପୁର, ପଦ୍ମପୁର, କୋଲନରା, କାଶୀପୁର, ମୁନିଗୁଡ଼ା ଏବଂ ରାୟଗଡ଼I ଅଞ୍ଚଳରୁ ବସ୍ ଚଳାଚଳ କରିବ। ପରୀକ୍ଷାର୍ଥୀମାନେ ନିର୍ଦ୍ଧାରିତ ସମୟରେ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବା ପାଇଁ ବସ୍‌ଗୁଡ଼ିକ ସକାଳୁ ଯାତ୍ରା ଆରମ୍ଭ କରିବେ। ପରୀକ୍ଷା ସମାପ୍ତିର ପ୍ରାୟ ୩୦ ମିନିଟ୍ ପରେ ପ୍ରତ୍ୟାବର୍ତ୍ତନ ବସ୍ ସେବା ମଧ୍ୟ ଉପଲବ୍ଧ ରହିବ।

ନିର୍ଦ୍ଧାରିତ ସମୟସୂଚୀ ଅନୁଯାୟୀ ଗୁଣୁପୁର, ପଦ୍ମପୁର, କୋଲନରା, କାଶୀପୁର ଓ ମୁନିଗୁଡ଼ାରୁ ସକାଳ ୭ଟାରୁ ୮ଟା ମଧ୍ୟରେ ବସ୍ ଛାଡ଼ିବ ଏବଂ ପରୀକ୍ଷା କେନ୍ଦ୍ରରେ ସକାଳ ୧୦ଟାରୁ ୧୧.୩୦ଟା ମଧ୍ୟରେ ପହଞ୍ଚିବ। ରାୟଗଡ଼ା ସହର ଅଞ୍ଚଳରୁ ମଧ୍ୟ ରେଳ ଷ୍ଟେସନ୍ ମାର୍ଗରେ ସ୍ୱତନ୍ତ୍ର ବସ୍ ସେବାର ବ୍ୟବସ୍ଥା କରାଯାଇଛି।ପ୍ରକାଶିତ ରୁଟ୍ ମ୍ୟାପ୍ ଅନୁଯାୟୀ, ଗୁଣୁପୁରରୁ ରାମନାଗୁଡ଼ା ମାର୍ଗ ଦେଇ ସକାଳ ୭.୦୦ ଘଟିକାରେ ଏବଂ ଗୁମୁଡ଼ା ମାର୍ଗ ଦେଇ ସକାଳ ୮.୦୦ ଘଟିକାରେ ବସ୍ ଛାଡ଼ିବ, ଯାହା କ୍ରମଶଃ ସକାଳ ୧୦.୩୦ ଓ ୧୧.୩୦ ଘଟିକାରେ କେନ୍ଦ୍ରୀୟ ବିଦ୍ୟାଳୟ, ରାୟଗଡ଼ାରେ ପହଞ୍ଚିବ। ପଦ୍ମପୁରରୁ ଗୁମୁଡ଼ା ମାର୍ଗ ଦେଇ ସକାଳ ୭.୦୦ ଘଟିକାରେ ବସ୍ ଛାଡ଼ି ସକାଳ ୧୦.୩୦ ଘଟିକାରେ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବ। ରାୟଗଡ଼ା ସହରରୁ ରେଳ ଷ୍ଟେସନ୍ ମାର୍ଗରେ ସକାଳ ୧୦.୦୦ ଘଟିକା ଓ ୧୧.୦୦ ଘଟିକାରେ ଦୁଇଟି ବସ୍ ଚଳାଚଳ କରିବ, ଯାହା କ୍ରମଶଃ ସକାଳ ୧୦.୩୦ ଓ ୧୧.୩୦ ଘଟିକାରେ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବ। ସେହିପରି କୋଲନରାରୁ ଜେ.କେ.ପୁର ଓ ରେଳ ଷ୍ଟେସନ୍ ମାର୍ଗ ଦେଇ ସକାଳ ୮.୦୦ ଘଟିକାରେ ବସ୍ ଛାଡ଼ି ସକାଳ ୧୦.୩୦ ଘଟିକାରେ ପହଞ୍ଚିବ। କାଶୀପୁରରୁ ଟିକିରି ମାର୍ଗ ଦେଇ ଏବଂ ମୁନିଗୁଡ଼ାରୁ ବିଷମକଟକ ମାର୍ଗ ଦେଇ ସକାଳ ୭.୦୦ ଘଟିକାରେ ବସ୍ ଛାଡ଼ିବ, ଯାହା ସକାଳ ୧୦.୦୦ ଘଟିକାରେ କେନ୍ଦ୍ରୀୟ ବିଦ୍ୟାଳୟ, ରାୟଗଡ଼ାରେ ପହଞ୍ଚିବ। ପରୀକ୍ଷା ସମାପ୍ତିର ୩୦ ମିନିଟ୍ ପରେ ସମସ୍ତ ବସ୍ ସମ୍ପୃକ୍ତ ଅଞ୍ଚଳକୁ ପ୍ରତ୍ୟାବର୍ତ୍ତନ କରିବ।

ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ନିଟ୍ (ୟୁଜି) ପୁନଃ ପରୀକ୍ଷାର୍ଥୀଙ୍କୁ ଏହି ମାଗଣା ବସ୍ ସେବାର ସୁଯୋଗ ଗ୍ରହଣ କରି ସୁରକ୍ଷିତ ଓ ନିର୍ବିଘ୍ନ ଭାବରେ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବା ପାଇଁ ପ୍ରଶାସନ ତରଫରୁ ଅନୁରୋଧ କରାଯାଇଛି।

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button