ରାଜ୍ୟ

Fake Surf Excel Detergent ଭଦ୍ରକରୁ ନକଲି ସର୍ଫ ତିଆରି କାରଖାନା ଠାବ

ଭଦ୍ରକର ରାଣୀତାଲସ୍ଥିତ ପରିତ୍ୟକ୍ତ ରାଇସ୍ ମିଲ୍‌ରେ ନକଲି ସର୍ଫ ଏକ୍ସେଲ୍ ତିଆରି କାରଖାନା ଠାବ। ପୁଲିସ ଚଢ଼ାଉରେ କଞ୍ଚାମାଲ, ମେସିନ୍, କେମିକାଲ ଓ ନକଲି ସର୍ଫ ଜବତ ହୋଇଛି।

ଭଦ୍ରକ/ରାଣୀତାଲ (ହରିହର ନାୟକ):   ଭଦ୍ରକର ରାଣୀତାଲ ଠାରେ ଥିବା ଏକ ପରିତ୍ୟକ୍ତ ରାଇସ ମିଲ୍ ପରିସରରେ ନକଲି ଲୁଗାସଫା ସୋଡ଼ାଖାର ’ସର୍ଫ ଏକ୍ସସେଲ’ର କାରଖାନା ଠାବ କରାଯାଇଛି। ଏହି ଘଟଣାରେ ସେଠାରେ ନିୟୋଜିତ ଅନେକ କର୍ମଚାରୀ ଫେରାର୍‌ ହୋଇଯାଇଥିବା ବେଳେ ଏହାପଛରେ କିଏ ରହିଛି ତାହା ଏଯାଏଁ ଅସ୍ପଷ୍ଟ ରହିଛି।

ଭଦ୍ରକରେ ନକଲି ସର୍ଫ କାରଖାନା ଚାଲୁଥିବା ନେଇ ଅଭିଯୋଗ ହୋଇଥିଲା। ଏନେଇ ଗତକାଲି(ଗୁରୁବାର) ରାତିରେ ଭଦ୍ରକ ଗ୍ରାମାଞ୍ଚଳ ପୁଲିସର  ରାତି ଅଧିଆ ଚଢ଼ାଉ କରିଥିଲା। କାରଖାନା ପରିସରରେ ଥିବା ଏକ ପରିତ୍ୟକ୍ତ  ଗୋଦାମ ଘରେ ଏହି ନକଲି ସର୍ଫ ପ୍ରସ୍ତୁତ କରାଯାଉଥିଲା। ତେବେ ପୁଲିସ ଗୋଦାମରେ ପହଞ୍ଚିବା ପୂର୍ବରୁ ସେଠାରେ ପ୍ରାୟ ସମସ୍ତେ ଫୋରର୍‌ ହୋଇଯାଇଥିଲେ। ବର୍ତ୍ତମାନ ଗୋଦାମରେ ସିଲ୍‌ କରି ପୁଲିସ ପହରା ଦେଉଛି।

ପୁଲିସ ଠାରୁ ମିଳିଥବା ସୂଚନାନୁସାରେ, ଗୋଦାମରୁ  ବିପୁଳ ପରିମାଣର କଞ୍ଚାମାଲ, ମେସିନ ଓ କେମିକାଲ ଓ ନକଲି ସର୍ଫ ଜବତ ହୋଇଛି l ଏହି ନକଲି ସର୍ଫ ଭଦ୍ରକ ସମେତ ବାଲେଶ୍ୱର, ଯାଜପୁର ବଜାରକୁ ଯାଉଥିଲା। କାରଖାନା ମାଲିକକୁ ଧରିବା ପାଇଁ ପୋଲିସ ତଦନ୍ତ ଆରମ୍ଭ କରିଛି। ଭଦ୍ରକ  ଗ୍ରାମାଞ୍ଚଳ ଥାନା ଅଧିକାରୀ ସୁବ୍ରତ ଦାସ କହିଛନ୍ତି, ତଦନ୍ତ ଚାଲିଛି। ଏକାଧିକ ଟିମ୍‌ ଏହି ତଦନ୍ତରେ ସମ୍ପୃକ୍ତ ଅଛନ୍ତି।  ସମସ୍ତ ସନ୍ଦିଗ୍ଧଙ୍କୁ ତଦନ୍ତ ପରିସରକୁ ଅଣାଯିବ । ତଦନ୍ତ ପରେ ଅଭିଯୁକ୍ତଙ୍କୁ ଗିରଫ କରାଯିବ।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button