Fani’s record: ୫ ବର୍ଷୀୟା ଫାନିଙ୍କ ରେକର୍ଡ: ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟ ଶତକ ମାରିବାରେ ସର୍ବକନିଷ୍ଠ

ରୱାଣ୍ଡାର ମାତ୍ର ୧୫ ବର୍ଷୀୟା କ୍ରିକେଟର୍‌ ଫାନି ଉତାଗୁସିମାନିନ୍ଦେ ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟରେ ନୂଆ ଇତିହାସ ରଚିଛନ୍ତି। ଏହି ମ୍ୟାଚ୍‌ରେ ପଦାର୍ପଣ କରିଥିବା ଫାନି ଶତକ ଅର୍ଜନ କରିବା ସହ ନୂଆ ରେକର୍ଡର ଅଧିକାରୀ ହୋଇଥିଲେ।

ଲଗୋସ: ରୱାଣ୍ଡାର ମାତ୍ର ୧୫ ବର୍ଷୀୟା କ୍ରିକେଟର୍‌ ଫାନି ଉତାଗୁସିମାନିନ୍ଦେ ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟରେ ନୂଆ ଇତିହାସ ରଚିଛନ୍ତି। ଏହି ମ୍ୟାଚ୍‌ରେ ପଦାର୍ପଣ କରିଥିବା ଫାନି ଶତକ ଅର୍ଜନ କରିବା ସହ ନୂଆ ରେକର୍ଡର ଅଧିକାରୀ ହୋଇଥିଲେ। ସର୍ବକନିଷ୍ଠ ଖେଳାଳି ଭାବେ ‌ଟ୍ବେଣ୍ଟି-୨୦ରେ ସେ ଏହି ସଫଳତା ପାଇଛନ୍ତି। ତାଙ୍କର ଏହି ରେକର୍ଡ ଭରା ଶତକ ବଳରେ ରୱାଣ୍ଡା ଏହି ନାଇଜେରିଆ ଆମନ୍ତ୍ରିତ ମହିଳା ଟ୍ବେଣ୍ଟି-୨୦ର ଘାନା ବିପକ୍ଷ ମ୍ୟାଚ୍‌କୁ ୧୨୨ ରନ୍‌ରେ ଜିିତି ନେଇଥିଲା।

୧୫ ବର୍ଷ ୨୨୩ ଦିନ ବୟସର ଫାନି ଏହି ମ୍ୟାଚ୍‌ରେ ୬୫ ବଲ୍‌ରୁ ୧୧୧ ରନ୍‌ର ଅପରାଜିତ ପାଳି ଖେଳିଥିଲେ। ଏଥିସହ ସେ ସର୍ବକନିଷ୍ଠ ଖେଳାଳି ଭାବେ ଶତକ ଅର୍ଜନ କରିଥିବା ଉଗାଣ୍ଡାର ପ୍ରୋସ୍କୋଭିଆ ଆଲାକୋ (୧୬ ବର୍ଷ ୨୩୩ ଦିନ)ଙ୍କୁ ପଛରେ ପକାଇଥିଲେ। ଆଲାକୋ (୧୧୬ ରନ୍‌) କିଗାଲିରେ ୨୦୧୯ରେ ମାଲି ବିପକ୍ଷରେ ଏହି ରେକର୍ଡ କରିଥିଲେ।

ଫାନି ମଧ୍ୟ ଏହି ଫର୍ମାଟ୍‌ରେ ଅନ୍ତର୍ଜାତୀୟ ପଦାର୍ପଣରେ ଶତକ ହାସଲ କରିବାରେ ପ୍ରଥମ ମହିଳା ହୋଇଛନ୍ତି। ପୁରୁଷ ଟ୍ବେଣ୍ଟି–୨୦ ଅନ୍ତର୍ଜାତୀୟରେ ଶତକ ହାସଲ କରିବାରେ ଫ୍ରାନ୍ସର ଗୁସ୍ତାଭ ମ୍ୟାକେନ (୧୮ ବର୍ଷ ୨୮୦ ଦିନ)ଙ୍କ ନାମରେ ସର୍ବକନିଷ୍ଠ ରେକର୍ଡ ରହିଛି।

 

 

 

 

ସୌଜନ୍ୟ ସମ୍ବାଦ

Exit mobile version