ରାଜ୍ୟ

Fear Of Cyclones: ଆସିପାରେ ଅତି ଭୟଙ୍କର ବାତ୍ୟା, ଅକ୍ଟୋବରରୁ ଡିସେମ୍ବରରେ ୩ ବାତ୍ୟା ଆଶଙ୍କା, ଗୋଟିଏକୁ ନେଇ ଡରାଇଲା ଇସ୍ରୋ ରିପୋର୍ଟ

ଭୁବନେଶ୍ୱର ୧୫/୦୯: ଅକ୍ଟୋବରରୁ ଡିସେମ୍ବର ଭିତରେ ଆସିପାରେ ୩ ବାତ୍ୟା । ଏଥିରୁ ଅନ୍ୟୁନ ଗୋଟିଏ ବାତ୍ୟା ଅତି ଭୟଙ୍କର ଅର୍ଥାତ୍ ଏକ୍ସଟ୍ରିମ୍ଲି ସିଭିୟର ସାଇକ୍ଲୋନିକ ଷ୍ଟର୍ମ ରୂପ ନେଇପାରେ । ଯାହାର ସର୍ବାଧିକ ପବନ ବେଗ ଘଣ୍ଟା ପ୍ରତି ୨୨୦ କିଲୋମିଟର କିମ୍ବା ଅଧିକ ହେବା ଆଶଙ୍କା ରହିଛି । ଡରାଇଦେଲା ଭଳି ଏମିତି କିଛି ସଙ୍କେତ ମିଳିଛି ଇସ୍ରୋ ପକ୍ଷରୁ କରାଯାଇଥିବା ଗବେଷଣାରୁ । ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ର ସ୍ପେସ୍ ଆପ୍ଲିକେସନ ସେଣ୍ଟର ଦ୍ୱାରା ପ୍ରକାଶିତ ରିପୋର୍ଟ ଦର୍ଶାଉଛି ଯେ ଚଳିତବର୍ଷ ଅକ୍ଟୋବରରୁ ଡିସେମ୍ବର ଭିତରେ ଉତ୍ତର ଭାରତୀୟ ମହାସାଗର (ବଙ୍ଗୋପସାଗର ଓ ଆରବ ସାଗରରେ) ୩ଟି ବାତ୍ୟା ସୃଷ୍ଟି ହୋଇପାରେ । ଏହାର ସମ୍ଭାବ୍ୟ ତୀବ୍ରତା ଓ ବିନାଶକାରୀ କ୍ଷମତାକୁ ନେଇ ଯେଉଁ ସଙ୍କେତ ମିଳିଛି, ତାହା ପାଣିପାଗ ବିଜ୍ଞାନୀଙ୍କ ଚିନ୍ତା ବଢ଼ାଇ ଦେଇଛି ।

ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର (ଆଇଏମ୍‌ଡି ) କିନ୍ତୁ ଏଭଳି କୌଣସି ରିପୋର୍ଟ କିମ୍ବା ପୂର୍ବାନୁମାନ ଜାରି କରିନାହିଁ । ବାତ୍ୟା ନେଇ ଏତେ ଆଗୁଆ ପୂର୍ବାନୁମାନ ମଧ୍ୟ ସହଜ ନୁହେଁ । ସମୁଦ୍ରରେ ଘୂର୍ଣ୍ଣିବଳୟ ହେବା ପରେ ହିଁ କିଛି ନିଦ୍ଦି ର୍ଷ୍ଟ ଆକଳନ କରାଯାଇଥାଏ । କେବଳ ଚଳିତବର୍ଷର ସୁପର ଏଲ୍-ନିନୋ ପ୍ରଭାବ ଓ ସାମୁଦ୍ର ିକ ଜଳରାଶିର ତାପମାତ୍ରା ବୃଦ୍ଧି ଭିତରେ ଏଭଳି ସଙ୍କେତ ଚିନ୍ତା ବଢ଼ାଇଛି । ସବୁଠାରୁ ବଡ଼ କଥା, ନିର୍ଦ୍ଦିଷ୍ଟ ଭାବେ ଓଡ଼ିଶା ପାଇଁ କିଛି ପୂର୍ବାନୁମାନ ଜାରି କରାଯାଇନି ।

ଇସ୍ରୋ ଗବେଷଣା ଅନୁସାରେ ଚଳିତ ବର୍ଷ ପାଇଁ ସମ୍ଭାବ୍ୟ ବାତ୍ୟାର ଶକ୍ତି ସୂଚକାଙ୍କ (ପାୱାର ଡିସିପେସନ ଇଣ୍ଡେକ୍ସ-ପିଡିଆଇ) ହାରାହାରି ଭାବେ ବେଶ୍ ଅଧିକ ରହିବ । ଅର୍ଥାତ୍ ବାତ୍ୟାର ତୀବ୍ରତା, ଅବଧି ଓ ପ୍ରଭାବ ଢେର ଅଧିକ ରହିପାରେ । ଗତ ୪୪ ବର୍ଷରେ ସୃଷ୍ଟି ହୋଇଥିବା ସମସ୍ତ ବାତ୍ୟାର ହାରାହାରି ଶକ୍ତିଠାରୁ ଏହାର ଶକ୍ତି (ପିଡିଆଇ) ପ୍ରାୟ ୮୩% ଅଧିକ ରହିବା ଆଶଙ୍କା କରାଯାଉଛି । ସାଧାରଣତଃ ଅକ୍ଟୋବର-ନଭେମ୍ବର ମାସରେ ଓଡ଼ିଶା ସମେତ ଉପକୂଳବର୍ତ୍ତୀ ରାଜ୍ୟଗୁଡ଼ିକରେ ବାତ୍ୟା ଭୟ ଅଧିକ । ବିଗତ ବର୍ଷମାନଙ୍କର ରେକର୍ଡ ଅନୁସାରେ ୧୯୯୯ ମସିହା ଅକ୍ଟୋବର ୨୯ ମହାବାତ୍ୟା ଓଡ଼ିଶା ପାଇଁ ସବୁଠାରୁ ପ୍ରଳୟଙ୍କାରୀ ଥିଲା । ପରବର୍ତ୍ତୀ ସମୟରେ ଅକ୍ଟୋବରରେ ହୁଡ୍ହୁଡ୍, ଫାଇଲିନ ଆଦି ବାତ୍ୟା ଆସିଥିଲା । ଏଥର ବାତ୍ୟା ଗତ ୪୪ ବର୍ଷର ହାରାହାରି ବାତ୍ୟା ତୁଳନାରେ ଅଧିକ ଶକ୍ତିଶାଳୀ ରହିପାରେ ।

 

 

 

 

ସୌଜନ୍ୟ ପ୍ରମେୟ

 

Show More

Leave a Reply

Your email address will not be published. Required fields are marked *

Back to top button