Floating Market: ଡଙ୍ଗାରେ ବିକ୍ରି ହେଉଛି ପନିପରିବା ଓ ଆବଶ୍ୟକୀୟ ସାମଗ୍ରୀ

ବାଂଲାଦେଶରେ ଥିବା ଏହି ମାର୍କେଟ୍‌ଟି ପ୍ରାୟ ୨୦୦ ବର୍ଷ ହେବ ଏଠାରେ ଭାସମାନ ଅବସ୍ଥାରେ ରହିଛି। ଏହାକୁ ଏକ ପର୍ଯ୍ୟଟନସ୍ଥଳୀ ରୂପେ ବିବେଚନା କରାଯାଉଛି। ତେବେ ଏହା ସମ୍ପୂର୍ଣ୍ଣ ରୂପେ ୟୁନିକ୍‌ ହୋଇଥିବାରୁ ପ୍ରତିଦିନ ଶତାଧିକ ପର୍ଯ୍ୟଟକ ଏହି ସ୍ଥାନର ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ଲାଗି ଆସିଥାଆନ୍ତି।

ଦାମନୋଏନ୍‌ ସାଡୁକ୍‌, ଥାଇଲାଣ୍ଡ୍‌

ଏହି ବଜାରଟି ଥାଇଲାଣ୍ଡ୍‌ର ସବୁଠୁ ଅଧିକ ଲୋକପ୍ରିୟ ଭାସମାନ ବଜାର ରୂପେ ପରିଚିତ। ବ୍ୟାଙ୍କକ୍‌ରୁ ଏହା ୧୦୦ କିଲୋମିଟର ଦୂରରେ ଅବସ୍ଥିତ। ତେବେ ଏହାର ଚତୁଃପାର୍ଶ୍ବ ଦେଖିବାକୁ ଖୁବ ସୁନ୍ଦର ଓ ରଙ୍ଗବେରଙ୍ଗ ଯେ ହଲିଉଡ୍‌ର ଲୋକପ୍ରିୟ ଫିଲ୍ମ ଜେମ୍ସ୍‌ ବଣ୍ଡ୍‌ର ଏକ ସିରିଜ୍‌ରେ ଏହାକୁ ପ୍ରଦର୍ଶିତ କରାଯାଇଥିଲା।

ପାତୁଲି ଭାସମାନ ବଜାର, କୋଲକତା

୨୦୧୮ରେ ଖୋଲାଯାଇଥିବା ଏହି ବଜାର ପ୍ରତିଦିନ ହଜାର ହଜାର ଦର୍ଶକଙ୍କୁ ଆକୃଷ୍ଟ କରିଥାଏ। ଏହି ବଜାରଟି କୋଲକତାର ପାତୁଲିର କେନାଲ୍‌ ଉପରେ ଅବସ୍ଥିତ। ଏଠାରେ ୨୦୦ରୁ ଅଧିକ ବିକ୍ରେତାଙ୍କ ସହିତ ଶହେରୁ ଅଧିକ ଲୋକ ମାଛ, ଫଳ ଓ ପନିପରିବା ବିକ୍ରି କରନ୍ତି।

ଟଲିଂ ଚାନ୍‌ ଭାସମାନ ବଜାର

ବ୍ୟାଙ୍କକ୍‌ରୁ ୧୨ କିଲୋମିଟର ଦୂରରେ ଅବସ୍ଥିତ ଟଲିଂ ଚାନ୍‌ ‌ଭାସମାନ ବଜାର ଲୋକଙ୍କ ମଧ୍ୟରେ ବେଶ୍ ଆଦୃତ। ଏହି ବଜାରର ଆକାର ଖୁବ୍‌ ବଡ଼ ହୋଇଥିବାବେଳେ ଏଠାରେ ଥିବା ଭଳିକି ଭଳି ଡଙ୍ଗା ପରିବେଶକୁ ଖୁବ୍ ସୁନ୍ଦର କରିଥାଏ। ଯାହାଫଳରେ କିଣାକିଣି କରିବା ଲାଗି ପ୍ରତ୍ୟେହ ହଜାର ହଜାର ଲୋକ ଏଠାକୁ ଆସନ୍ତି।

ତ୍ରିବେଣୀ ସୁପର ‌ଷ୍ଟୋର, କେରଳ

କେରଳରେ ଥିବା ଏହି ସୁପର୍‌ ମାର୍କେଟ୍‌ ପାଣି ଉପରେ ଭାସମାନ ଅବସ୍ଥାରେ ରହିଛି। ୨୦୧୨‌ରେ ଏହି ଭାସମାନ ବଜାରକୁ ଲଞ୍ଚ୍ କରାଯାଇଥିବାବେଳେ ଏଠାରେ ସୁଲଭ ମୂଲ୍ୟରେ ବିଭିନ୍ନ ପ୍ରକାରର ସାମଗ୍ରୀ ଉପଲବ୍ଧ କରାଯାଏ। ଏହାକୁ ଫ୍ଲୋଟିଂ ମଲ୍‌ ବୋଲି ମଧ୍ୟ କୁହାଯାଏ।

ସୌଜନ୍ୟ ସମ୍ବାଦ