ରମ୍ଶା ସୁଲତାନ୍। ଆଜିକାଲିର ଯୁବପିଢ଼ିଙ୍କ ପାଖରେ ଏକ ପରିଚିତ ନାମ। ୟୁଟ୍ୟୁବରେ ତାଙ୍କର ୩.୬ ମିଲିୟନ୍ ଓ ଇନ୍ଷ୍ଟାଗ୍ରାମ୍ରେ ୧.୫ ମିଲିୟନ୍ ଫଲୋଅର୍ସ ଅଛନ୍ତି। ମହିଳା ସଶକ୍ତୀକରଣ ତଥା ସମାଜରେ ଉତ୍ତମ ଚରିତ୍ର ଗଠନ ପାଇଁ ବିଭିନ୍ନ ପ୍ରେରଣାଦାୟୀ ବିଷୟବସ୍ତୁ ସୃଷ୍ଟି କରୁଛନ୍ତି ରମ୍ଶା। ଦିଲ୍ଲୀର ଆଲିଗଡ଼ରେ ଜନ୍ମିତା ରମ୍ଶାଙ୍କର ପିଲାବେଳୁ ମଞ୍ଚ ଓ ଖେଳ ପ୍ରତି ଅହେତୁକ ଦୁର୍ବଳତା ରହିଥିଲା। ବଡ଼ ହେଲାପରେ ସେ ବିଭିନ୍ନ ମଞ୍ଚରେ ନିଜର କଳା ପ୍ରଦର୍ଶନ କରିବା ସହିତ ଜାତୀୟ ସ୍ତରର ଭଲିବଲ୍ ଖେଳାଳି ମଧ୍ୟ ରହିସାରିଛନ୍ତି। ନୂଆଦିଲ୍ଲୀର ଭଗବାନ ପର୍ଶୁରାମ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିରୁ ଇଞ୍ଜିନିୟରିଂରେ ମାଷ୍ଟର ଡିଗ୍ରୀ ହାସଲ କରିବା ସହ ଏମ୍ବିଏ ପାଠପଢ଼ା ଶେଷ କରିଛନ୍ତି ସେ।

