Gadgets in Focus: ଫୋକସ୍‌ରେ ଗ୍ୟାଜେଟ୍: ୩୦ ହଜାରରେ ଅଲ୍‌ଟ୍ରା ସ୍ଲିମ୍‌ ଫୋନ୍‌

ପ୍ରିମିୟମ୍ ମିଡ୍‌-ରେଞ୍ଜ ସେଗମେଣ୍ଟର ଫୋନ୍‌ ‘ମୋଟୋରୋଲା ଏଜ୍‌ ୭୦’ ଲୋକାର୍ପିତ ହୋଇଛି, ଯାହା ଭାରତ ବଜାରରେ ଉପଲବ୍ଧ ସବୁଠାରୁ ପତଳା ଫୋନଗୁଡ଼ିକ ମଧ୍ୟରୁ ଅନ୍ୟତମ। ଏହା ବିଶେଷ କରି ଡିଜାଇନ୍, ସ୍ଥାୟିତ୍ୱ, ଦ୍ରୁତ ଚାର୍ଜିଂ ଓ କୃତ୍ରିମ ବୁଦ୍ଧିମତ୍ତା ଆଦି ବୈଶିଷ୍ଟ୍ୟ ଉପରେ ଧ୍ୟାନ କେନ୍ଦ୍ରିତ କରିଛି।

ପ୍ରିମିୟମ୍ ମିଡ୍‌-ରେଞ୍ଜ ସେଗମେଣ୍ଟର ଫୋନ୍‌ ‘ମୋଟୋରୋଲା ଏଜ୍‌ ୭୦’ ଲୋକାର୍ପିତ ହୋଇଛି, ଯାହା ଭାରତ ବଜାରରେ ଉପଲବ୍ଧ ସବୁଠାରୁ ପତଳା ଫୋନଗୁଡ଼ିକ ମଧ୍ୟରୁ ଅନ୍ୟତମ। ଏହା ବିଶେଷ କରି ଡିଜାଇନ୍, ସ୍ଥାୟିତ୍ୱ, ଦ୍ରୁତ ଚାର୍ଜିଂ ଓ କୃତ୍ରିମ ବୁଦ୍ଧିମତ୍ତା ଆଦି ବୈଶିଷ୍ଟ୍ୟ ଉପରେ ଧ୍ୟାନ କେନ୍ଦ୍ରିତ କରିଛି। ‘ମୋଟୋରୋଲା ଏଜ୍ ୭୦’ରେ ଖଚିତ ୬.୭ ଇଞ୍ଚର ୧.୫କେ ଆମୋଲେଡ୍‌ ଡିସପ୍ଲେର ରିଫ୍ରେସ ହାର ୧୨୦ ହର୍ଜ ଏବଂ ସର୍ବାଧିକ ବ୍ରାଇଟ୍‌ନେସ୍‌ ୪,୫୦୦ ନିଟ୍‌ସ। ପରଦାଟି କର୍ଣ୍ଣିଂ ଗରିଲା ଗ୍ଲାସ ୭ଆଇ ଦ୍ୱାରା ସୁରକ୍ଷିତ ଏବଂ ଡଲ୍‌ବି ଭିଜନ୍‌ ସହିତ ଏଚ୍‌ଡିଆର୧୦ ପ୍ଲସ୍‌କୁ ସମର୍ଥନ କରେ। ସ୍ମାର୍ଟଫୋନ୍‌ଟି ଏକ ଏୟାରକ୍ରାଫ୍‌ଟ-ଗ୍ରେଡ୍ ଆଲୁମିନିୟମ୍ ଫ୍ରେମ୍ ବହନ କରେ ଯାହାର ମୋଟେଇ ମାତ୍ର ୫.୯୯ ମିିଲିମିଟର୍‌ ଏବଂ ଓଜନ ପ୍ରାୟ ୧୫୯ ଗ୍ରାମ୍‌। ଧୂଳି ଓ ଜଳ ପ୍ରତିରୋଧ ପାଇଁ ଏହାକୁ ଆଏପି୬୮ ଓ ଆଇପି୬୯ ମାନ୍ୟତା ମିଳିଛି। ଆଣ୍ଡ୍ରଏଡ୍‌ ୧୬ ଉପରେ ପର୍ଯ୍ୟବସିତ ଏହି ଫୋନ୍‌ ଏକ କ୍ବାଲକମ୍‌ ସ୍ନାପଡ୍ରାଗନ୍‌ ୭ଜେନ୍‌୪ ଚିପସେଟ୍ ଦ୍ବାରା ପରିଚାଳିତ ଏବଂ ୮ ଜିବି ଯାଏ ରାମ୍‌ ଓ ୨୫୬ ଜିବିର ଷ୍ଟୋରେଜ୍ କ୍ଷମତା ରହିଛି। ଏହି ଫୋନ୍‌ଟି ୩ଟି ପ୍ରମୁଖ ଆଣ୍ଡ୍ରଏଡ୍‌ ଅପଡେଟ୍ ଏବଂ ଚାରି ବର୍ଷର ସୁରକ୍ଷା ପ୍ୟାଚ୍ ପାଇବ ବୋଲି ପ୍ରତିଶ୍ରୁତି ଦିଆଯାଇଛି।

ଚିତ୍ରୋତ୍ତୋଳନ ପାଇଁ ଏକ ଟ୍ରିପଲ୍ ରିଅର୍ କ୍ୟାମେରା ସେଟ୍ଅପ୍ ରହିଛି- ୫୦-ମେଗାପିକ୍ସେଲ୍‌ ପ୍ରାଇମେରି ସେନ୍‌ସର୍ ସହିତ ଏକ ୫୦-ମେଗାପିକ୍ସେଲ୍‌ ଅଲ୍ଟ୍ରା-ୱାଇଡ୍ ସେନ୍‌ସର୍‌ ଏବଂ ଏକ ଥ୍ରି-ଇନ୍-ୱାନ୍ ଲାଇଟ୍ ସେନ୍‌ସର୍। ସେଲଫି ଓ ଭିଡିଓ କଲ୍ ପାଇଁ ଏକ ୫୦-ମେଗାପିକ୍ସେଲ୍‌ ଫ୍ରଣ୍ଟ କ୍ୟାମେରା ମଧ୍ୟ ରହିଛି ଯାହା ୪କେ ରିଜୋଲ୍ୟୁସନ୍‌ ବିଶିଷ୍ଟ ଭିଡିଓ ରେକର୍ଡିଂ କରିପାରିବ। ଏଥିରେ ଖଚିତ ୫,୦୦୦ ଏମ୍‌ଏଏଚ୍‌ର ସିଲିକନ୍‌-କାର୍ବନ୍‌ ବ୍ୟାଚେରିଟି ୬୮ ଵାଟ୍‌ର ତାରଯୁକ୍ତ ଦ୍ରୁତ ଚାର୍ଜିଂ ଓ ୧୫ ଵାଟ୍‌ର ବେତାର ଚାର୍ଜିଂକୁ ସମର୍ଥନ କରେ। ବ୍ରୋଞ୍ଜ ଗ୍ରିନ୍, ଗ୍ୟାଜେଟ୍ ଗ୍ରେ ଏବଂ ଲିଲି ପ୍ୟାଡ୍ ପରି ତିନିଟି ରଙ୍ଗ ବିକଳ୍ପରେ ଉପଲବ୍‌ଧ ଏହି ଫୋନ୍‌ର ୮ ଜିବି ରାମ୍‌ ଓ ୨୫୬ ଜିବି ମେମୋରି ସଂସ୍କରଣର ମୂଲ୍ୟ ୨୯,୯୯୯ ଟଙ୍କା। ଏଥି ସହିତ କାର୍ଡ ଅଫର ମାଧ୍ୟମରେ ୧,୦୦୦ ଟଙ୍କାର ରିହାତି ମଧ୍ୟ ପାଇପାରିବେ।

ସୌଜନ୍ୟ ସମ୍ବାଦ

Exit mobile version