ଘଞ୍ଚ ଜଙ୍ଗଲ ଭିତରେ, ପ୍ରକୃତି କୋଳରେ ଏକ ଜଳପ୍ରପାତ ଅଛି ଯାହାକୁ ବିକ୍ରି କରିବା ନେଇ ଗତ ମାସ ଏକ ବିଜ୍ଞାପନ ପ୍ରକାଶ ପାଇଥିଲା। ଅଧିକ ଆଶ୍ଚର୍ଯ୍ୟର କଥା ଯେ ଏହି ଜଳପ୍ରପାତ ଦୀର୍ଘ ଏକ ଶହ ବର୍ଷରୁ ଅଧିକ କାଳ ହେଲା ଘରୋଇ ମାଲିକାନାରେ ରହିଆସିଛି। ଏବେ ସରକାର ଏହାକୁ କିଣିବାର ନିଷ୍ପତ୍ତି ନେଇଛନ୍ତି। ଏ ଘଟଣା ହେଉଛି ଯୁକ୍ତରାଷ୍ଟ୍ର ଆମେରିକାର ଅରେଗନ୍ ରାଜ୍ୟର।
ସଂପୃକ୍ତ ଜଳପ୍ରପାତର ନାମ ଆବିକ୍ବା ଫଲ୍ସ; ଉଚ୍ଚତା ୯୨ ଫୁଟ୍ ବା ୨୮ ମିଟର। ଏକ ଅଣଲାଭକାରୀ ସଂସ୍ଥା ଏହାର ମାଲିକ। ଏହା ଘରୋଇ ସମ୍ପତ୍ତି ହୋଇିଥିଲେ ହେଁ ବୁଲାବୁଲି କରିବା ପାଇଁ ଲୋକମାନଙ୍କୁ ଅନୁମତି ମିଳିଥାଏ। ତେବେ ବିକ୍ରି ନେଇ ବିଜ୍ଞାପନ ବାହାରିବା ପରେ ଲୋକେ ଚିନ୍ତିତ ହୋଇପଡ଼ିଥିଲେ। ସୌଭାଗ୍ୟକୁ କିଛି ଜନପ୍ରତିନିଧି ଏହାକୁ ୧.୨ ମିଲିଅନ୍ ଡଲାର୍ ବା ପ୍ରାୟ ୧୧ କୋଟି ଟଙ୍କା ବିନିମୟରେ କିଣିନେଇ ସାର୍ବଜନୀନ ସମ୍ପତ୍ତିରେ ରୂପାନ୍ତରିତ କରିବାର ନିଷ୍ପତ୍ତି ନେଇଛନ୍ତି।
ସୌଜନ୍ୟ ସମ୍ବାଦ
