ରାଜ୍ୟ
Ganjam: ଗଞ୍ଜାମରେ ମୁଖ୍ୟମନ୍ତ୍ରୀଙ୍କ ବାତ୍ୟା ଓ ବନ୍ୟା ସ୍ଥିତି ସମୀକ୍ଷା: ସପ୍ତାହକରେ ସରିବ କ୍ଷୟକ୍ଷତି ଆକଳନ
ବାତ୍ୟା ‘ଅର୍ଣ୍ଣବ’ ଓ ‘ଅକ୍ଭାନ୍’ ଜନିତ ବର୍ଷା ଓ ବନ୍ୟା ମୁକାବିଲାରେ ଗଞ୍ଜାମ ଜିଲ୍ଲା ପ୍ରଶାସନ, ସମସ୍ତ ଉଦ୍ଧାରକାରୀ ଦଳର ସମନ୍ୱିତ କାର୍ଯ୍ୟକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଶଂସା କରିଛନ୍ତି।

ବ୍ରହ୍ମପୁର/ପୁରୁଷୋତ୍ତମପୁର/ଛତ୍ରପୁର: ବାତ୍ୟା ‘ଅର୍ଣ୍ଣବ’ ଓ ‘ଅକ୍ଭାନ୍’ ଜନିତ ବର୍ଷା ଓ ବନ୍ୟା ମୁକାବିଲାରେ ଗଞ୍ଜାମଜିଲ୍ଲା ପ୍ରଶାସନ, ସମସ୍ତ ଉଦ୍ଧାରକାରୀ ଦଳର ସମନ୍ୱିତ କାର୍ଯ୍ୟକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଶଂସା କରିଛନ୍ତି। ଆଜି ଛତ୍ରପୁରସ୍ଥିତ ଋଷିକୁଲ୍ୟା ସମ୍ମିଳନୀକକ୍ଷରେ ଗଞ୍ଜାମ ଜିଲ୍ଲାର ବାତ୍ୟା ଓ ବନ୍ୟା କ୍ଷୟକ୍ଷତି ସହ ପୁନରୁଦ୍ଧାର କାର୍ଯ୍ୟର ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଜିଲ୍ଲାର ବିଭିନ୍ନ ଅଞ୍ଚଳର ପରିସ୍ଥିତି, ଲୋକଙ୍କ ସମସ୍ୟା ଓ ପ୍ରଶାସନର ପ୍ରସ୍ତୁତି ସମ୍ପର୍କରେ ବିସ୍ତୃତ ତଥ୍ୟ ନେଇଥିଲେ। ଏହା ପୂର୍ବରୁ ଛତ୍ରପୁର ବ୍ଲକର ବଉଳଗାଁ ଓ ପୁରୁଷୋତ୍ତମପୁର ବ୍ଲକର ହାଣ୍ଡିଘର ଗ୍ରାମକୁ ଯାଇ କ୍ଷୟକ୍ଷତି ଅନୁଧ୍ୟାନ କରିଥିଲେ। କ୍ଷୟକ୍ଷତି ସମ୍ପର୍କରେ ଜନପ୍ରତିନିଧି, ଜିଲ୍ଲାପାଳ ଓ ସ୍ଥାନୀୟ ଲୋକଙ୍କ ସହ ମଧ୍ୟ ମୁଖ୍ୟମନ୍ତ୍ରୀ ଆଲୋଚନା କରିଥିଲେ।
ସୌଜନ୍ୟ ସମ୍ବାଦ




