ରାଜ୍ୟ

Loot: ପୁଅ ମୁଣ୍ଡରେ ବନ୍ଧୁକ ଲଗେଇ ନଗଦ ଟଙ୍କା ଓ ଗହଣା ଲୁଟିନେଲେ ଦୁର୍ବୃତ୍ତ

ବାଲେଶ୍ବର ଜିଲ୍ଲା ଅନନ୍ତପୁର ଥାନା ବାଳଙ୍ଗ ଗ୍ରାମରେ ଗତକାଲି ରାତିରେ ପୁଅ ମୁଣ୍ଡରେ ବନ୍ଧୁକ ଲଗାଇ ଦୁର୍ବୃତ୍ତମାନେ ନଗଦ ଟଙ୍କା ସମେତ ୨ ଲକ୍ଷରୁ ଅଧିକ ଟଙ୍କାର ଗହଣା ଲୁଟିନେଇଥିବା ଜଣାପଡିଛି।

ସୋର: ବାଲେଶ୍ବର ଜିଲ୍ଲା ଅନନ୍ତପୁର ଥାନା ବାଳଙ୍ଗ ଗ୍ରାମରେ ଗତକାଲି ରାତିରେ ପୁଅ ମୁଣ୍ଡରେ ବନ୍ଧୁକ ଲଗାଇଦୁର୍ବୃତ୍ତମାନେ ନଗଦ ଟଙ୍କା ସମେତ  ୨ ଲକ୍ଷରୁ ଅଧିକ ଟଙ୍କାର ଗହଣା ଲୁଟିନେଇଥିବା ଜଣାପଡିଛି।

ଘଟଣା ସ୍ଥଳରେ ପୁଲିସର ତଦନ୍ତ ଆରମ୍ଭ

ସୂଚନା ଅନୁସାରେ,ଏହି ଗ୍ରାମର ସୁଶ୍ରୀ ସଂଗୀତା ପଲେଇଙ୍କ ଘରେ ଗତକାଲି ରାତିରେ ୫ ଜଣ ମୁଖା ପିନ୍ଧା ଦୁର୍ବୃତ୍ତ ହଠାତ ପଶିଥିଲେ। ପରେ ଘରେ ଥିବା ତାଙ୍କ ୮ ବର୍ଷର ପୁଅ ସୁଶାନ୍ତ ମୁଣ୍ଡରେ ବନ୍ଧୁକ ରଖି ଭୟଭୀତ କରିବା ସହ ସୁଶ୍ରୀ ଓ ତାଙ୍କ ବାପାଙ୍କୁ ବାନ୍ଧି ଘର ଗଡ଼ରେଜରେ ଥିବା ନଗଦ ୫୦ ହଜାର ଟଙ୍କା ଓ ୨ ଲକ୍ଷରୁ ଅଧିକ ଟଙ୍କାର ଗହଣା ଲୁଟ କରି ଫେରାର ହୋଇଯାଇଥିଲେ। ଏନେଇ ସୁଶ୍ରୀ ଅନନ୍ତପୁର ଥାନାରେ ଅଭିଯୋଗ କରିବା ପରେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି। ତେବେ ଏଯାବତ୍ ପୁଲିସ୍ ଦୁର୍ବୃତ୍ତମାନଙ୍କ ଟେର୍ ପାଇନି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button