Gas: ଗ୍ୟାସ୍‌ ସଙ୍କଟ: କାମଧନ୍ଦା ହରାଇ ଜନ୍ମମାଟିକୁ ଫେରୁଛନ୍ତି ପ୍ରବାସୀ ଶ୍ରମିକ

ମଧ୍ୟପ୍ରାଚ୍ୟ ଯୁଦ୍ଧ ପ୍ରଭାବରେ ଦେଶରେ ଏଲ୍‌ପିଜି ସଙ୍କଟ ଦେଖାଦେଇଛି। ଏହା ଦେଶର ସେହି ଅଣସଂଗଠିତ ବର୍ଗ ଉପରେ ପୁଣି ଏକ ଶକ୍ତ ପ୍ରହାର କରିଛି ଯେଉଁମାନେ ନିଜ କାମଧନ୍ଦା ପାଇଁ ନିଜ ଭିଟାମାଟି ଛାଡ଼ିବାକୁ ବାଧ୍ୟ ହୋଇଥିଲେ। ଗ୍ୟାସ୍‌ ମିଳୁନଥିବାରୁ ସେମାାନ କାମ କରୁଥିବା କାରଖାନାଗୁଡ଼ିକ ଧୀରେ ଧୀରେ ବନ୍ଦ ହେବାରେ ଲାଗିଛି

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟ ଯୁଦ୍ଧ ପ୍ରଭାବରେ ଦେଶରେ ଏଲ୍‌ପିଜି ସଙ୍କଟ ଦେଖାଦେଇଛି। ଏହା ଦେଶର ସେହି ଅଣସଂଗଠିତ ବର୍ଗ ଉପରେ ପୁଣି ଏକ ଶକ୍ତ ପ୍ରହାର କରିଛି ଯେଉଁମାନେ ନିଜ କାମଧନ୍ଦା ପାଇଁ ନିଜ ଭିଟାମାଟି ଛାଡ଼ିବାକୁ ବାଧ୍ୟ ହୋଇଥିଲେ। ଗ୍ୟାସ୍‌ ମିଳୁନଥିବାରୁ ସେମାାନ କାମ କରୁଥିବା କାରଖାନାଗୁଡ଼ିକ ଧୀରେ ଧୀରେ ବନ୍ଦ ହେବାରେ ଲାଗିଛି। କେବେ କାରଖାନା ଖୋଲିବ ତାହାର ମଧ୍ୟ କୌଣସି ସ୍ପଷ୍ଟ ସୂଚନା ନାହିଁ। ତେଣୁ ଅଳ୍ପ ରୋଜଗାର କରୁଥିବା ଏହି ଶ୍ରମିକମାନେ ପୁଣି ଥରେ ନିଜ ଜନ୍ମାମାଟିକୁ ଫେରିବା ଆରମ୍ଭ କରିଛନ୍ତି। ଏହା ‌୨୦୨୦ର କୋଭିଡ୍‌ ମହାମାରୀ ସମୟର ସ୍ମୃତିକୁ ତାଜା କରିଛି।

ଯଦିଓ ସେହି ସମୟ ଭଳି ଯାତାୟାତ କଟକଣା ଏଥର ନାହିଁ, କିନ୍ତୁ କାମଧନ୍ଦା ନଥିବାରୁ ଘରକୁ ଫେରିବା ଛଡ଼ା ସେମାନଙ୍କ ପାଖରେ ଆଉ କୌଣସି ବାଟ ନାହିଁ। ଭାରତୀୟ ଅଟୋ ଉପକରଣ ନିର୍ମାତା ସଂଘ (ଏସିଏମ୍‌ଏ) ଅନୁସାରେ କାରଖାନାଗୁଡ଼ିକରେ କାମ କରୁଥିବା ଶ୍ରମିକମାନେ ଘରେ ଛୋଟ ଗ୍ୟାସ୍‌ ସିଲିଣ୍ଡରରେ ରୋଷେଇ କରୁଥିଲେ। ଆଉ ଗ୍ୟାସ୍‌ ମିଳୁନଥିବାରୁ ସେମାନେ ଭୋଜନ ପ୍ରସ୍ତୁତ କରିପାରୁନାହାନ୍ତି। ପ୍ରଦୂଷଣ ଭୟରେ ସେମାନେ କାଠ ବି ଜାଳିପାରୁନାହାନ୍ତି।

ଶିଳ୍ପାଞ୍ଚଳଗୁଡ଼ିକରେ ଥିବା କ୍ୟାଣ୍ଟିନଗୁଡ଼ିକ ମଧ୍ୟ ଗ୍ୟାସ୍‌ ଅଭାବରୁ ବନ୍ଦ ହୋଇଗଲାଣି। ସେଥିପାଇଁ ବହୁ ଶ୍ରମିକ ନିଜ ଭିଟାମାଟି ଫେରିବାକୁ ବାଧ୍ୟ ହେଉଛନ୍ତି। ଘରୋଇ ଗ୍ରାହକଙ୍କ ଏଲ୍‌ପିଜି ଅଭାବ ଦୂର କରିବା ପାଇଁ କେନ୍ଦ୍ର ସରକାର ବାଣିଜ୍ୟିକ ଏଲ୍‌ପିଜି ଉପରେ କଟକଣା ଲଗାଇଛନ୍ତି। ସେଥିପାଇଁ ଶିଳ୍ପ କାରଖାନାଗୁଡ଼ିକରେ ଆବଶ୍ୟକ ପରିମାଣର ସିଲିଣ୍ଡର ପହଞ୍ଚିପାରୁନାହିଁ। ଇନ୍ଧନ ଅଭାବରୁ କାରଖାନାରେ କାମ ହୋଇପାରୁନାହିଁ। ଏହାର ସର୍ବାଧିକ ପ୍ରଭାବ ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ) ଉପରେ ପଡ଼ିଛି। ଜାଳେଣି ଅଭାବରୁ ସେମାନେ କାରଖାନା ବନ୍ଦ କରିବାକୁ ବାଧ୍ୟ ହେଉଛନ୍ତି। ତେଣୁ ସେଥିରେ କାମ କରୁଥିବା ଶ୍ରମିକମାନେ ବିନା କାମରେ ଘରକୁ ଫେରିବା ପାଇଁ ବାଧ୍ୟ ହେଉଛନ୍ତି।

ସୌଜନ୍ୟ Prameya News7

Exit mobile version