
ଭୁବନେଶ୍ବର: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍ଇ) ଦ୍ବାରା ପରିଚାଳିତ ଦ୍ବାଦଶ ଶ୍ରେଣୀ ପରୀକ୍ଷାଫଳ ଆସନ୍ତାକାଲି (ମେ୧୨)ରେ ପ୍ରକାଶ ପାଇପାରେ। ମଧ୍ୟାହ୍ନ ୧୨ଟାରେ ଫଳ ବାହାରିବା ପରେ ପରୀକ୍ଷାର୍ଥୀମାନେ ‘cbse.gov.in’, ‘cbseresults.nic.in’ ଓ ‘results.cbse.nic.in’. ମାଧ୍ୟମରେ ସେମାନଙ୍କ ଫଳ ଜାଣିପାରିବେ।
ଏଥିସହ ଡିଜିଲକର୍ ଓ ଉମଙ୍ଗ୍ ଆପ୍, ଆଇଭିଆର୍ଏସ୍ ଓ ଏସ୍ଏମ୍ଏସ୍ ମାଧ୍ୟମରେ ବି ପରୀକ୍ଷାଫଳ ଉପଲବ୍ଧ ହେବ। ପରୀକ୍ଷାଫଳ ପ୍ରକାଶ ପାଇବାର କିଛି ସମୟ ପୂର୍ବରୁ ପରୀକ୍ଷାର୍ଥୀଙ୍କୁ ଅବଗତ କରାଯିବ ବୋଲି ସିବିଏସ୍ଇ ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି।
ସୌଜନ୍ୟ ସମ୍ବାଦ




