Generic medicines: ଜେନେରିକ୍ ଔଷଧ ଉପରେ ୨୦୦% ଶୁଳ୍କ: ଭାରତୀୟ ଔଷଧ କମ୍ପାନି ସେୟାର ମୂଲ୍ୟ ଖସିଲା
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶୁଳ୍କ ଲଗାଇବା ନୀତି ବଜାୟ ରଖି ଜେନେରିକ୍ ଔଷଧ ଉପରେ ୨୦୦ ପ୍ରତିଶତ ପର୍ଯ୍ୟନ୍ତ ଶୁଳ୍କ ଲାଗିବ ବୋଲି କହିଛନ୍ତି। ସୋସିଆଲ୍ ମିଡିଆ ‘ଟ୍ରୁଥ୍’ରେ ସୂଚନା ଦେଇ ସେ କହିଛନ୍ତି ଯେ ୨୦୨୬ ଅଗଷ୍ଟ....

ୱାସିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶୁଳ୍କ ଲଗାଇବା ନୀତି ବଜାୟ ରଖି ଜେନେରିକ୍ ଔଷଧ ଉପରେ ୨୦୦ ପ୍ରତିଶତ ପର୍ଯ୍ୟନ୍ତ ଶୁଳ୍କ ଲାଗିବ ବୋଲି କହିଛନ୍ତି। ସୋସିଆଲ୍ ମିଡିଆ ‘ଟ୍ରୁଥ୍’ରେ ସୂଚନା ଦେଇ ସେ କହିଛନ୍ତି ଯେ ୨୦୨୬ ଅଗଷ୍ଟ ୧ ପରଠାରୁ ଦୁଇ ବର୍ଷ ପର୍ଯ୍ୟନ୍ତ ଜେନେରିକ୍ ଔଷଧ ଉପରେ ଶୁଳ୍କ ଶୂନ୍ୟ ରହିବ। କିନ୍ତୁ ୨୦୨୮ ଅଗଷ୍ଟ ୧ରୁ ତାହା ଉପରେ ୧୦୦ ପ୍ରତିଶତ ଓ ୨୦୨୯ ଅଗଷ୍ଟରୁ ୨୦୦ ପ୍ରତିଶତ ଶୁଳ୍କ ଲାଗିବ। ଆମେରିକାରେ ଜେନେରିକ୍ ଔଷଧ ଉତ୍ପାଦନକୁ ପ୍ରୋତ୍ସାହିତ କରିବା ପାଇଁ ଟ୍ରମ୍ପ ଏଭଳି ପଦକ୍ଷେପ ଘୋଷଣା କରିଛନ୍ତି। ଯେଉଁ କମ୍ପାନି ଆମେରିକାରେ ଉତ୍ପାଦନ କରିବେ ନାହିଁ, ସେମାନେ ଅଧିକ ଶୁଳ୍କ ଗଣିବାକୁ ବାଧ୍ୟ ହେବେ।
ଆମେରିକା ହେଉଛି ଭାରତୀୟ ଔଷଧର ସବୁଠୁ ବଡ଼ ରପ୍ତାନି ବଜାର। କିନ୍ତୁ ସେହି ରପ୍ତାନି ସ୍ଥିର ହୋଇ ଏବେ ହ୍ରାସ ପାଇବାରେ ଲାଗିଛି। ଭାରତର ୩୦ ପ୍ରତିଶତ ଔଷଧ ଆମେରିକା ପଠାଯାଉଛି। ୨୦୨୫-୨୬ରେ ଆମେରିକା, କାନାଡା ଓ ମେକ୍ସିକୋକୁ ଔଷଧ ରପ୍ତାନି ୭.୯ ପ୍ରତିଶତ ହ୍ରାସ ପାଇଥିଲା। ୨୦୨୬-୨୭ରେ ସେହି ଧାରା ଜାରି ରହିଛି। ଜେନେରିକ୍ ଔଷଧ ଉତ୍ପାଦନ ପାଇଁ ଯେଉଁ ଦୁଇ ବର୍ଷର ଅବଧି ରହିଛି ସେଥିରେ ଆମେରିକା ସଫଳ ହେବା ନେଇ ସନ୍ଦେହ ରହିଛି ବୋଲି ବିଶେଷଜ୍ଞମାନେ କହିଛନ୍ତି।
ସୌଜନ୍ୟ ସମ୍ବାଦ




