Girl Student Death ପ୍ରଧାନଶିକ୍ଷକ ଓ ବିଦ୍ୟାଳୟ କର୍ତ୍ତୃପକ୍ଷ ଅବହେଳା ଯୋଗୁଁ ମଙ୍ଗଳ ବିଭାଗ ହଷ୍ଟେଲରେ ଛାତ୍ରୀ ମୃତ

ମଙ୍ଗଳ ବିଭାଗ ରାୟଗଡ଼ା ଜିଲ୍ଲା ଅମ୍ବାଦଳା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ହଷ୍ଟେଲରେ ରହି ପାଠ ପଢୁଥିବା ଜଣେ ଛାତ୍ରୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ଜଣାପଡିଛି।

ରାୟଗଡ଼ା: ମଙ୍ଗଳ ବିଭାଗ ରାୟଗଡ଼ା ଜିଲ୍ଲା ଅମ୍ବାଦଳା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ହଷ୍ଟେଲରେ ରହି ପାଠ ପଢୁଥିବା ଜଣେ ଛାତ୍ରୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ ଛାତ୍ରୀ ଜଣଙ୍କ ହେଲେ ଅଷ୍ଟମ ଶ୍ରେଣୀ ଛାତ୍ରୀ ଗୀତା ମାଝୀ । ଗତ ରାତିରେ ହଠାତ ଗୀତାଙ୍କର  ଦେହ ଅସୁସ୍ଥ ହେବାରୁ ବିଦ୍ୟାଳୟ କର୍ତ୍ତୃପକ୍ଷ ଆମ୍ବଦଳା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ ।  ପ୍ରଧାନଶିକ୍ଷକ ଅସୁସ୍ଥ ଥିବା ବ‌େଳେ ଗୀତାଙ୍କୁ ମେଡିକାଲ ଆଣିଥିବା କହୁଥିବା ବେଳେ ମେଡିକାଲରେ  ଭର୍ତି କରିବା ପୂର୍ବରୁ ଗୀତାର ମୃତ୍ୟୁ ହୋଇଥିବା ଡାକ୍ତର ପ୍ରକାଶ କରିଛନ୍ତି ।

ପ୍ରଧାନଶିକ୍ଷକଙ୍କ ବିରୋଧରେ ଅନିୟମତିତା ଏବଂ ବହୁ ଅଭିଯୋଗ

ମୃତ ଗୀତାଙ୍କ ଘର ଅମ୍ବାଦଳା ଥାନା ଅନ୍ତର୍ଗତ କନ୍ଧ ବାଲିଯୋଡି । କେଉଁ ପରିସ୍ଥିତିରେ ଛାତ୍ରୀ ଜଣଙ୍କର ମୃତ୍ୟୁ ଘଟିଲା ସନ୍ଦେହ ଉପୁଜିଥିବା ବେଳେ ପରିବାରବର୍ଗ ବିଦ୍ୟାଳୟର ପ୍ରଧାନଶିକ୍ଷକ କୋଲା ବାମନମୂର୍ତ୍ତି ଏବଂ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ଗୀତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି । ଅମ୍ବାଦଳା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ବିରୋଧରେ ଅନିୟମତିତା ଏବଂ ବହୁ ଅଭିଯୋଗ ହେଉଥିଲେ ମଧ୍ୟ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ ।

ପ୍ରଧାନଶିକ୍ଷକଙ୍କ ବିରୋଧରେ  ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ କରାଯାଉଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ । ଛାତ୍ରୀ ଜଣଙ୍କ ଘର ବିଦ୍ୟାଳୟ ହଷ୍ଟେଲ ଠାରୁ ମାତ୍ର ଗୋଟିଏ କିଲୋମିଟର ହୋଇଥିବା ବ‌େଳେ ଝିଅର ଅସୁସ୍ଥତା ସଂପର୍କରେ ପରିବାରବର୍ଗଙ୍କୁ ପ୍ରଧାନଶିକ୍ଷକ କୌଣସି ସୂଚନାଦେଇନଥିବା ପରିବାରବର୍ଗ ପ୍ରକାଶ କରିଛନ୍ତି । ଝିଅ ମୃତ୍ୟୁବରଣ କରିବା ପରେ ମୃତ୍ୟୁ ସଂପର୍କରେ ସୂଚନା ଦିଆଯାଇଥିଲା ବ‌ୋଲି ପରିବାର ପ୍ରକାଶ କରିଛନ୍ତି।  ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ଜଣାପଡିଛି।

ସୌଜନ୍ୟ ସମ୍ବାଦ

Exit mobile version