Gold Price: କମିଲା ସୁନା ଦର: ମଧ୍ୟପ୍ରାଚ୍ୟର ମହାଯୁଦ୍ଧ ଭିତରେ ହ୍ରାସ ପାଇଲା ସୁନାଦର, ରୁପା ଦର ଅପରିବର୍ତ୍ତିତ

ମଧ୍ୟପ୍ରାଚ୍ୟ ଯୁଦ୍ଧ କାରଣରୁ ସୁନାରୁପା ବଜାରରେ ଅସ୍ଥିରତା ଦେଖାଦେଇଛି। ଏହାରି ଭିତରେ ଆଜି ସୁନା ଦର କମିଛି। ଭୁବନେଶ୍ବର ବଜାରରେ ୨୪ କ୍ୟାରେଟ୍‌ ସୁନା ଦର ୧୦ ଗ୍ରାମ୍‌ ପିଛା ୧୯୬୦ ଟଙ୍କା ହ୍ରାସପାଇ ୧,୬୧,୬୮୦ ଟଙ୍କା ହୋଇଛି

ଭୁବନେଶ୍ବର: ମଧ୍ୟପ୍ରାଚ୍ୟ ଯୁଦ୍ଧ କାରଣରୁ ସୁନାରୁପା ବଜାରରେ ଅସ୍ଥିରତା ଦେଖାଦେଇଛି। ଏହାରି ଭିତରେ ଆଜି ସୁନା ଦର କମିଛି। ଭୁବନେଶ୍ବର ବଜାରରେ ୨୪ କ୍ୟାରେଟ୍‌ ସୁନା ଦର ୧୦ ଗ୍ରାମ୍‌ ପିଛା ୧୯୬୦ ଟଙ୍କା ହ୍ରାସପାଇ ୧,୬୧,୬୮୦ ଟଙ୍କା ହୋଇଛି। ସେହିଭଳି ୨୨ କ୍ୟାରେଟ୍‌ ସୁନା ଦର ୧୮୦୦ ଟଙ୍କା ତଳକୁ ଖସି ୧,୪୮,୨୦୦ ଟଙ୍କାରେ ରହିଛି।

ଚଳିତମାସ ୨ ତାରିଖରୁ ୬ ତାରିଖ ପର୍ଯ୍ୟନ୍ତ ସୁନା ଦର କମିଥିଲା। କିନ୍ତୁ ୭ ତାରିଖ ଦିନ ଏହା ବଢ଼ିଥିଲା। କିନ୍ତୁ ଆଜି ଦର ହ୍ରାସ ଘଟିଛି। ଅନ୍ୟପକ୍ଷରେ ରୁପା ଦର ଲଗାତାର ଭାବେ ଗତ କିଛିଦିନ ହେଲା ଅପରିବର୍ତ୍ତିତ ରହିଛି। ଭୁବନେଶ୍ବର ବଜାରରେ ରୁପା ଦର ସଂପ୍ରତି କିଲୋଗ୍ରାମ୍‌ ପିଛା ୨,୯୦,୦୦୦ ଟଙ୍କା ରହିଛି।

ସୌଜନ୍ୟ ସମ୍ବାଦ

Exit mobile version