Site icon Swayam News

Goth fashion: ରହସ୍ୟମୟ ଲୁକ୍‌ ଦେଉଛି ‘ଗୋଥ୍‌ ଫ୍ୟାସନ’

ଭୁବନେଶ୍ୱର: ସାମାଜିକ ଗଣମାଧ୍ୟମର ପ୍ରସାର ଯୋଗୁଁ ବର୍ତ୍ତମାନ ଯୁବ ପିଢ଼ି ‘ଗୋଥ୍‌ କଲ୍‌ଚର୍‌’ ଆଡ଼କୁ ଆକୃଷ୍ଟ ହେଉଛନ୍ତି। ଏବେ ଗୋଥ୍‌ ଗଳ୍ପ, ସଙ୍ଗୀତ ଠାରୁ ଆରମ୍ଭ କରି ପୋଷାକ, ପ୍ରସାଧନ ସାମଗ୍ରୀ, ଅଳଙ୍କାରର କ୍ରେଜ୍‌ ବଢ଼ିବାରେ ଲାଗିଛି। ଓଟିଟି ଫ୍ଲାଟ୍‌ଫର୍ମ ନେଟ୍‌ଫ୍ଲିକ୍ସରେ ପ୍ରସାରିତ ୱେବ୍‌ ସିରିଜ୍‌ ‘ୱେଡ୍‌ନେସ୍‌ ଡେ’, ଚଳଚ୍ଚିତ୍ର ‘ବିଟଲ୍‌ଜୁସ୍‌-୨’ ହେଉ ଅଥବା ‘ନାଗିନ୍’ ପରି ଡାର୍କ, ରୋମାଣ୍ଟିକ୍‌, ରୋମାଞ୍ଚଭରା ୱେବ୍‌ ସିରିଜ୍, ଚଳଚ୍ଚିତ୍ର, ଧାରାବାହିକ ପ୍ରଭାବ ଯୁବପିଢ଼ିଙ୍କୁ ଏହି କଲ୍‌ଚର୍‌ ମୁହାଁ କରାଉଛି।

ଏହି ଚରିତ୍ରମାନଙ୍କ ଦ୍ୱାରା ଯୁବପିଢ଼ି ଏତେ ମାତ୍ରାରେ ପ୍ରଭାବିତ ହୋଇଛନ୍ତି ଯେ ନିଜ ସାମାଜିକ ଗଣମାଧ୍ୟମ ଆକାଉଣ୍ଟରେ ସେହିଭଳି ରୂପସଜା କରି ପୋଷ୍ଟ କରୁଛନ୍ତି। ଯୁବପିଢ଼ିଙ୍କର ପସନ୍ଦକୁ ଦୃଷ୍ଟିରେ ରଖି ‘ଡିଓର୍‌’, ‘କିଲ୍‌ଷ୍ଟାର୍‌’, ‘ଫକ୍ସବ୍ଲଡ୍‌’ ପରି ବ୍ରାଣ୍ଡରୁ ଆରମ୍ଭ କରି ବହୁ ଅନ୍‌ଲାଇନ୍‌ ପ୍ଲାଟଫର୍ମରେ ରୋମାଞ୍ଚ ଦେଉଥିବା କଳାରଙ୍ଗର ଡିଜାଇନ ପୋଷାକ ଓ ଅଳଙ୍କାର ବିକ୍ରି କରୁଛନ୍ତି। ବର୍ତ୍ତମାନ ଚାହିଦାରେ ଥିବା ସେହିଭଳି କିଛି ଫ୍ୟାସନ୍‌କୁ ନେଇ ଆମର ସ୍ୱତନ୍ତ୍ର ଉପସ୍ଥାପନା।

ସୌଜନ୍ୟ ସମ୍ବାଦ

Exit mobile version