Government : ୨କୋଟିର ସରକାରୀ କୋଠା କାମରେ ଲାଗୁନି

ଦୁଇ କୋଟି ଟଙ୍କାର ସରକାରୀ କୋଠା କାମରେ ଲାଗୁନି। ବର୍ଷେ କି ଦୁଇବର୍ଷ ନୁହେଁ, ୨୭ ବର୍ଷ ହେଲା ତାଲା ଝୁଲିଛି। ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ପାଇଁ ଏହି କୋଠା ନିର୍ମାଣ ହୋଇଥିଲା।

ନୀଳଗିରି : ଦୁଇ କୋଟି ଟଙ୍କାର ସରକାରୀ କୋଠା କାମରେ ଲାଗୁନି। ବର୍ଷେ କି ଦୁଇବର୍ଷ ନୁହେଁ, ୨୭ ବର୍ଷ  ହେଲା ତାଲା ଝୁଲିଛି। ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ପାଇଁ ଏହି କୋଠା ନିର୍ମାଣ ହୋଇଥିଲା। ଏବେ ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଛି। ଉଚ୍ଚନ୍ୟାୟାଳୟରେ ଜନସ୍ବାର୍ଥ ମାମଲା ଦାଏର ହୋଇଥିଲେ ବି ଫଳ ଶୂନ।

ସୂଚନା ଅନୁସାରେ, ୧୯୯୮ ଅଗଷ୍ଟ ୨ରେ ବାଲେଶ୍ବର ଜିଲ୍ଲା ନୀଳଗିରି ବ୍ଲକ୍‌ ଜଡ଼ିଦା ପଞ୍ଚାୟତ ପୋଡ଼ାଶୋଳ ଗ୍ରାମରେ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ (ସିଟି ସ୍କୁଲ୍‌) କୋଠା ପାଇଁ ଶିଳାନ୍ୟାସ ହୋଇଥିଲା। ପୂର୍ତ୍ତ ବିଭାଗ ପକ୍ଷରୁ ୨ କୋଟିରୁ ଊର୍ଦ୍ଧ୍ବ ଟଙ୍କା ବ୍ୟୟ ଅଟକଳରେ ଏହି କୋଠା ପାଇଁ ତତ୍‌କାଳୀନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ପାଠପଢ଼ା ପାଇଁ ୭ଟି ଶ୍ରେଣୀଗୃହ ବିଶିଷ୍ଟ ଗୋଟିଏ କୋଠା ଏବଂ  ୨ଟି ହଷ୍ଟେଲ୍‌ ନିର୍ମାଣ ହୋଇଥିଲା। ଏହା ଭିତରେ ୨୭ ବର୍ଷ ବିତିଯାଇଛି। ରେମୁଣାଠାରେ ସିଟି ସ୍କୁଲ୍‌ ଚାଲିଥିବା ବେଳେ ପୋଡ଼ାଶୋଳରେ ନିର୍ମିତ କୋଠା‌କୁ ଏଯାଏଁ ସ୍ଥାନାନ୍ତର ‌ହୋଇପାରିନି। ତେବେ ଏହା ପଛରେ କ’ଣ କାରଣ ରହିଛି, ତାହା ଜଣାପଡ଼ୁନି।  ନିର୍ମିତ କୋଠାଟି ଭୂତକୋଠିରେ ପରିଣତ ହୋଇଯାଇଛି। ଅସାମାଜିକ ଯୁବକମାନେ ରାତିରେ ଏଠାରେ ଆଡ଼ା ଜମାଉଛନ୍ତି। ମଦର ଆସର ଚାଲୁଛି।

ସୌଜନ୍ୟ ସମ୍ବାଦ

Exit mobile version