Govt plans hybrid ATMs: ଛୋଟ ନୋଟ୍‌ ପାଇଁ ବସିବ ସ୍ବତନ୍ତ୍ର ଏଟିଏମ୍‌

ଭାରତୀୟ ବଜାରରେ ଛୋଟ ମୂଲ୍ୟର ନୋଟ୍‌ଗୁଡ଼ିକର ଏବେ ଘୋର ଅଭାବ ପରିଲକ୍ଷିତ ହେଉଛି। ଏହାକୁ ଦୃଷ୍ଟିରେ ରଖି ସରକାର ସ୍ବତନ୍ତ୍ର ଏଟିଏମ୍‌ ବସାଇବା ପାଇଁ ଯୋଜନା କରୁଛନ୍ତି।

ନୂଆଦିଲ୍ଲୀ: ଭାରତୀୟ ବଜାରରେ ଛୋଟ ମୂଲ୍ୟର ନୋଟ୍‌ଗୁଡ଼ିକର ଏବେ ଘୋର ଅଭାବ ପରିଲକ୍ଷିତ ହେଉଛି। ଏହାକୁ ଦୃଷ୍ଟିରେ ରଖି ସରକାର ସ୍ବତନ୍ତ୍ର ଏଟିଏମ୍‌ ବସାଇବା ପାଇଁ ଯୋଜନା କରୁଛନ୍ତି। ସଂପ୍ରତି ବିଶ୍ବର ଚତୁର୍ଥ ବୃହତମ ଅର୍ଥନୀତି ଭାବେ ଭାରତରେ ୟୁପିଆଇର ବ୍ୟବହାର ସର୍ବତ୍ର ଥିବା ସତ୍ତ୍ବେ ବଜାରରୁ ଛୋଟ ନୋଟ୍‌ଗୁଡ଼ିକର ଚାହିଦା କମିନି। ବଜାରରେ ଛୋଟ ନୋଟ୍‌ ମିଳୁନଥିବାକୁ ନେଇ ନିକଟରେ ସର୍ବଭାରତୀୟ ରିଜର୍ଭ ବ୍ୟାଙ୍କ କର୍ମଚାରୀ ସଂଘ (ଏଆଇଆର୍‌ବିଇଏ) ଉଦ୍‌ବେଗ ପ୍ରକଟ କରିଥିଲା।

ଛୋଟ ନୋଟ୍‌ ପାଇଁ ଏକ ମଡେଲ୍‌ ଏଟିଏମ୍‌ ପ୍ରଦର୍ଶିତ ହୋଇଛି

ବିଶେଷକରି ୧୦୦ ଟଙ୍କା ତଳକୁ ଭାରତୀୟ ନୋଟ୍‌ ପାଇଁ ଖୁଚୁରା ବଜାରରେ ଲୋକେ ଅନେକ ସମୟରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେଣୁ ଏହି ସବୁ ନୋଟ୍‌ ପର୍ଯ୍ୟାପ୍ତ ପରିମାଣରେ ଛାପିବା ପାଇଁ ସଂଘ ପକ୍ଷରୁ ଭାରତୀୟ ରିଜର୍ଭ ବ୍ୟାଙ୍କକୁ ଅନୁରୋଧ କରାଯାଇଥିଲା। ଆଇଆର୍‌ବିଇଏର ସାଧାରଣ ସଂପାଦକ ସମୀର ଘୋଷ ଏ ସଂକ୍ରାନ୍ତରେ ରିଜର୍ଭ ବ୍ୟାଙ୍କଙ୍କୁ କ୍ଷୁଦ୍ର ମୂଲ୍ୟର ନୋଟ୍‌ଗୁଡ଼ିକ ଏଟିଏମ୍‌ରେ ଉପଲବ୍‌ଧ କରାଇବା ପାଇଁ ପ୍ରସ୍ତାବ ଦେଇଥିଲେ। ତେବେ କିଭଳି ଭାବେ ୧୦ ଟଙ୍କିଆ, ୨୦ ଟଙ୍କିଆ ଓ ୫୦ ଟଙ୍କିଆ ନୋଟ୍‌ ସ୍ବତନ୍ତ୍ର ଏଟିଏମ୍‌ରେ ଉପଲବ୍‌ଧ ହେବ ସେ ନେଇ ପରୀକ୍ଷା ନିରୀକ୍ଷା ଜାରି ରହିଥିବାବେଳେ ମୁମ୍ବାଇରେ ଇତିମଧ୍ୟରେ ପରୀକ୍ଷାମୂଳକ ଭାବେ ଏକ ଛୋଟ ନୋଟ୍‌ ପାଇଁ ଏକ ମଡେଲ୍‌ ଏଟିଏମ୍‌ ପ୍ରଦର୍ଶିତ ହୋଇଛି।

ସୌଜନ୍ୟ ସମ୍ବାଦ

Exit mobile version