ଦେଶ ବିଦେଶ

Derek O’Brien: ଡେରେକ୍‌ଙ୍କ ଚାଲେଞ୍ଜ- ପଶ୍ଚିମବଙ୍ଗରେ ଟିଏମ୍‌ସି ଜିତିଲେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବେ କି ମୋଦୀ

କୋଲକାତା: ପଶ୍ଚିମବଙ୍ଗରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ ଚାଲିଥିବାବେଳେ ତୃଣମୂଳ କଂଗ୍ରେସ ରାଜ୍ୟସଭା ସାଂସଦ ଡେରେକ୍‌ ଓ ବ୍ରାଏନ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ତୀବ୍ର ଆକ୍ରମଣ କରିଛନ୍ତି। ଯଦି ତୃଣମୂଳ କଂଗ୍ରେସ ପଶ୍ଚିମବଙ୍ଗରେ କ୍ଷମତା ବଜାୟ ରଖେ ତାହାହେଲେ ମୋଦୀ କ’ଣ ଇସ୍ତଫା ଦେବେ କି ବୋଲି ସେ ଚାଲେଞ୍ଜ କରି କହିଛନ୍ତି।

ପଶ୍ଚିମବଙ୍ଗରେ ବୁଧବାର ଦ୍ବିତୀୟ ପର୍ଯ୍ୟାୟ ଭୋଟ ପାଇଁ ମତଦାନ ଚାଲିଥିବାବେଳେ ଟିଏମ୍‌ସି ଓ ବିଜେପି ମଧ୍ୟରେ ତୀବ୍ର ପ୍ରତିଦ୍ବନ୍ଦ୍ବିତା ଦେଖାଯାଇଛି। ଟିଏମ୍‌ସି ଲଗାତାର ଚତୁର୍ଥ ଥର ପାଇଁ କ୍ଷମତାକୁ ଆସିବାକୁ ଲକ୍ଷ୍ୟ ରଖିଥିବାବେଳେ ବିଜେପି ବିହାର, ଓଡ଼ିଶା ପରେ ପଶ୍ଚିମବଙ୍ଗରେ ଶାସନକୁ ଆସିବାକୁ ଲକ୍ଷ୍ୟ ରଖିଛି।

 

 

 

ସୌଜନ୍ୟ ସମ୍ବାଦ

Show More
Back to top button