ରାଜ୍ୟ

Night Eco Tourism : ନନ୍ଦନକାନନରେ ଆରମ୍ଭ ହେବ ନାଇଟ୍‌ ଇକୋ ଟୁରିଜିମ୍, ରାତିରେ ବଟାନିକାଲ୍‌ ଗାର୍ଡେନ୍‌ରେ ପ୍ରକୃତିକୁ ଅନୁଭବ କରିବେ ପର୍ଯ୍ୟଟକ

ଭୁବନେଶ୍ୱର, ୧୧/୯ : ରାଜ୍ୟ ସରକାର ନନ୍ଦନକାନନ ପ୍ରାଣୀ ଉଦ୍ୟାନର ପ୍ରମୁଖ ଆକର୍ଷଣ ରାଜ୍ୟ ଉଦ୍ଭିଦ ଉଦ୍ୟାନ (ବଟାନିକାଲ୍‌ ଗାର୍ଡେନ)ର ଏକ ଅଂଶକୁ ରାତ୍ରିକାଳୀନ ପରିବେଶ ପର୍ଯ୍ୟଟନ (ନାଇଟ୍‌ ଇକୋ ଟୁରିଜିମ୍‌) ଏବଂ ପରିବେଶ ଶିକ୍ଷା ଗନ୍ତବ୍ୟସ୍ଥଳରେ ପରିଣତ କରିବାକୁ ଯୋଜନା କରୁଛନ୍ତି । ଯାହା ପରିଦର୍ଶକଙ୍କୁ ସୂର୍ଯ୍ୟାସ୍ତ ପରେ ଅର୍ଥାତ୍‌ ରାତିରେ ପ୍ରକୃତିକୁ ଅନୁଭବ କରିବାର ସୁଯୋଗ ଦେବ । ଜୈବ ବିବିଧତା ଏବଂ ସଂରକ୍ଷଣ ବିଷୟରେ ସଚେତନତାକୁ ପ୍ରୋତ୍ସାହିତ କରିବ ।

ପ୍ରସ୍ତାବ ଅନୁଯାୟୀ, ଏହି ପ୍ରକଳ୍ପ ପାଇଁ ଉଦ୍ୟାନ ମଧ୍ୟରେ ଏକ ପୃଥକ କ୍ଷେତ୍ର ପ୍ରସ୍ତାବିତ କରାଯାଇଛି । ଯେଉଁଥିରେ ପରିଦର୍ଶକଙ୍କ ଲାଗି ଯୋଜନା ହୋଇଛି । ଯେଉଁଠି ପ୍ରାକୃତିକ ଦୃଶ୍ୟ ସାଙ୍ଗକୁ ଜଳାଶୟ, ପ୍ରକୃତିଭିତ୍ତିକ ମନଲୋଭା ଉଦ୍ୟାନକୁ ଉପଭୋଗ କରିବାର ସୁଯୋଗ ମିଳିବ । ଯାହା ପରିବେଶଗତ ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକୁ ସୁରକ୍ଷିତ ରଖିବ । ଜଣେ ଅଧିକାରୀଙ୍କ ମତରେ ପ୍ରକଳ୍ପଟି ‘ରାତିରେ ପ୍ରକୃତି ଅନୁଭବ କରନ୍ତୁ- ଶିଖନ୍ତୁ, ଉପଭୋଗ ସହ ସଂରକ୍ଷଣ କରନ୍ତୁ’ ବିଷୟବସ୍ତୁ ଉପରେ କଳ୍ପନା କରାଯାଇଛି । ଯାହା ସଂରକ୍ଷଣ ଶିକ୍ଷା ଏବଂ ଦାୟିତ୍ୱପୂର୍ଣ୍ଣ ପରିବେଶ ପର୍ଯ୍ୟଟନ ଉପରେ ଧ୍ୟାନ ଦେବ । ପ୍ରସ୍ତାବିତ ବିକାଶ ପାଇଁ ଯୋଜନା ପ୍ରସ୍ତୁତ କରିବା ଏବଂ ତଦାରଖ ପାଇଁ ଜଣେ ପରାମର୍ଶଦାତାଙ୍କୁ ନିଯୁକ୍ତି କରିବାର ପ୍ରକ୍ରିୟା ମଧ୍ୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଆରମ୍ଭ ହୋଇଛି ।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button