ରାଶିଫଳ

Horoscope Today : ଏପ୍ରିଲ ୨୯ ତାରିଖ, ବୁଧବାର ; ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ

ମେଷ– ଆତ୍ମବିଶ୍ୱାସ ବଢ଼ିବ ଓ କାର୍ଯ୍ୟରେ ଭଲ ସଫଳତା ମିଳିବ। ନୂଆ ଅବସର ଆସିପାରେ ଯାହା ଭବିଷ୍ୟତ ପାଇଁ ଲାଭଦାୟକ। ଧନ ଆଗମନର ଯୋଗ ରହିଛି। ନିଷ୍ପତ୍ତି ନେବାରେ ସାହସ ଦେଖାଇବେ। ସ୍ୱାସ୍ଥ୍ୟ ଭଲ ରହିବ।

ବୃଷ– ଘାତ ଚନ୍ଦ୍ର ପ୍ରଭାବରେ ଦିନଟି ସତର୍କତାରେ କାଟିବା ଆବଶ୍ୟକ। କାମରେ ବାଧା ଓ ବିଳମ୍ବ ହେବ। ଅନାବଶ୍ୟକ ଚିନ୍ତା ଓ ମାନସିକ ଚାପ ବଢ଼ିପାରେ। ଧନ କ୍ଷତି ବା ଖର୍ଚ୍ଚ ବଢ଼ିପାରେ। ପରିବାରରେ ଛୋଟ ମତଭେଦ ହୋଇପାରେ। ସ୍ୱାସ୍ଥ୍ୟରେ ସତର୍କ ରୁହନ୍ତୁ।

ମିଥୁନ– ମାନସିକ ଅସ୍ଥିରତା ଓ ଚିନ୍ତା ବଢ଼ିପାରେ। ଘରୋଇ କାର୍ଯ୍ୟରେ ଅସନ୍ତୋଷ ଦେଖାଯିବ। କାମରେ ବିଳମ୍ବ ଓ ଧୀରଗତି ହେବ। ଯାନ ବା ସମ୍ପତ୍ତି ସମ୍ବନ୍ଧୀୟ କାମରେ ସତର୍କ ରୁହନ୍ତୁ। ପରିବାରରେ ଛୋଟ ମତଭେଦ ହୋଇପାରେ। ମନକୁ ଶାନ୍ତ ରଖିବା ଆବଶ୍ୟକ।

କର୍କଟ– ଘାତ ବାର ପ୍ରଭାବରେ ଦିନଟି ସାବଧାନରେ କାଟନ୍ତୁ। କାର୍ଯ୍ୟରେ ବାଧା ଓ ବିଳମ୍ବ ହେବ। ପରିବାରରେ ଅସମ୍ମତି ହୋଇପାରେ। ଅନାବଶ୍ୟକ ଚିନ୍ତା ମନକୁ ଭାରି କରିବ। ଧାର୍ମିକ କାର୍ଯ୍ୟରେ ମନ ଲାଗିଲେ ଶାନ୍ତି ମିଳିବ। ସ୍ୱାସ୍ଥ୍ୟରେ ସତର୍କତା ଆବଶ୍ୟକ।

ସିଂହ– ଦିନଟି ଶୁଭ ଓ ଲାଭଦାୟକ ରହିବ। କାର୍ଯ୍ୟରେ ସଫଳତା ଓ ପ୍ରଶଂସା ମିଳିବ। ଧନ ଆଗମନର ସୁଯୋଗ ରହିଛି। ବନ୍ଧୁମାନଙ୍କ ସହ ସମ୍ପର୍କ ଭଲ ହେବ। ନୂଆ ଯୋଜନା ସଫଳ ହେବ। ସ୍ୱାସ୍ଥ୍ୟ ଉନ୍ନତ ରହିବ।

କନ୍ୟା– ଚନ୍ଦ୍ର ଆପଣଙ୍କ ରାଶିରେ ଥିବାରୁ ଆତ୍ମବିଶ୍ୱାସ ଓ ମନୋବଳ ବଢ଼ିବ। କାର୍ଯ୍ୟରେ ନିଶ୍ଚିତ ସଫଳତା ମିଳିବ। ନୂଆ କାମ ଆରମ୍ଭ ପାଇଁ ଦିନ ଶୁଭ। ପରିବାରରେ ସମ୍ମାନ ଓ ସହଯୋଗ ମିଳିବ। ଧନ ଲାଭ ହେବ। ସ୍ୱାସ୍ଥ୍ୟ ଭଲ ରହିବ।

ତୁଳା– ଖର୍ଚ୍ଚ ବଢ଼ିବା ସହ ଧନ ସମସ୍ୟା ଦେଖାଯିବ। କାମରେ ଧ୍ୟାନ ଭଙ୍ଗ ହେବାର ସମ୍ଭାବନା। ପରିବାରରେ ଦୂରତା ହୋଇପାରେ। ଅନାବଶ୍ୟକ ଯାତ୍ରା ବା ଅସୁବିଧା ହେବ। ମାନସିକ ଚିନ୍ତା ବଢ଼ିପାରେ। ସତର୍କ ରହିବା ଆବଶ୍ୟକ।

ବିଛା– ଦିନଟି ଆପଣଙ୍କ ପାଇଁ ଶୁଭ ଓ ଉନ୍ନତିକର ରହିବ। କାର୍ଯ୍ୟରେ ସଫଳତା ଓ ଲାଭ ମିଳିବ। ପୁରୁଣା କାମ ସମ୍ପୂର୍ଣ୍ଣ ହେବ। ଧନ ଆଗମନ ହେବ। ସ୍ୱାସ୍ଥ୍ୟ ଭଲ ରହିବ।

ଧନୁ– ଦିନଟି ମଧ୍ୟମ ରହିବ କିନ୍ତୁ ପ୍ରୟାସରେ ଲାଭ ମିଳିବ। କାମରେ ଧୀର ଗତି ଥିଲେ ମଧ୍ୟ ସଫଳତା ଆସିବ। ବଡ଼ମାନଙ୍କର ସହଯୋଗ ମିଳିବ। ଶିକ୍ଷା ଓ ଜ୍ଞାନରେ ଉନ୍ନତି ହେବ। ଆର୍ଥିକ ସ୍ଥିତି ସାଧାରଣ ରହିବ। ମନ ଶାନ୍ତ ରହିବ।

ମକର– ଦିନଟି ଲାଭଦାୟକ ଓ ସୁଖଦ ରହିବ। କାର୍ଯ୍ୟରେ ପ୍ରଗତି ଓ ପ୍ରଶଂସା ମିଳିବ। ଆର୍ଥିକ ସ୍ଥିତି ଭଲ ହେବ। ନୂଆ ସୁଯୋଗ ମିଳିପାରେ। ସ୍ୱାସ୍ଥ୍ୟ ଭଲ ରହିବ।

କୁମ୍ଭ– ଅସ୍ଥିରତା ଓ ଆକସ୍ମିକ ସମସ୍ୟା ଦେଖାଯିବାର ସମ୍ଭାବନା। କାମରେ ବାଧା ଓ ଚାପ ବଢ଼ିପାରେ। ଶତ୍ରୁ ବା ବିରୋଧୀ ସକ୍ରିୟ ହୋଇପାରନ୍ତି। ମାନସିକ ଚିନ୍ତା ଓ ଭୟ ରହିବ। ସ୍ୱାସ୍ଥ୍ୟରେ ଅସୁବିଧା ହେବାର ସମ୍ଭାବନା। ସତର୍କ ଓ ଧୈର୍ଯ୍ୟ ରଖନ୍ତୁ।

ମୀନ– ଦିନଟି ମଧ୍ୟମ ରହିବ ଓ ସାଧାରଣ ଫଳ ଦେବ। ପରିବାରରେ ସହଯୋଗ ମିଳିବ। ଧାର୍ମିକ କାର୍ଯ୍ୟରେ ରୁଚି ବଢ଼ିବ। ଧନ ଖର୍ଚ୍ଚ ବଢ଼ିପାରେ। କାମରେ ସ୍ଥିରତା ରହିବ। ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦେବା ଆବଶ୍ୟକ।

ଜ୍ୟୋତିର୍ବିଦ୍ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ –8249826682

ସୌଜନ୍ୟ Prameya News7

Show More
Back to top button