IND VS WI 2nd T20: ରୋହିତ-କୋହଲି-ଧୋନିଙ୍କ ପଥରେ ଚାଲିବେ ଆୟର; ରାଞ୍ଚିରେ ଇଣ୍ଡିଆ-ଇଣ୍ଡିଜ ଟକ୍କର, କିପରି ଭାରତର ରେକର୍ଡ ?

ନୂଆଦିଲ୍ଲୀ,୦୯/୧୦; ଭାରତ ଓ ୱେଷ୍ଟ ଇଣ୍ଡିଜ ମଧ୍ୟରେ ଆଜି ଖେଳାଯିବ ଦ୍ୱିତୀୟ ଟି-ଟ୍ୱେଣ୍ଟି ମୁକାବିଲା । ୫ ମ୍ୟାଚ୍ ବିଶିଷ୍ଟ ଏହି ସିରିଜରେ ଭାରତ ୧-୦ରେ ଅଗ୍ରଣୀ ହାସଲ କରି ସାରିଛି । ପ୍ରଥମ ମ୍ୟାଚର ପ୍ରଦର୍ଶନକୁ ଦୋହରାଇ ଭାରତ ବିଜୟ ତାଲିକାରେ ଆଉ ଏକ ମ୍ୟାଚ ଯୋଡ଼ିବାକୁ ପ୍ରୟାସ କରିବ । ଟି-ଟ୍ୱେଣ୍ଟି ଫର୍ମାଟ୍ରେ ବେଶ୍ ଶକ୍ତିଶାଳୀ ଦଳ ଭାବେ ଗଣା ହେଉଥିବା ୱେଷ୍ଟ ଇଣ୍ଡିଜ ମଧ୍ୟ ଅସଲ ଦକ୍ଷତା ପ୍ରଦର୍ଶନ କରିବାକୁ ପ୍ରସ୍ତୁତ । ଭାରତୀୟ ଦଳର ଅଧିନାୟକ ଶ୍ରେୟାସ ଆୟରଙ୍କ ବ୍ୟାଟିଂକୁ ନେଇ ଦର୍ଶକ ମହଲରେ ଉତ୍ସାହ ବୃଦ୍ଧି ପାଇଛି । ପ୍ରଥମ ମ୍ୟାଚରେ ସେ ଶତକ ଅର୍ଜନ କରି ଦଳକୁ ଜିତାଇଥିଲେ । ସଞ୍ଜୁ ସାମସନଙ୍କ ବ୍ୟାଟ୍ରୁ ଏକ ବଡ଼ ଇନିଂସ ଆଶା କରାଯାଉଛି । ତୃତୀୟ ଓପନର ଭାବେ ଦଳରେ ରହିଥିବା ବୈଭବ ସୂର୍ଯ୍ୟବଂଶୀ ସୁଯୋଗ ଅପେକ୍ଷାରେ ରହିଛନ୍ତି । ଏପଟେ ସଞ୍ଜୁଙ୍କ ପ୍ରଦର୍ଶନରେ ଉତ୍ଥାନ ପତନ ଲାଗି ରହିଛି । ଏକାଦଶରେ ସ୍ଥାନ ବଜାୟ ରଖିବାକୁ ହେଲେ ସଞ୍ଜୁଙ୍କୁ ଆଜି ଏକ ବଡ଼ ଇନିଂସ ଖେଳିବାକୁ ପଡ଼ିବ । ପ୍ରତ୍ୟାବର୍ତ୍ତନ ଲକ୍ଷ୍ୟରେ ରହିଥିବା ୱେଷ୍ଟ ଇଣ୍ଡିଜକୁ ଅଟକାଇବାକୁ ହେଲେ ପ୍ରଥମେ ସାଇ ହୋପଙ୍କୁ ସହଳ ଆଉଟ କରିବାକୁ ପଡ଼ିବ । ଭାରତୀୟ ଦଳ ଏହି ମ୍ୟାଚ୍ ଜିତି ସିରିଜରେ ୨-୦ରେ ଆଗୁଆ ରହିବାକୁ ଚାହିଁବ । ଏହି ମ୍ୟାଚ୍ ସନ୍ଧ୍ୟା ୭ଟାରୁ ଆରମ୍ଭ ହେବ ।
ଦିନିକିଆ ସିରିଜରେ ସେ ୨ଟି ଶତକ ଅର୍ଜନ କରିଥିଲେ ଓ ପ୍ରଥମ ଟି-ଟ୍ୱେଣ୍ଟିରେ ମଧ୍ୟ ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ । ଟସ୍ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ଟସ୍ ବିଜୟୀ ଦଳକୁ ମ୍ୟାଚ ଜିତିବା ପାଇଁ ଅଧିକ ପରିଶ୍ରମ କରିବାକୁ ପଡ଼ିବ ନାହିଁ । ପ୍ରଥମ ମ୍ୟାଚରେ ବିଜୟ ପରେ ଭାରତର ଚୂଡ଼ାନ୍ତ ଏକାଦଶରେ ପରିବର୍ତ୍ତନ ସମ୍ଭାବନା ନାହିଁ । ତଥାପି ପେସ୍ ବୋଲର ମୟଙ୍କ ଯାଦବଙ୍କ ସ୍ଥାନରେ ପ୍ରିନ୍ସ ଯାଦବଙ୍କୁ ଏକାଦଶରେ ସ୍ଥାନ ମିଳିବା ଆଶା କରାଯାଇପାରେ । ସୀମିତ ସୁଯୋଗ ମଧ୍ୟରେ ପ୍ରିନ୍ସ ବେଶ୍ ଚମତ୍କାର ବୋଲିଂ କରିଥିଲେ । ବର୍ତ୍ତମାନ ସେ ସମ୍ପୂର୍ଣ୍ଣ ଫିଟ୍ ହୋଇ ଦଳକୁ ଫେରିଛନ୍ତି ।
ରୋହିତ-କୋହଲି-ଧୋନିଙ୍କ ପଥରେ ଚାଲିବେ ଆୟର – ରାଞ୍ଚିର ଏହି ଗ୍ରାଉଣ୍ଡରେ ଭାରତୀୟ ଦଳ ପାଇଁ ଟି-୨୦ କ୍ରିକେଟରେ ବହୁତ ସ୍ୱତନ୍ତ୍ର ରହିଆସିଛି । ତେବେ ଟିମ୍ ଇଣ୍ଡିଆ ପ୍ରଥମ ଥର ପାଇଁ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବ। ଏହି ଗ୍ରାଉଣ୍ଡରେ ଏପର୍ଯ୍ୟନ୍ତ ୪ଟି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳାଯାଇଛି। ଭାରତୀୟ ଦଳ ଏଥିମଧ୍ୟରୁ ୩ଟି ମ୍ୟାଚ୍ ଜିତିଥିବା ବେଳେ ଗୋଟିଏ ମ୍ୟାଚ୍ ହାରିଥିଲା । ପ୍ରଥମ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ୧୨ ଫେବୃଆରୀ ୨୦୧୬ରେ ରାଞ୍ଚିରେ ଖେଳାଯାଇଥିଲା । ଯେଉଁଥିରେ ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ୱରେ ଭାରତ ଶ୍ରୀଲଙ୍କାକୁ ୬୯ ରନରେ ପରାସ୍ତ କରିଥିଲା। ୨୦୧୭ ଅକ୍ଟୋବର ୭ରେ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ବିରାଟ କୋହଲିଙ୍କ ନେତୃତ୍ୱାଧୀ ଟିମ୍ ଇଣ୍ଡିଆ ୯ ୱିକେଟରେ ଚମତ୍କାର ବିଜୟ ହାସଲ କରିଥିଲା। ଏହା ପରେ, ୧୯ ନଭେମ୍ବର ୨୦୨୧ ରେ, ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଭାରତ ନ୍ୟୁଜିଲ୍ୟାଣ୍ଡକୁ ୭ ୱିକେଟରେ ପରାସ୍ତ କରିଥିଲା । ଏହି ଧାରାରେ ଏବେ ଶ୍ରେୟାସ ଆୟର ରହିଛନ୍ତି । ସେ ଭାରତକୁ ଜିତାଇ ପାରୁଛନ୍ତି ନା ନାହିଁ ତାହା ଉପରେ ନଜର ରହିଛି ।
ସୌଜନ୍ୟ ପ୍ରମେୟ




