Indian cinema: କିଏ ହେବ ମଧୁବାଲା?

ମଧୁବାଲାଙ୍କୁ ଭାରତୀୟ ସିନେମା ଇତିହାସର ସବୁଠାରୁ ମହାନ ଅଭିନେତ୍ରୀ ଭାବେ ଗଣାଯାଏ। ତାଙ୍କ ଜୀବନୀକୁ ନେଇ ଏକ ଚଳଚ୍ଚିତ୍ର ନିର୍ମାଣ ହେବାର ଖବର ଆସିବା ଦିନୁ ସବୁଠୁ ଉତ୍କଣ୍ଠିତ ପ୍ରଶ୍ନଟି ହେଉଛି- କିଏ ମଧୁବାଲାଙ୍କ ଚରିତ୍ରରେ ଅଭିନୟ କରିବେ?

ମଧୁବାଲାଙ୍କୁ ଭାରତୀୟ ସିନେମା ଇତିହାସର ସବୁଠାରୁ ମହାନଅଭିନେତ୍ରୀ ଭାବେ ଗଣାଯାଏ। ତାଙ୍କ ଜୀବନୀକୁ ନେଇ ଏକ ଚଳଚ୍ଚିତ୍ର ନିର୍ମାଣ ହେବାର ଖବର ଆସିବା ଦିନୁ ସବୁଠୁ ଉତ୍କଣ୍ଠିତ ପ୍ରଶ୍ନଟି ହେଉଛି- କିଏ ମଧୁବାଲାଙ୍କ ଚରିତ୍ରରେ ଅଭିନୟ କରିବେ? ଗତ ବର୍ଷ ପ୍ରଥମେ ଖବର ଆସିଲା ଯେ କିଆରା ଆଡ଼ଭାନୀ ସଞ୍ଜୟ ଲୀଲା ଭଂସାଲୀଙ୍କ ନିର୍ଦେଶିତ ଉକ୍ତ ଚଳଚ୍ଚିତ୍ରରେ ମଧୁବାଲା ସାଜିବେ। କିନ୍ତୁ ପରେ ସେ ଖବରକୁ ଖାରଜ କରିଦିଆଗଲା।

ଏଇ ନିକଟରେ ପୁଣି ଖବର ଆସିଲା ଯେ କିଆରାଙ୍କୁ କାଟି ନବାଗତା ଅନୀତ ପଡ୍ଡା ମଧୁବାଲାଙ୍କ ଚରିତ୍ରରେ ଅଭିନୟ କରିବେ। କିନ୍ତୁ ଦିନେ ପରେ ପ୍ରଯୋଜନା ସଂସ୍ଥା ସ୍ପଷ୍ଟ କରିଦେଇଛି ଯେ ଏହା ମଧ୍ୟ ଏକ ଉଡ଼ା ଖବର; କିଏ ମଧୁବାଲା ହେବ ତାହା ଏବେ ବି ସ୍ଥିର ହୋଇ ନାହିଁ। ଭାରତୀୟ ସିନେମା ଜଗତରେ ମଧୁବାଲାଙ୍କ ଅସାଧାରଣ ଯାତ୍ରାକୁ ଚଳଚ୍ଚିତ୍ରର ରୂପ ଦେବା ବେଳେ ନିର୍ଦେଶକ ସଞ୍ଜୟ ଖୁବ୍ ସତର୍କ ପଦକ୍ଷେପ ନେଉଛନ୍ତି। ଏଥିରେ ଆଉ କିଏ ଅଭିନୟ କରିବେ ତାହାର ସୂଚନା ମଧ୍ୟ ଏ ପର୍ଯ୍ୟନ୍ତ ଲୋକଲୋଚନକୁ ଆସିନାହିଁ।

ତେବେ ରୋଚକ କଥା ହେଲା ‘ସୈୟାରା’ ତାରକା ଅନୀତ ଆଉ ଏକ ଚଳଚ୍ଚିତ୍ରରେ କିଆରାଙ୍କ ସ୍ଥାନ ନେଇସାରିଛନ୍ତି। ‘ମ୍ୟାଡକ୍‌ ହରର୍‌ ୟୁନିଭର୍ସ’ର ଆଗାମୀ ଚଳଚ୍ଚିତ୍ର ‘ଶକ୍ତି ଶାଲିନୀ’ର ମୁଖ୍ୟ ଚରିତ୍ରରେ ପ୍ରଥମେ କିଆରାଙ୍କୁ ବଛାଯାଇଥିଲା, କିନ୍ତୁ ସୁଟିଂ ତାରିଖ ଓ ସ୍କ୍ରିପ୍‌ଟରେ ପରିବର୍ତ୍ତନ ଯୋଗୁଁ କିଆରାଙ୍କୁ ଏହି ଚଳଚ୍ଚିତ୍ର ହାତଛଡ଼ା କରିବାକୁ ପଡ଼ିଲା। ଜଣେ ସ୍ବଳ୍ପ ବୟସ୍କ ଚରିତ୍ରର କାହାଣୀ ହୋଇଥିବାରୁ ଅନୀତଙ୍କୁ ସେହି ଚଳଚ୍ଚିତ୍ର ପାଇଁ ବଛାଯାଇଛି।

ସୌଜନ୍ୟ ସମ୍ବାଦ

Exit mobile version