Mexican folk art: ମେକ୍ସିକୋର ଲୋକକଳା ‘ଭୋଲାଡରେସ୍‌’

ମେକ୍ସିକୋର ଏକ ବହୁ ପୁରାତନ ଲୋକକଳା ହେଉଛି ‘ଭୋଲାଡରେସ୍‌’। ଏହା ଯେତିକି ଦୁଃସାହସିକ ସେତିକି ଆକର୍ଷଣୀୟ। ପାଞ୍ଚ ଜଣ କଳାକାର ୬୦ରୁ ୧୩୦ ଫୁଟ୍‌ ଉଚ୍ଚତା ବିଶିଷ୍ଟ ଏକ ବର୍ଗାକୃତିର ପ୍ଲାଟଫର୍ମକୁ ଚଢ଼ନ୍ତି।

ମେକ୍ସିକୋର ଏକ ବହୁ ପୁରାତନ ଲୋକକଳା ହେଉଛି ‘ଭୋଲାଡରେସ୍‌’। ଏହା ଯେତିକି ଦୁଃସାହସିକ ସେତିକି ଆକର୍ଷଣୀୟ। ପାଞ୍ଚ ଜଣ କଳାକାର ୬୦ରୁ ୧୩୦ ଫୁଟ୍‌ ଉଚ୍ଚତା ବିଶିଷ୍ଟ ଏକ ବର୍ଗାକୃତିର ପ୍ଲାଟଫର୍ମକୁ ଚଢ଼ନ୍ତି। ଜଣେ ତା’ ଉପରେ ବସି ବଂଶୀ ଓ ବାଜା ବଜାଇବା ମାତ୍ରେ ଅନ୍ୟ ଚାରିଜଣ ତଳକୁ ଖସିପଡ଼ନ୍ତି, କିନ୍ତୁ ସେମାନେ ଦଉଡ଼ିରେ ବନ୍ଧା ହୋଇ ଥାଆନ୍ତି। ଏହା ପରେ ସଂଗୀତ ବାଦକ ପ୍ଲାଟଫର୍ମ ଉପରେ ବସି ସଂଗୀତ ଗାନ କରୁଥିବା ବେଳେ ଅନ୍ୟ ଚାରିଜଣ ବୁଲିବା ଜାରି ରଖନ୍ତି। ସେମାନଙ୍କ ଅଣ୍ଟାରେ କିମ୍ବା ପାଦରେ ଦଉଡ଼ି ବନ୍ଧା ହୋଇଥାଏ। ବନ୍ଧା ଅବସ୍ଥାରେ ବୁଲିବା ସହିତ ଦଉଡ଼ି ଫିଟିଫିଟି ଯାଏ ଏବଂ ସେମାନେ ଧୀରେଧୀରେ ତଳକୁ ଖସନ୍ତି।

Exit mobile version