ପ୍ରତି ବର୍ଷ ମାର୍ଚ୍ଚ ମାସର ଦ୍ବିତୀୟ ଗୁରୁବାରକୁ ବିଶ୍ବ ବୃକ୍କ ଦିବସ ରୂପେ ପାଳନ କରାଯାଏ। ବୃକ୍କ ବା କିଡ୍ନିର ଗୁରୁତ୍ବ ଓ ବିଭିନ୍ନ ରୋଗ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏହାର ଲକ୍ଷ୍ୟ।
ବୃକ୍କର କାମ ହେଲା ଆମ ଶରୀରରୁ ବର୍ଜ୍ୟବସ୍ତୁ ଛାଣିବା, ରକ୍ତଚାପ ନିୟନ୍ତ୍ରଣ କରିବା ଏବଂ ଶରୀରରେ ଜଳୀୟ ଅଂଶ ଓ ଲବଣର ମାତ୍ରାକୁ ସନ୍ତୁଳିତ ରଖିବା। ବୃକ୍କ ଖରାପ ହେଲେ ୟୁରେମିକ୍ ଟକ୍ସିନ୍ ଶରୀରରେ ଜମିଯାଏ ଏବଂ ହାଡ଼, ହୃତ୍ପିଣ୍ଡକୁ ଖରାପ କରିବାକୁ ଲାଗେ। ଏଥିଯୋଗୁଁ ରକ୍ତହୀନତା ମଧ୍ୟ ଦେଖାଦିଏ।
ଗୋଡ଼ହାତ ଫୁଲିଯିବା, ରାତିରେ ବାରମ୍ବାର ପରିସ୍ରା ଲାଗିବା, ମାତ୍ରାଧିକ ହାଲିଆ ଲାଗିବା ଏବଂ ଉଚ୍ଚ ରକ୍ତଚାପ ବୃକ୍କ ବିଫଳତାର ପ୍ରାରମ୍ଭିକ ଲକ୍ଷଣ ହୋଇପାରେ। ବୃକ୍କକୁ ସୁସ୍ଥ ରଖିବା ପାଇଁ ନିୟମିତ ପାଣି ପିଇବା, ଅଧିକ ଲବଣଜାତୀୟ ଖାଦ୍ୟ ତଥା ଫାଷ୍ଟଫୁଡ୍, ଜଙ୍କଫୁଡ୍ରୁ ଦୂରେଇ ରହିବା, ପେନ୍ କିଲର୍ ବଟିକା ନ ଖାଇବା, ରକ୍ତଶର୍କରା ଓ ରକ୍ତଚାପ ନିୟମିତ ପରୀକ୍ଷା କରି ନିୟନ୍ତ୍ରଣ କରିବା ଉଚିତ।
– ଡାକ୍ତର ଅରୁଣା ଆଚାର୍ଯ୍ୟ,
ନେଫ୍ରୋଲୋଜି ବିଭାଗ, ଏସ୍ସିବି ମେଡିକାଲ କଲେଜ ଓ ହସ୍ପିଟାଲ୍
ସୌଜନ୍ୟ ସମ୍ବାଦ
