ରାଜ୍ୟ

International Tiger Day: ଆଜି ଅନ୍ତର୍ଜାତୀୟ ବ୍ୟାଘ୍ର ଦିବସ: ‘ଯମୁନା’କୁ ମିଳିବ ସାଥୀ

ମହାରାଷ୍ଟ୍ର ତଢ଼ବା ଅନ୍ଧାରୀ ବ୍ୟାଘ୍ର ଅଭୟାରଣ୍ୟରୁ ସ୍ଥାନାନ୍ତର ହୋଇ ଓଡ଼ିଶାର କୁଲଡିହା ଅଭୟାରଣ୍ୟରେ ରହୁଥିବା ବାଘୁଣୀ ‘ଯମୁନା’କୁ ସାଥୀ ମିଳିବ। ସେଠାରେ ଏକ ମହାବଳ ଛାଡ଼ିବାକୁ ଯୋଜନା ପ୍ରସ୍ତୁତ ଚାଲିଛି।

ଭୁବନେଶ୍ବର: ମହାରାଷ୍ଟ୍ର ତଢ଼ବା ଅନ୍ଧାରୀ ବ୍ୟାଘ୍ର ଅଭୟାରଣ୍ୟରୁ ସ୍ଥାନାନ୍ତର ହୋଇ ଓଡ଼ିଶାର କୁଲଡିହା ଅଭୟାରଣ୍ୟରେ ରହୁଥିବା ବାଘୁଣୀ ‘ଯମୁନା’କୁ ସାଥୀ ମିଳିବ। ସେଠାରେ ଏକ ମହାବଳ ଛାଡ଼ିବାକୁ ଯୋଜନା ପ୍ରସ୍ତୁତ ଚାଲିଛି। ଏଥିସହ ଶିମିଳିପାଳ ଅଭୟାରଣ୍ୟରେ ଆଉ ଗୋଟିଏ ବାଘୁଣୀକୁ ଛାଡ଼ିବାକୁ ଓଡ଼ିଶା ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଅନ୍ତଃରାଜ୍ୟ ବ୍ୟାଘ୍ର ସ୍ଥାନାନ୍ତରରେ ଶିମିଳିପାଳକୁ ସଫଳତା ପରେ ଦ୍ବିତୀୟ ପର୍ଯ୍ୟାୟ ବାଘ ସ୍ଥାନାନ୍ତରଣ ନେଇ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। କେନ୍ଦ୍ରୀୟ ଭାରତ (ମଧ୍ୟପ୍ରଦେଶ କିମ୍ବା ମହାରାଷ୍ଟ୍ର)ର କୌଣସି ଏକ ବ୍ୟାଘ୍ର ଅଭୟାରଣ୍ୟରୁ ଗୋଟିଏ ଲେଖାଏଁ ବାଘ ଓ ବାଘୁଣୀକୁ ଆସନ୍ତା ଅକ୍ଟୋବର ନ ହେଲେ ନଭେମ୍ବର ମାସରେ ସ୍ଥାନାନ୍ତର କରିବାକୁ ଲକ୍ଷ୍ୟ ରଖାଯାଇଛି। ଓଡ଼ିଶା ସମେତ ସାରା ଦେଶରେ ବ୍ୟାଘ୍ର ଗଣନା ଶେଷ ହୋଇଛି। କ୍ୟାମେରା ଟ୍ରାପ୍‌ ଗଣନା ସରିଥିବାରୁ ଆଗକୁ ଭଲ ଖବର ଆସିବାକୁ ଯାଉଛି। ଓଡ଼ିଶା ଜଙ୍ଗଲରେ ମହାବଳଙ୍କ ସଂଖ୍ୟା ୪୦ ଛୁଇଁଥିବା ଜଣାପଡ଼ିଛି। କେବଳ ଶିମିଳିପାଳରେ ୩୬ଟି ମହାବଳଙ୍କ ଉପସ୍ଥିତି ରହିଛି। ବାକି ଅନ୍ୟ କେତେକ ଅଭୟାରଣ୍ୟରେ ମହାବଳ ନଜରକୁ ଆସିଛନ୍ତି। ତେବେ ଡବ୍ଲୁଆଇଆଇ ଦ୍ବାରା କ୍ୟାମେରା ଟ୍ରାପ୍‌ ବିଶ୍ଲେଷଣ ପରେ ମହାବଳଙ୍କ ପ୍ରକୃତ ସଂଖ୍ୟା ସାମନାକୁ ଆସିବ ବୋଲି ବନ ବିଭାଗର ଜଣେ ଅଧିକାରୀ କହିଛନ୍ତି।

ଓଡ଼ିଶା ଆସିବେ ବାଘ-ବାଘୁଣୀ
ମହାବଳ ସଂଖ୍ୟା ୪୦ ଛୁଇଁଲା! 
ମାତୃ ସ୍ନେହରେ ବନ୍ଧା ‘ଜୀନତ୍‌’

ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରେ ନୂଆ ଆଶା ସଞ୍ଚାର କରିଥିବା ବାଘୁଣୀ ‘ଜୀନତ୍‌’ ଏବେ ନିଜ ଚଳପ୍ରଚଳକୁ ସୀମିତ ରଖିଛି। ୪ଟି ଶାବକଙ୍କୁ ଜନ୍ମ ଦେବା ପରେ ‘ଜୀନତ୍‌’ ଗତ ଦୁଇ ମାସ ମଧ୍ୟରେ ମାତ୍ର ୨୦ ବର୍ଗ କିମି ଅଞ୍ଚଳରେ ଘୂରି ବୁଲୁଛି। ‘ଜୀନତ୍‌’ର ଶରୀରରେ ଲାଗିଥିବା ରେଡିଓ କଲାର ଏବେ ମଧ୍ୟ କାର୍ଯ୍ୟକ୍ଷମ ରହିଛି। ଏହା ମାଧ୍ୟମରେ ଓଡ଼ିଶା ବନ୍ୟପ୍ରାଣୀ ବିଭାଗ ତାର ଗତିବିଧି ଉପରେ ନଜର ରଖିଛି। ଯଦିଓ ବର୍ଷା ଋତୁ ଯୋଗୁଁ କ୍ୟାମେରା ଟ୍ରାପ୍ ଫଟୋ ମିଳିବା କଷ୍ଟକର ହୋଇଛି, ତଥାପି ରେଡିଓ କଲାର ତଥ୍ୟ ଆଧାରରେ ତାର ଗତିବିଧି ଜାଣିବା ସମ୍ଭବ ହୋଇପାରୁଛି। ବନ ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ ଜଣେ ଯୁବ ବୟସ୍କ ବାଘୁଣୀ ପାଇଁ ଦୁଇ ମାସରୁ ଅଧିକ ସମୟ ଧରି ୨୦ ବର୍ଗ କିମି ଅଞ୍ଚଳରେ ସୀମିତ ରହିବା ସାଧାରଣ ନୁହେଁ। ଏହାର ଅର୍ଥ ‘ଜୀନତ୍‌’ ନିଜ ଶାବକମାନଙ୍କର ଯତ୍ନ ନେଉଛି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button