ରାଜ୍ୟ

Nilachal Abadha: ମିଳିଲା ନୀଳାଚଳ ଅବଢ଼ା: ବିଳମ୍ବ ହେଲା ନୀତି, ରାତିରେ ବାହାରିଲା ଅବଢ଼ା

ସରିଛି ମହାପ୍ରଭୁଙ୍କ ଗୁଣ୍ଡିଚା ଯାତ୍ରା। ରତ୍ନବେଦିରେ ଅଧିଷ୍ଠିତ ହୋଇ ଦର୍ଶନ ଦେଇଛନ୍ତି ଚତୁର୍ଦ୍ଧା ବିଗ୍ରହ। ଶ୍ରୀମନ୍ଦିର ରତ୍ନ ସିଂହାସନରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼ ଜମିଛି। ପହଣ୍ଡି ସରିବା ବେଳକୁ ବିଳମ୍ବିତ ରାତି ୨ଟା ୨୫ ହୋଇ ସାରିଥିଲା।

ପୁରୀ: ସରିଛି ମହାପ୍ରଭୁଙ୍କ ଗୁଣ୍ଡିଚା ଯାତ୍ରା। ରତ୍ନବେଦିରେ ଅଧିଷ୍ଠିତ ହୋଇ ଦର୍ଶନ ଦେଇଛନ୍ତି ଚତୁର୍ଦ୍ଧା ବିଗ୍ରହ। ଶ୍ରୀମନ୍ଦିର ରତ୍ନ ସିଂହାସନରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼ ଜମିଛି। ପହଣ୍ଡି ସରିବା ବେଳକୁ ବିଳମ୍ବିତ ରାତି ୨ଟା ୨୫ ହୋଇ ସାରିଥିଲା। ଗଇଣ୍ଠାଳ ବନ୍ଦାପନା ହୋଇ ସକାଳ ୭ଟା ୨୦ରେ ରୁନ୍ଧା ଶେଷ ହୋଇଥିଲା। ସକାଳ ୮ଟା ୨୦ରେ କୋଠ ସୁଆଁସିଆ ରତ୍ନ ସିଂହାସନରୁ ଚାରମାଳ ଫିଟାଇବାକୁ ପ୍ରବେଶ କରିଥିଲେ। ଚାରମାଳ ଫିଟା ସାରି କୋଠ ସୁଆଁସିଆ ପୂର୍ବାହ୍‌ଣ ୧୦ଟା ୫୦ରେ ବାହାରିଥିଲେ। ଆଜି ଥିଲା ମହାପ୍ରଭୁଙ୍କ ଅଧର ପୋଛା ନୀତି। ଶ୍ରୀମୁଖ ଖଣ୍ଡୁଆ, ଚକାପୋଛା, ସିଂହାସନ ଧୁଆହୋଇ ଶ୍ରୀମାଧବ, ଶ୍ରୀଦେବୀ, ଭୂଦେବୀ ଦିନ ୧୧ଟା ୫୦ରେ ସିଂହାସନକୁ ବିଜେ କରିଥିଲେ। ମହାସ୍ନାନ ଶେଷ ହୋଇ ଦିନ ୧ଟା ୫ରେ ମଙ୍ଗଳ ଆଳତି ହୋଇଥିଲା। ମଇଲମ ଓ ତଡ଼ପ ଲାଗି ହୋଇ ଦିନ ୨ଟା ୫ରେ ଅଧର ପୋଛା ହୋଇଥିଲା। ୨ଟା ୪୫ରେ ରୋଷ ହୋମ ହୋଇ ୩ଟା ୨୫ରେ ସୂର୍ଯ୍ୟପୂଜା ହୋଇଥିଲା। ତେଣୁ ଅବଢ଼ା ବାହାରିବା ବେଳକୁ ରାତି ହୋଇଯାଇଥିଲା।

ବହୁ ଭକ୍ତ ଚାରିଦ୍ବାର ଦେଇ ମହାପ୍ରଭୁଙ୍କ ଦର୍ଶନ ପାଇଁ ଯାଇଥିଲେ। ଏଥିସହ ୧୨ ଦିନର ଯାତ୍ରା ପରେ ଆଜି ମିଳିଥିଲା ନୀଳାଚଳ ଅବଢ଼ା। ଭକ୍ତମାନେ ମହାପ୍ରଭୁଙ୍କୁ ଦର୍ଶନ ପରେ ନୀଳାଚଳ ଅବଢ଼ା ଖାଇବା ସହ ଘରକୁ ନେଇଥିଲେ। ଆଜି ଅବଢ଼ା ବାହାରିବା ବେଳକୁ ରାତି ହୋଇଯାଇଥିଲା। ତଥାପି ବହୁ ଭକ୍ତ ଅବଢ଼ା ଖାଇବାକୁ ଅପେକ୍ଷା କରି ରହିଥିଲେ। ଭୋଗ ମଣ୍ଡପରୁ ଅବଢ଼ା ବାହାରି ଆନନ୍ଦ ବଜାରକୁ ଆସିବା କ୍ଷଣି ଆନନ୍ଦ ବଜାରରେ ଭିଡ଼ ଜମିଯାଇଥିଲା। ସୁଆର ମହାସୁଆର ନିଯୋଗ ସଭାପତି ପଦ୍ମନାଭ ମହାସୁଆରଙ୍କ କହିବା ମୁତାବକ, ଗତକାଲି ମହାପ୍ରଭୁ ପହଣ୍ଡି ହୋଇ ଆସିବା ପରଠୁ ନୀତି ବିଳମ୍ବରେ ଚାଲିଥିବାରୁ ଅବଢ଼ା ବିଳମ୍ବରେ ବାହାରିଛି। ସକାଳ ଧୂପ ବାହାରି ପାଣି ପଡ଼ିବା ବେଳକୁ ବିଳମ୍ବ ହୋଇଥିଲା।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button