ମୁମ୍ବାଇ: ଆଇପିଏଲ୍ର ପ୍ରଥମ ୨୦ ଦିନ ଲାଗି ସୂଚୀ ଘୋଷଣା ଆସନ୍ତା ୧୩ ତାରିଖ ସୁଦ୍ଧା ହୋଇଯିବ। ଲିଗ୍ର ଅବଶିଷ୍ଟ ସୂଚୀ କିଛି ଦିନ ପରେ କରାଯିବ। ମଙ୍ଗଳବାର ଏହି ସୂଚନା ଦେଇଛନ୍ତି ବିସିସିଆଇ ସଂପାଦକ ଦେବଜିତ ସାଇକିଆ। ପୂର୍ବରୁ ଆଇପିଏଲ୍ ଚଳିତ ମାର୍ଚ୍ଚ ୨୮ ତାରିଖରୁ ଆରମ୍ଭ ହେବ ବୋଲି ଜଣାଇଥିଲା ବିସିସିଆଇ। ବିଭିନ୍ନ ରାଜ୍ୟ ଯଥା ଆସାମ, ପଶ୍ଚିମବଙ୍ଗ, ତାମିଲନାଡ଼ୁ, କେରଳର ବିଧାନସଭା ନିର୍ବାଚନକୁ ରଖି ବିସିସିଆଇ ସଂପ୍ରତି କେବଳ ୨୦ ଦିନର ସୂଚୀ ସ୍ଥିର କରିପାରିଛି। ନିର୍ବାଚନ ତାରିଖ ଘୋଷଣା ହେବା ପରେ କିମ୍ବା ସରିବା ପରେ ପରବର୍ତ୍ତୀ ସୂଚୀକୁ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନେବାକୁ ଯୋଜନା କରିଥିବା ଜଣାପଡ଼ିଛି।
ସୌଜନ୍ୟ ସମ୍ବାଦ
