T20 World Cup: ଚମକ ହରାଉଛି କି ଟ୍ବେଣ୍ଟି-୨୦ ବିଶ୍ବକପ୍‌ ?

ମାତ୍ର ଦୁଇ ବର୍ଷ ବ୍ୟବଧାନରେ ହେଉଥିବା ଟ୍ବେଣ୍ଟି-୨୦ ବିଶ୍ବକପ୍‌ ନିଜର ଚମକ ହରାଉଛି କି? ଏହା ‘ବିଶ୍ବକପ୍‌’ ପଦବାଚ୍ୟ ହେବାର ଯୋଗ୍ୟ କି ? ପୂର୍ବତନ କ୍ରିକେଟର ସଂଜୟ ମଞ୍ଜରେକର ଏପରି ପ୍ରଶ୍ନ ଉଠାଇବା ପରେ ସାମାଜିକ ଗଣମାଧ୍ୟମରେ ତାହାକୁ ନେଇ ବିତର୍କ ଆରମ୍ଭ ହୋଇଯାଇଛି।

ମୁମ୍ବାଇ: ମାତ୍ର ଦୁଇ ବର୍ଷ ବ୍ୟବଧାନରେ ହେଉଥିବା ଟ୍ବେଣ୍ଟି-୨୦ ବିଶ୍ବକପ୍‌ ନିଜର ଚମକ ହରାଉଛି କି? ଏହା ‘ବିଶ୍ବକପ୍‌’ ପଦବାଚ୍ୟ ହେବାର ଯୋଗ୍ୟ କି ? ପୂର୍ବତନ କ୍ରିକେଟର ସଂଜୟ ମଞ୍ଜରେକର ଏପରି ପ୍ରଶ୍ନ ଉଠାଇବା ପରେ ସାମାଜିକ ଗଣମାଧ୍ୟମରେ ତାହାକୁ ନେଇ ବିତର୍କ ଆରମ୍ଭ ହୋଇଯାଇଛି।

‘ଏକ୍ସ’ରେ ସେ ଲେଖିଛନ୍ତି ଭାରତର ଟ୍ବେଣ୍ଟି-୨୦ ବିଶ୍ବକପ ବିଜୟ ୧୯୮୩ରେ କପିଳ ଦେବଙ୍କ ନେତୃତ୍ବରେ ଓ ୨୦୧୧ରେ ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ବରେ ଦିନିକିଆ ବିଶ୍ବକପ ବିଜୟ ସହ ତୁଳନୀୟ ନୁହେଁ। ମର୍ଯ୍ୟାଦା ଅନୁସାରେ ଦିନିକିଆ ବିଶ୍ବକପ ସର୍ବୋଚ୍ଚ ସ୍ଥାନରେ ରହିବ, ଦ୍ବିତୀୟ ସ୍ଥାନରେ ଆଇସିସି ଟେଷ୍ଟ ଚାମ୍ପିୟନସିପ୍‌, ତୃତୀୟ ସ୍ଥାନରେ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଓ ୪ର୍ଥରେ ଚାମ୍ପିୟନ୍ସ ଟ୍ରଫି ରହିବ।

ବିଶ୍ବକପ୍‌ ଜିିତିବା ଫୁଟବଲ୍‌ ବିଶ୍ବକପ ଜିତିବାପରି ଚମତ୍କାର

ଏହି ମତକୁ ସମର୍ଥନ କରି ବରିଷ୍ଠ ସାମ୍ବାଦିକ ତଥା ବମ୍ବେ ବିଶ୍ବବିଦ୍ୟାଳୟ କ୍ରିକେଟ ଦଳରେ ମଞ୍ଜରେକରଙ୍କ ସାଥୀ ଖେଳାଳି ରାଜଦୀପ ସରଦେଶାଇ ଲେଖିଛନ୍ତି ଯେ ୪ବର୍ଷରେ ଥରେ ଦିନିକିଆ ବିଶ୍ବକପ୍‌ ଜିିତିବା ଫୁଟବଲ୍‌ ବିଶ୍ବକପ ଜିତିବାପରି ଚମତ୍କାର। ମୋ ପାଇଁ ୧୯୮୩ ଓ ୨୦୧୧ର ବିଶ୍ବକପ ବିଜୟ ସହ ଆଉ କିଛି ତୁଳନୀୟ ନୁହେଁ। ପ୍ରତି ଦୁଇବର୍ଷରେ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ହେବା ନିଜର‘ବିଶ୍ବ’ ମାନ୍ୟତା ହରାଇଚାଲିଛି। ତେବେ ସେ ଏହା ମଧ୍ୟ କହିଛନ୍ତି ଯେ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ବିଜୟକୁ କମ ଗୁରୁତ୍ବପୂର୍ଣ୍ଣ କହିବା ଠିକ ନୁହେଁ, କାରଣ ଏହା ହେଉଛି ନୂତନ ପିଢି ବା ଜେନ୍‌-ଜେଡ୍‌ଙ୍କ ପସନ୍ଦ।

ସୌଜନ୍ୟ ସମ୍ବାଦ

Exit mobile version