Iran Israel War Updates: ଇସ୍ରାଏଲ ଉପରେ ଇରାନର ପ୍ରଚଣ୍ଡ ଆକ୍ରମଣ: କ୍ଷେପଣାସ୍ତ୍ରରେ ଭାରତକୁ ଧନ୍ୟବାଦ ବାର୍ତ୍ତା

ଇରାନ ଶୁକ୍ରବାର ଇସ୍ରାଏଲ ଉପରେ ପ୍ରଚଣ୍ଡ ଆକ୍ରମଣ କରିଥିବାବେଳେ ଯେଉଁ ଦେଶମାନେ ତେହେରାନକୁ ସମର୍ଥନ ଜଣାଇଛନ୍ତି ସେମାନଙ୍କ ପାଇଁ ଧନ୍ୟବାଦ ବାର୍ତ୍ତା ଥିବା କ୍ଷେପଣାସ୍ତ୍ର ବର୍ଷଣ କରାଯାଇଛି। ଭାରତ, ସ୍ପେନ, ପାକିସ୍ତାନ ଓ ଜର୍ମାନୀର ଲୋକଙ୍କୁ ଧନ୍ୟବାଦ ଜଣାଇ...

ତେହେରାନ୍: ଇରାନ ଶୁକ୍ରବାର ଇସ୍ରାଏଲ ଉପରେ ପ୍ରଚଣ୍ଡ ଆକ୍ରମଣ କରିଥିବାବେଳେ ଯେଉଁ ଦେଶମାନେ ତେହେରାନକୁ ସମର୍ଥନ ଜଣାଇଛନ୍ତି ସେମାନଙ୍କ ପାଇଁ ଧନ୍ୟବାଦ ବାର୍ତ୍ତା ଥିବା କ୍ଷେପଣାସ୍ତ୍ର ବର୍ଷଣ କରାଯାଇଛି। ଭାରତ, ସ୍ପେନ, ପାକିସ୍ତାନ ଓ ଜର୍ମାନୀର ଲୋକଙ୍କୁ ଧନ୍ୟବାଦ ଜଣାଇ ଏହି କ୍ଷେପଣାସ୍ତ୍ରରେ ବାର୍ତ୍ତା ଲେଖାଯାଇଥିଲା, ଯାହା ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି। ଭିଡିଓ ଫୁଟେଜରେ ଦେଖିବାକୁ ମିଳିଛି ଯେ, ଇରାନର ଏରୋସ୍ପେଶ୍‌ ଫୋର୍ସର କର୍ମଚାରୀ କ୍ଷେପଣାସ୍ତ୍ର ଉତ୍‌କ୍ଷେପଣ କରିବା ପୂର୍ବରୁ ଧନ୍ୟବାଦ ବାର୍ତ୍ତା ଲେଖୁଛନ୍ତି।

ଶୁକ୍ରବାର ଇରାନପକ୍ଷରୁ ୮୩ ତମ ଆକ୍ରମଣ ହୋଇଥିବା ଇସଲାମିକ୍‌ ରିଭୋଲ୍ୟୁସନାରୀ ଗାର୍ଡସ୍‌ କର୍ପସ (ଆଇଆରଜିସି) କହିଛି। ଆକ୍ରମଣରେ ଉଭୟ ଦୂରଗାମୀ ଓ ମଧ୍ୟମବର୍ଗର କ୍ଷେପଣାସ୍ତ୍ର ବ୍ୟବହାର କରାଯାଇଛି। ଇରାନୀ ଏଜେନ୍ସିଗୁଡ଼ିକ ରିପୋର୍ଟ କରିଛନ୍ତି ଯେ, ବାହାରିନରେ ଥିବା ଆମେରିକାର ପାଟ୍ରିଅଟ୍ ବାୟୁ ପ୍ରତିରକ୍ଷା ପ୍ରଣାଳୀର ରକ୍ଷଣାବେକ୍ଷଣ କେନ୍ଦ୍ର ଉପରେ ହୋଇଥିଲା।

ଜମ୍ମୁ ଏବଂ କାଶ୍ମୀରର ସିଆ ସମ୍ପ୍ରଦାୟର ବହୁ ସଂଖ୍ୟକ ଲୋକ ଇରାନକୁ ସମର୍ଥନ ଜଣାଇଥିଲେ। ରାମବାନ ଜିଲ୍ଲାର ଚନ୍ଦରକୋଟ ଅଞ୍ଚଳରେ ଶହ ଶହ ଲୋକ ସ୍ଥାନୀୟ ଇମାମବାରାରେ ଏକାଠି ହୋଇ ନଗଦ ଟଙ୍କା, ଘରକରଣା ଜିନିଷପତ୍ର, ସୁନା ଏବଂ ରୂପା ଅଳଙ୍କାର ଦାନ କରିଥିଲେ। ପିଲାମାନେ ମଧ୍ୟ ସେମାନଙ୍କର ସଞ୍ଚୟ ବ୍ୟାଙ୍କ ଖାଲି କରି ଦାନ କରିଥିଲେ। କିଛି ଲୋକ ସେମାନଙ୍କ ଗୃହପାଳିତ ପଶୁ ଦାନ କରିଥିଲେ। ବଡଗାମରେ ବାସିନ୍ଦାମାନେ ମଧ୍ୟ ଚଳିତ ଉପସାଗର ଯୁଦ୍ଧ ଦ୍ୱାରା ପ୍ରଭାବିତ ଇରାନୀମାନଙ୍କ ସହିତ ଏକତା ପ୍ରକାଶ କରିବା ପାଇଁ ସେମାନଙ୍କ ଅଳଙ୍କାର ଏବଂ ନଗଦ ଟଙ୍କା ଦାନ କରିଥିଲେ।

 

 

ସୌଜନ୍ୟ ସମ୍ବାଦ

Exit mobile version