ଦେଶ ବିଦେଶ

AIADMK Ministers: ଟିଭିକେରେ ମିଶିଲେ ଏଆଇଏଡିଏମକେର ଚାରି ଜଣ ପୂର୍ବତନ ମନ୍ତ୍ରୀ

ଚେନ୍ନାଇ: ଏଆଇଏଡିଏମ୍‌କେକୁ ଶନିବାର ପୁଣି ଥରେ ବଡ଼ଧରଣର ଝଟ୍‌କା ମିଳିଛି। ଏଆଇଏଡିଏମ୍‌କେର ଆଭ୍ୟନ୍ତରୀଣ ବିବାଦର ଫଳସ୍ବରୂପ ଦଳର ଚାରି ଜଣ ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ବିଧାୟକ ଟିଭିକେ‌ରେ ଯୋଗ ଦେଇଛନ୍ତି। ଶନିବାର ସେମାନେ ଚେନ୍ନାଇସ୍ଥିତ ଟିଭିକେ ମୁଖ୍ୟାଳୟକୁ ଯାଇ ଦଳରେ ଯୋଗ ଦେଇଥିଲେ। ଟିଭିକେରେ ଯୋଗ ଦେଇଥିବା ଏଆଇଏଡିଏମ୍‌କେ ନେତାମାନେ ହେଲେ ଉଦୁମଲାଇ କେ ରାଧାକ୍ରିଷ୍ଣନ୍, ଏମସି ସମ୍ପଥ, କଦମବୁର ସି ରାଜୁ ଓ ଏନ୍‌ଆର୍‌ ଶିବାପଥୀ। ଟିଭିକେ ସାଧାରଣ ସମ୍ପାଦକ ଆନନ୍ଦ ଓ ନିର୍ବାଚନ ପ୍ରଚାର ପରିଚାଳନା ପାଇଁ ସାଧାରଣ ସମ୍ପାଦକ ଅଧବ ଅର୍ଜୁନଙ୍କ ସମ୍ମୁଖରେ ସମସ୍ତେ ଶାସକ ଦଳରେ ଯୋଗ ଦେଇଥିଲେ।

ତାମିଲନାଡ଼ୁରେ ଏପ୍ରିଲ ୨୩ରେ ଅନୁଷ୍ଠିତ ନିର୍ବାଚନ ପରେ ଏଆଇଏଡିଏମକେକୁ ବଡ଼ଧରଣର ଝଟ୍‌କା ଲାଗିଛି। ପ୍ରଥମେ ଏଆଇଏଡିଏମ୍‌କେର ବିଦ୍ରୋହୀ ଗୋଷ୍ଠୀର ୨୫ ବିଧାୟକ ଦଳୀୟ ହ୍ବିପ୍‌କୁ ନ ମାନି ଆସ୍ଥା ଭୋଟରେ ମୁଖ୍ୟମନ୍ତ୍ରୀ ସି ଯୋଶେଫ ବିଜୟଙ୍କୁ ସମର୍ଥନ କରିଥିଲେ। ଏଆଇଏଡିଏମ୍‌କେ ସାଧାରଣ ସମ୍ପାଦକ ଏଡାପ୍ପାଦି ପଲାନିସ୍ୱାମୀଙ୍କ ସହିତ ବୁଝାମଣା କରିବା ପୂର୍ବରୁ ବିଦ୍ରୋହୀ ବିଧାୟକମାନଙ୍କ ମଧ୍ୟରୁ ଚାରି ଜଣ ଇସ୍ତଫା ଦେଇ ଟିଭିକେରେ ଯୋଗ ଦେଇଥିଲେ। ସେବେଠାରୁ ଏଆଇଏଡିଏମ୍‌କେର ଅନେକ କର୍ମକର୍ତ୍ତା ଟିଭିକେରେ ଯୋଗଦେବା ପାଇଁ ସେମାନଙ୍କ ଦଳ ଛାଡିଛନ୍ତି।

 

 

 

ସୌଜନ୍ୟ ସମ୍ବାଦ

Show More
Back to top button