ଭୁବନେଶ୍ବର: ଦେଶର ସର୍ବବୃହତ୍ ଗହଣା ରିଟେଲ୍ ବ୍ରାଣ୍ଡ୍ ତନିସ୍କ ପକ୍ଷରୁ ଭୁବନେଶ୍ବରରେ ଏକ ଉଚ୍ଚ ମୂଲ୍ୟଯୁକ୍ତ ସ୍ବତନ୍ତ୍ର ପ୍ରାକୃତିକ ହୀରା ଗହଣା ପ୍ରଦର୍ଶନୀ ଆୟୋଜନ କରାଯାଇଛି। ହୋଟେଲ୍ ଲାଇଫ୍ରେ ଆରମ୍ଭ ହୋଇଥିବା ଏହି ପ୍ରଦର୍ଶନୀ ଚଳିତ ମାସ ୧୫ ପର୍ଯ୍ୟନ୍ତ ଚାଲିବ। ଏଥିରେ ଆମନ୍ତ୍ରଣ ଆଧାରରେ ପ୍ରବେଶ ସୁବିଧା ରହିଛି। ଏଥି ସହିତ ଏକ ହୀରା ସଚେତନତା ଅଧିବେଶନ ମଧ୍ୟ ଆୟୋଜନ କରାଯିବ ଯେଉଁଥିରେ ଡି ବିୟର୍ସ ସହଯୋଗରେ ବିକାଶ କରାଯାଇଥିବା ଲାଇଟ୍ ସ୍କୋପ୍ ଓ ସିନ୍ଥ ଡିଟେକ୍ଟର ଭଳି ହାଇ-ଟେକ୍ ହୀରା ଯାଞ୍ଚ ମେସିନ୍ର ବ୍ୟବହାରକୁ ପ୍ରଦର୍ଶିତ କରାଯିବ। ପ୍ରାକୃତିକ ହୀରା ପ୍ରଦର୍ଶନୀରେ ତନିସ୍କର ରାଡିଆନ୍ସ ଇନ୍ ରିଦିମ୍, ଏଲାନ୍ ଓ ଅନ୍ବାଉଣ୍ଡ୍ ସଂଗ୍ରହକୁ ଉପସ୍ଥାପନ କରାଯାଇଛି।
Jewellery Exhibition: ‘ତନିସ୍କ’ର ସ୍ବତନ୍ତ୍ର ପ୍ରାକୃତିକ ହୀରା ପ୍ରଦର୍ଶନୀ
ଦେଶର ସର୍ବବୃହତ୍ ଗହଣା ରିଟେଲ୍ ବ୍ରାଣ୍ଡ୍ ତନିସ୍କ ପକ୍ଷରୁ ଭୁବନେଶ୍ବରରେ ଏକ ଉଚ୍ଚ ମୂଲ୍ୟଯୁକ୍ତ ସ୍ବତନ୍ତ୍ର ପ୍ରାକୃତିକ ହୀରା ଗହଣା ପ୍ରଦର୍ଶନୀ ଆୟୋଜନ କରାଯାଇଛି। ହୋଟେଲ୍ ଲାଇଫ୍ରେ ଆରମ୍ଭ ହୋଇଥିବା ଏହି ପ୍ରଦର୍ଶନୀ ଚଳିତ ମାସ ୧୫ ପର୍ଯ୍ୟନ୍ତ ଚାଲିବ।
